କଟକ: ଚଳିତବର୍ଷ ବାର୍ଷିକ ବଜେଟକୁ ନେଇ କେନ୍ଦ୍ରକୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି । କେନ୍ଦ୍ର ଅର୍ଥମନ୍ତ୍ରୀ ରାଜ୍ୟରେ ବିଭିନ୍ନ ବିଭାଗକୁ ଆର୍ଥିକ ପ୍ୟାକେଜ ଘୋଷଣା କରିବା ପରେ ରାଜ୍ୟ ନିଶ୍ଚୟ ରୂପରେ ଏହାର ସଦୁପଯୋଗ କରିବା ଆବଶ୍ୟକ ବୋଲି କହିଛି ଦଳ ।
ଏହାଛଡା ପ୍ରଧାନମନ୍ତ୍ରୀ ମୋଦିଙ୍କ ଟାର୍ଗେଟରେ ରହିଛି ଓଡିଶା ରାଜ୍ୟ। କାରଣ ଯେବେ ପୂର୍ବ ଭାରତର ବିକାଶ ହେବ ସେବେ ଦେଶ ଯିବ ଆଗକୁ ଯିବ ବୋଲି କହିଛି ଦଳ । ପ୍ରଧାନମନ୍ତ୍ରୀଙ୍କ ଏହି ଭାବନାକୁ ସକ୍ରିୟତା କରିବା ପାଇଁ ଏହି ପୂର୍ଣଙ୍ଗ ବଜେଟ ଉପସ୍ଥାପନ ହୋଇଥିବା ଓ ସେଥିରେ ରାଜ୍ୟକୁ ଗୁରୁତ୍ବ ଦିଆଯାଇଥିବା ଦଳ ପକ୍ଷରୁ କୁହାଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପଲ , ଇଟିଭି ଭାରତ