ETV Bharat / state

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭଙ୍କୁ ଅପମାନିତ କରୁଛନ୍ତି ରାଜ୍ୟ ସରକାର: ଜୟଦେବ ଜେନା - ତନ୍ତ୍ରର ଚତୁର୍ଥ ସ୍ତମ୍ଭଙ୍କୁ ଅପମାନ

ଆଜି ବଜେଟ ଅଧିବେଶନ ସମୟରେ ସାମ୍ବାଦିକମାନେ ଦୌଡ଼ି ମଧ୍ୟରେ ରହିଲେ । ଏପରି କରି ରାଜ୍ୟ ସରକାର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଅପମାନିତ କରିଥିବା କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଅଧିକ ପଢନ୍ତୁ

Jaydev Jena
Jaydev Jena
author img

By

Published : Feb 21, 2023, 10:42 PM IST

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭଙ୍କୁ ଅପମାନିତ କରୁଛନ୍ତି ରାଜ୍ୟ ସରକାର: ଜୟଦେବ ଜେନା

କଟକ: ରାଜ୍ୟରେ ସାମ୍ବାଦିକଙ୍କୁ ମନା । ନା ଲୋକ ସେବାଭବନ, କମିଶନରେଟ ପୋଲିସ କାର୍ଯ୍ୟାଳୟ ଏପରିକି ରାଷ୍ଟ୍ରପତି ଗସ୍ତ ସମୟରେ ସାମ୍ବାଦିକଙ୍କ ପାଇଁ ଏକ ସ୍ବତନ୍ତ୍ର ନିୟମ ଲାଗୁ ହୋଇଥିଲା । ଆଜି ବଜେଟ ଅଧିବେଶନ ସମୟରେ ମଧ୍ୟ ସାମ୍ବାଦିକମାନେ ଦୌଡ଼ି ମଧ୍ୟରେ ରହିଲେ । ଏହାକୁ କଡା ସମାଲୋଚନା କରିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଏପରି କରି ରାଜ୍ୟ ସରକାର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭଙ୍କୁ ଅପମାନିତ କରୁଛନ୍ତି ବୋଲି ସେ କହିଛନ୍ତି ।

ସାମ୍ବାଦିକଙ୍କ ଉପରେ ରୋକ ଲଗାଇବା ଦ୍ବାରା ସେମାନଙ୍କ ରିପୋର୍ଟିଂ ଉପରେ ରୋକ ଲାଗିଥିଲା । ତେବେ ଏହା କେତେଦୂର ଯୁକ୍ତିଯୁକ୍ତ ବୋଲି ଜୟଦେବ ପ୍ରଶ୍ନ କରିଛନ୍ତି । ଏହା ଗଣତନ୍ତ୍ରକୁ କୁଠାରଘାତ କରୁଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । କେବଳ କଣ ରାଜରାସ୍ତାରେ ବୁଲିକି ରିପୋର୍ଟ ସଂଗ୍ରହ କରିବେ ସାମ୍ବାଦିକ। ସରକାରୀ ଦପ୍ତର ଓ କାର୍ଯ୍ୟକ୍ରମ କୁ କଣ ପାଇଁ ସାମ୍ବାଦିକ ମନା ବୋଲି ପ୍ରଶ୍ନ କରିଛନ୍ତି ସେ । ଯଦି ଏଭଳି ସ୍ଥିତି ଲାଗି ରହେ ତେବେ ଆଗମୀ ଦିନରେ ସାମ୍ବାଦିକମାନେ କରିବେ କଣ ? ସର୍ଵଦା ସବୁ ଦିଗରେ ଖବର ପ୍ରସାରଣ କରିବା ପାଇଁ ବ୍ୟଗ୍ରତା ଆଚରଣ ରଖୁଥିବା ସାମ୍ବାଦିକ ଆଜି ନିଜର କର୍ତ୍ତବ୍ୟକୁ ନେଇ ଚିନ୍ତାରେ ରହିଥିବା ସେ କହିଛନ୍ତି ।

ଏହା ବି ପଢନ୍ତୁ- Assembly Budget Session: ଆରମ୍ଭରୁ ହଟ୍ଟଗୋଳ, ଆଇନ ଶୃଙ୍ଖଳା ସ୍ଥିତି ନେଇ ଘେରିଲେ ବିରୋଧୀ

ଗୋଟିଏ ପଟେ ରାଜନେତାମାନେ ସଭା ସମିତିରେ ଭାଷଣ ଦେଉଛନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ବିନା ସବୁ ଅଧୁରା । କିନ୍ତୁ ବର୍ତ୍ତମାନ ଯେଉଁ ସ୍ଥିତି ଉପୁଜୁଛି ତାହାର ସଠିକ ଉତ୍ତର କିଏ ଦେବ ? ଯେତେବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକ ଭୁବନେଶ୍ବର ଗସ୍ତ କରିଥିଲେ ସେତେବେଳେ ମଧ୍ୟ ସାମ୍ବାଦିକମାନଙ୍କୁ ଯେଉଁ ଢଙ୍ଗରେ ଦେଖିବାକୁ ମିଳିଥିଲା ତାହା ବେଶ ନିନ୍ଦନୀୟ ପ୍ରସଙ୍ଗ। ତେବେ କାହିଁକି ଓ କେଉଁ କାରଣରୁ ସାମ୍ବାଦିକମାନଙ୍କୁ ସରକାରୀ କାର୍ଯ୍ୟାଳୟକୁ ଚଢାଯାଉ ନାହିଁ ତାହା ବର୍ତ୍ତମାନ ସାରା ଓଡ଼ିଶାରେ ଏକ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି ।

ଶାସନ ଦିଗ ସମ୍ବିଧାନର ଅଙ୍ଗ ହୋଇ ମଧ୍ୟ ଚତୁର୍ଥ ସ୍ତମ୍ଭକୁ କିପରି ହତାଦର କରିବ ତାହା କେବେବି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ପୂଵର୍ତନ ପିସିସି ସଭାପତି ଜୟଦେବ । ଗୋଟିଏ ପଟେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ବୀମା ଯୋଜନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରପଟେ ସାମ୍ବାଦିକମାନଙ୍କ ଯେଉଁ କର୍ତ୍ତବ୍ୟ ରହିଛି ସେଥିରେ ଅଙ୍କୁଶ ଲଗାଇବା କିଛି ସ୍ପଷ୍ଟ ହେଉ ନଥିଲେ ବି ଏଭଳି ନିୟମ ଠିକ ନୁହେଁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.