ETV Bharat / state

High Court Bar Association Election: ଧରଣୀଧର ନାୟକ ସଭାପତି ନିର୍ବାଚିତ - ବାର ଆସୋସିଏସ ନିର୍ବାଚନ

ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନରେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ସଭାପତି ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ

ଧରଣୀଧର ନାୟକ ସଭାପତି ନିର୍ବାଚିତ
Odisha High Court Bar Association Election
author img

By

Published : Mar 26, 2023, 10:16 AM IST

Odisha High Court Bar Association Election

କଟକ: ହାଇକୋର୍ଟ ବାର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି । ହାଇକୋର୍ଟ ବାର ଆସୋସିଏସନ ସଭାପତି ଭାବରେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ନିର୍ବାଚିତ ହୋଇଛନ୍ତି । ସଭାପତି ପ୍ରାର୍ଥୀ ପାଇଁ ୩ ଜଣ ଆଇନଜୀବୀଙ୍କ ମଧ୍ୟରେ ଲଢେଇ ହୋଇଥିବା ବେଳେ ଧରଣୀଧର ନାୟକ ସର୍ବାଧିକ ୧୨୦୨ ଖଣ୍ଡ ଭୋଟ ପାଇଥିଲେ । ତାଙ୍କ ପ୍ରତିନ୍ଦ୍ବନ୍ଦୀ ବିଜୟ ଦାସଙ୍କୁ 325ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଦୁଇ ଜଣ ଆଇନଜୀବୀଙ୍କୁ ପଛରେ ପକାଇ ସଭାପତି ନିର୍ବାଚିତ ହୋଇଛନ୍ତି ଧରଣୀଧର ନାୟକ ।

ସେହିପରି ହାଇକୋର୍ଟ ବାର ଆସୋସିଏସନର ଉପସଭାପତି ଭାବରେ ବିଦ୍ୟାଧର ପ୍ରଧାନ ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ପଦବୀ ପାଇଁ ଚିତ୍ତରଞ୍ଜନ ସ୍ବାଇଁ, ଯୁଗ୍ମ ସମ୍ପାଦକ ଭାବରେ ଦେବାଶିଷ ନନ୍ଦ, ସହ ସମ୍ପାଦକ ଭାବରେ ଦେବାଶିଷ ସ୍ଵାଇଁ ଏବଂ ସହ ସମ୍ପାଦକ (ଲାଇବ୍ରେରୀ) ପଦବୀରେ ଜାନକୀକାନ୍ତ ମହାପାତ୍ର ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଫଳ ପ୍ରକାଶ ପରେ ପ୍ରତିକ୍ରିୟା ରଖିଥିଲେ ନବନିର୍ବାଚିତ ସଭାପତି ଧରଣୀଧର ନାୟକ । ସେ କହିଛନ୍ତି,'' ହାଇକୋର୍ଟ ବାରରେ ଅନେକ ସମସ୍ୟା ରହିଛି । ବିଶେଷକରି କୋର୍ଟ ପରିସରରେ ଆଇନଜୀବୀମାନଙ୍କ ପାଇଁ ଚାମ୍ବର, ପାର୍କିଂ ସମସ୍ୟା ରହିଛି । ମୁଁ ସମସ୍ତ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବି । ଏହି ବିଜୟର ଶ୍ରେୟ ସମସ୍ତ ଆଇନଜୀବୀଙ୍କର ।''

ଏହା ବି ପଢନ୍ତୁ...ରାଉରକେଲା ଓକିଲ ସଂଘ ନିର୍ବାଚନ: ପ୍ରଦୀପ କୁମାର ସଭାପତି, ଅବନୀ ପ୍ରଧାନ ସମ୍ପାଦକ

ଶନିବାର ରାଜ୍ୟର ସମସ୍ତ ବାର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଦେଶର ପ୍ରଥମ ବାର ଭାବରେ ଓଡ଼ିଶା ହାଇକୋର୍ଟ ବାର ନିର୍ବାଚନରେ ବୟସ୍କ ଭୋଟରଙ୍କ ଘରକୁ ଯାଇ ମତଦାନ ଆଣିଥିଲେ ନିର୍ବାଚନ ଅଧିକାରୀ । ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ ପାଇଁ ବରିଷ୍ଠ ଆଇନଜୀବୀ ବ୍ରଜବନ୍ଧୁ ବିଶ୍ବାଳ ନିଜେ ଘରେ ଭୋଟ ଦେଇଥିଲେ । ୧୦୩ ବର୍ଷୀୟ ଭୋଟର ହେଉଛନ୍ତି ବ୍ରଜବନ୍ଧୁ ବିଶ୍ବାଳ। ଭିଡିଓ ରେକର୍ଡ଼ିଂ ଜରିଆରେ ଏହି ସମସ୍ତ ପ୍ରକ୍ରିୟା କରାଯାଇଥିଲା । ଯାହାକି ଦେଶରେ ପ୍ରଥମ ବାର ଭାବରେ ଏପରି କରାଯାଇଛି ।

ୱାନ ବାର ୱାନ ଭୋଟ ନିୟମ ଅନୁଯାୟୀ, ରାଜ୍ୟର ମୋଟ ୧୪୧ଟି ବାର ଆସୋସିଏସନରେ ନିଜ ନିଜ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି । ରାଜ୍ୟର ସମସ୍ତ ବାରରେ ନିର୍ବାଚନ ସରିଛି । ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଶେଷ ହୋଇଥିଲା । ନିର୍ଦ୍ଧାରିତ ସମୟ ସକାଳ ୮ଟାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ହାଇକୋର୍ଟ ବାର ଆସୋସିଏସନର ସଭାପତି, ସମ୍ପାଦକ ଏବଂ ୯ ଗୋଟି ଏକ୍ୟୁଜିକ୍ୟୁଟିଭ କମିଟି ସଦସ୍ୟ ପଦ ସମେତ ମୋଟ ୧୫ଟି ପଦବୀ ପାଇଁ ନିର୍ବାଚନ କରାଯାଇଥିଲା । ହାଇକୋର୍ଟ ବାର ସଭାପତି ପାଇଁ ୪ ଜଣ ପ୍ରାର୍ଥୀ ରହିଥିବା ବେଳେ ଉପସଭାପତି ପାଇଁ ୩ ଜଣ, ସମ୍ପାଦକ ପଦବୀ ପାଇଁ ୭ ଜଣ, ଯୁଗ୍ମ ସମ୍ପାଦକ ପଦବୀ ପାଇଁ ୩ ଏବଂ ସହ ସମ୍ପାଦକ ପଦବୀ ପାଇଁ ୪ ପ୍ରାର୍ଥୀ ମଇଦାନରେ ରହିଥିଲେ । ବାର ଆସୋସିଏସନର ୪୨୯୭ ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରିଥିଲେ । ୩୭ଟି ବୁଥରେ ଭୋଗ ଗ୍ରହଣ ହୋଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.