ETV Bharat / state

LOPଙ୍କୁ ଗିରଫ ଭୟ, ଆଗୁଆ ଜାମିନ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ

author img

By ETV Bharat Odisha Team

Published : Oct 18, 2023, 10:06 PM IST

ଚଳିତ ବର୍ଷ ଫେବୃଆରୀ ମାସରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଆଇନ ଶୃଙ୍ଖଳା ଦାୟିତ୍ବରେ ଥିବା ଧନୁପାଲି ଥାନାର ମହିଳା ଆଇଆଇସିଙ୍କ ସହ ମୁହାଁମୁହିଁ ହୋଇଥିଲା ବିରୋଧୀ ଦଳ ନେତା । ଏହି ଘଟଣାରେ ଜୟ ନାରାୟଣ ଏବଂ ସମର୍ଥକଙ୍କ ବିରୋଧରେ ଟାଉନ ଥାନାରେ ମାମଲା ଦାୟର ହୋଇଥିଲା । କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ଏହି ମାମଲା ଦାୟର ହୋଇଥିଲା । ଅଧିକ ପଢନ୍ତୁ

LOPଙ୍କୁ ଗିରଫ ଭୟ, ଆଗୁଆ ଜାମିନ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ
LOPଙ୍କୁ ଗିରଫ ଭୟ, ଆଗୁଆ ଜାମିନ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ

କଟକ: ହାଇକୋର୍ଟରେ ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର । 2ଟି ମାମଲାରେ ଆଗୁଆ ଜାମିନ ପାଇଁ ଜୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ସମ୍ବଲପୁର ଟାଉନ ଥାନାରେ ଦାୟର ଏକ ମାମଲା ଏବଂ ଗତ ବର୍ଷ କ୍ଷେତରାଜପୁର ଥାନାରେ ରୁଜୁ ଏକ ମାମଲାରେ ଜୟ ନାରାୟଣ ଏହି ଜାମିନ ଆବେଦନ କରିଛନ୍ତି ।

ଅଧିକ ପଢନ୍ତୁ- BJP to File Charge Sheet: 108 ପ୍ରସଙ୍ଗ ନେଇ ବିଜେଡି ବିରୋଧରେ ଚାର୍ଜସିଟ ଆଣିବ ବିଜେପି: LOP

ଚଳିତ ବର୍ଷ ଫେବୃଆରୀ ମାସରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଆଇନ ଶୃଙ୍ଖଳା ଦାୟିତ୍ବରେ ଥିବା ଧନୁପାଲି ଥାନାର ମହିଳା ଆଇଆଇସିଙ୍କ ସହ ମୁହାଁମୁହିଁ ହୋଇଥିଲା ବିରୋଧୀ ଦଳ ନେତା । ଏହି ଘଟଣାରେ ଜୟ ନାରାୟଣ ଏବଂ ସମର୍ଥକଙ୍କ ବିରୋଧରେ ଟାଉନ ଥାନାରେ ମାମଲା ଦାୟର ହୋଇଥିଲା । କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ଏହି ମାମଲା ଦାୟର ହୋଇଥିଲା ।

ସେହିପରି ଅନ୍ୟ ଏକ ଘଟଣାରେ ଗତବର୍ଷ କ୍ଷେତରାଜପୁର ଥାନା ଅଞ୍ଚଳରେ ଏକ ବସ୍ତି ଉଚ୍ଛେଦ ସମୟରେ ସଦର ତହସିଲଦାରଙ୍କୁ କର୍ତ୍ତବ୍ୟ ପାଳନରେ ଅବରୋଧ କରିବା ଅଭିଯୋଗରେ ମାମଲା ଦାୟର ହୋଇଥିଲା ବିରୋଧୀ ଦଳନେତାଙ୍କ ବିରୋଧରେ । ଏହି ଏତଲା ତହସିଲଦାରଙ୍କ ପକ୍ଷରୁ ମାମଲା ଦାୟର ହୋଇଥିଲା। ଉଭୟ ମାମଲାରେ ଆଗୁଆ ଜାମିନ ପାଇଁ ଜୟ ନାରାୟଣ ଗତକାଲି ଆବେଦନ କରିଥିବା ସ୍ପଷ୍ଟ ହୋଇଛି।

ଅଧିକ ପଢନ୍ତୁ- Odisha Assembly: 5T ଏକ ବିଭାଗ କି? ଯଦି ବିଭାଗ ଏହାର କାର୍ଯ୍ୟକ୍ରମ କଣ: ବିରୋଧୀ ଦଳନେତା

ତେବେ ମାମଲାକୁ ନେଇ ଏତେ ଦିନ ପରେ କାହିଁକି ବିରୋଧୀ ଦଳନେତା ଆଗୁଆ ଜାମିନ ପାଇଁ ଆବେଦନ କଲେ, କୌଣସି ଗିରଫ ଦାରି ଆଶଙ୍କା କରୁଛନ୍ତି କି ? ନା କୌଣସି ରାଜନୈତିକ ପ୍ରସଙ୍ଗ ରହିଛି ତାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । କାରଣ ଗତ କିଛି ମାସ ହେଲା ଜୟ ରାଜ୍ୟ ସରକାରଙ୍କୁ ଏକ ପ୍ରକାର ଅସ୍ତବ୍ୟସ୍ତ କରୁଛନ୍ତି । ବିଭିନ୍ନ ପ୍ରସଙ୍ଗ ଉଠାଇ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି । ଜୟଙ୍କୁ ମୁକାବିଲା କରିବା ପାଇଁ ପୁରା ଶାସକ ଦଳ ନାକେଦମ ହୋଇପଡୁଛି । ଫଳରେ ଜୟଙ୍କୁ ମାନସିକ ଚାପ ଦେବା ପାଇଁ ଶାସକ ଦଳର ନେତା ମାନେ ବ୍ୟକ୍ତିଗତ ଆକ୍ରମଣ କରୁଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.