ETV Bharat / state

ରାଜ୍ୟ ସରକାରଙ୍କ ଅକ୍ତିଆରକୁ ଗଲା OTMର ଜମି, ଖୁସି ମନାଇଲେ କର୍ମଚାରୀ

author img

By

Published : Dec 6, 2022, 3:23 PM IST

ରାଜ୍ୟ ସରକାରଙ୍କ ଅକ୍ତିଆରକୁ ଗଲା ଓଟିଏମର ୫୨୧ ଏକର ଜମି । ମିଠା ଖୁଆଇ ଉତ୍ସବ ମନାଇଛନ୍ତି ଓଟିଏମରେ କାର୍ଯ୍ୟ କରୁଥିବା କର୍ମଚାରୀ । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କ ଅକ୍ତିଆରକୁ ଗଲା OTMର ଜମି
ରାଜ୍ୟ ସରକାରଙ୍କ ଅକ୍ତିଆରକୁ ଗଲା OTMର ଜମି

କଟକ: ଘଟିଲା ଅପେକ୍ଷାର ଅନ୍ତ, ରାଜ୍ୟ ସରକାରଙ୍କ ଅକ୍ତିଆରକୁ ଗଲା ଓଟିଏମ(Odisha Textile Mills) ର ୫୨୧ ଏକର ଜମି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଟିଏମ ଜମିକୁ ନିଜ ଅକ୍ତିଆରକୁ ନେଇଛି କଟକ ଜିଲ୍ଲା ପ୍ରଶାସନ । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ପରସ୍ପରକୁ ମିଠା ଖୁଆଇ ଉତ୍ସବ ମନାଇଛନ୍ତି ଓଟିଏମରେ କାର୍ଯ୍ୟ କରୁଥିବା କର୍ମଚାରୀ । ଗତ ୩ ତାରିଖ ସୁଦ୍ଧା ଏହି ପ୍ରକିୟା ଶେଷ ହୋଇଛି ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଥିଲେ । ଡିସେମ୍ବର ୫ ସୁଦ୍ଧା ଓଟିଏମ ସମ୍ପତ୍ତିକୁ ଦାଖଲ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟ ସରକାରଙ୍କ ଅକ୍ତିଆରକୁ ଗଲା OTMର ଜମି

ଦୀର୍ଘ ବର୍ଷ ଧରି କରିଥିବା ଅପେକ୍ଷାର ଅନ୍ତ ଘଟିଥିବା ଯୋଗୁଁ ଓଟିଏମର କର୍ମଚାରୀ ଖୁସି ହେବା ସହ କଟକ ଚୌଦ୍ଵାର ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ''ଓଟିଏମ ପୁନଃରୁଦ୍ଧାର ନେଇ ୨୦୧୪ ମସିହାରେ ବିଧାନସଭାରେ ସରକାରଙ୍କ ନିକଟରେ ଦାବି କରିଥିଲେ ତତ୍କାଳୀନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ। ସରକାର ଏଥିପାଇଁ ୧୧୫ କୋଟି ଟଙ୍କା ଅଫିସିଆଲ୍ ଲିକ୍ୟୁଡେଟରଙ୍କ ଜରିଆରେ ସତ୍ୟପାଠ ମାଧ୍ୟମରେ ଦେବେ ବୋଲି ୨୦୧୪ ମସିହାରେ କହିଥିଲେ, ବର୍ତ୍ତମାନ ଉକ୍ତ ଜମିରେ ରାଜ୍ୟ ସରକାର ଟେକ୍ସଟାଇଲ ପାର୍କ ନିର୍ମାଣ କରିବେ ବୋଲି ସୂଚନା ମିଳିଛି । ଏହା ଦ୍ବାରା ଅନେକ ଲୋକ ଉପକୃତ ହେବେ ବୋଲି କଟକ ଚୌଦ୍ଵାର ବିଧାୟକ ସୌଭିକ ବିଶ୍ଵାଳ କହିଛନ୍ତି''।

ତେବେ ଓଟିଏମ ସମ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି । କର୍ମଚାରୀ ଏବଂ ଅନ୍ୟମାନଙ୍କ ବକେୟା ପାଉଣା ନେଇ ଜାରି ରହିବ ଶୁଣାଣି । ଆସନ୍ତା ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଗତ ନଭେମ୍ବର ୧୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଓଟିଏମ୍ ବିକ୍ରୟ ପ୍ରସଙ୍ଗକୁ ଅନୁମୋଦନ କରିଥିଲେ । ରାଜ୍ୟ କର୍ତ୍ତୃପକ୍ଷଙ୍କ ଉପଯୁକ୍ତ ପ୍ରତିନିଧି ଓଟିଏମ ସମ୍ପତ୍ତି ଅଫିସିଆଲ ଲିକ୍ବିଡେଟରଙ୍କ ଠାରୁ ଦଖଲକୁ ନେବେ ବୋଲି ହାଇକୋର୍ଟ କହିଥିଲେ । ଓଟିଏମ ଦଖଲକୁ ନେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିନିଧି ଯାଇଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ପ୍ରତିନିଧି ବିଭିନ୍ନ କାରଣ ଦର୍ଶାଇ ଓଟିଏମ୍ ହାତକୁ ନେଉନାହାନ୍ତି । ଓଟିଏମ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରାଯିବା ପରେ ସମ୍ପତ୍ତି ଦଖଲକୁ ନିଆଯିବ ବୋଲି ରାଜ୍ୟ ସରକାରଙ୍କ ପ୍ରତିନିଧି ଅଭିଯୋଗ କରିଥିଲେ । ସୂଚନା ଥାଉ କି ୨୦୦୧ରୁ ଓଟିଏମ ମାମଲାର ହାଇକୋର୍ଟରେ ଶୁଣାଣି ଚାଲିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.