ETV Bharat / state

Cameraman Murder Case: ଗିରଫଦାରୀ ଏଡ଼ାଇବା ପାଇଁ ବାରମ୍ବାର ସ୍ଥାନ ବଦଳାଉ ଥିଲେ ଶର୍ମିଷ୍ଠା - ମାନସ ସ୍ବାଇଁ ହତ୍ୟାକାଣ୍ଡ

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ନୂଆ ଚାଞ୍ଚଲ୍ୟକର ତଥ୍ୟ । ମୃତ୍ୟୁ ପୂର୍ବରୁ ମାନସଙ୍କୁ ଦିଆଯାଇଥିଲା ଅକଥନୀୟ ନିର୍ଯାତନା । ହତ୍ୟା ପରେ ଗିରଫଦାରୀରୁ ବଞ୍ଚିବା ପାଇଁ ବାରମ୍ବାର ସ୍ଥାନ ବଦଳାଉଥିଲେ ଶର୍ମିଷ୍ଠା । ଅଧିକ ପଢନ୍ତୁ

Cameraman Murder Case: ଗିରଫଦାରୀ ଏଡ଼ାଇବା ପାଇଁ ବାରମ୍ବାର ସ୍ଥାନ ବଦଳାଉ ଥିଲେ ଶର୍ମିଷ୍ଠା

author img

By

Published : Mar 31, 2022, 8:29 AM IST

କଟକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲାରେ ଦୁଇ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କ ବାବଦରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛି କ୍ରାଇମବ୍ରାଞ୍ଚ । ମାନସଙ୍କୁ କୌଣସି ଏକ ଓଜନିଆ ବସ୍ତୁ ସାହାଯ୍ୟରେ ଅତି ନିର୍ମମ ଭାବେ ମାଡ଼ ମରାଯାଇଥିଲା । ଏହି ମାଡ଼ ଯୋଗୁଁ ତାଙ୍କ ଛାତିର ପଞ୍ଜରା ହାଡ଼ ଭାଙ୍ଗି ଯାଇଥିଲା ଏବଂ ଏହି କାରଣରୁ ମାନସଙ୍କ ମୃତ୍ୟୁ ଘଟିଥିଲା । ଏହାସହିତ ମୃତ୍ୟୁ ପୂର୍ବରୁ ତାଙ୍କୁ ଅକଥନୀୟ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ଏହି ତଥ୍ୟ ପ୍ରଦାନ କରିଛି ତଦନ୍ତକାରୀ ସଂସ୍ଥା ।

ଶର୍ମିଷ୍ଠା ଓ ଝୁନାଙ୍କୁ ଜୋରାରୁ ମିଳିଥିବା ଅନେକ ତଥ୍ୟ ମଧ୍ୟ ଏକ ପ୍ରେସ ରିଲିଜ୍ ମାଧ୍ୟମରେ କ୍ରାଇମବ୍ରାଞ୍ଚ ଗଣମାଧ୍ୟମକୁ ଅବଗତ କରାଇଛି । ଏହି ପ୍ରେସ ରିଲିଜ ମୁତାବକ, ହତ୍ୟାକାଣ୍ଡ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିବା ପରେ ନିଜ ଉପରେ ପୋଲିସର ଗିରଫଦାରୀର ଖଣ୍ଡା ଝୁଲୁଥିବା ଜାଣି ଶର୍ମିଷ୍ଠା ଓ ଝୁନା ପୋଲିସକୁ ଚକମା ଦେଖାଇବା ପାଇଁ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲେ । ଏହି ଯୋଜନା ଅନୁଯାୟୀ ଉଭୟ ଭୁବନେଶ୍ବର ଛାଡ଼ି ବିଭିନ୍ନ ସ୍ଥାନରେ ରହୁଥିଲେ ଏବଂ ଶର୍ମିଷ୍ଠା ନିଜର ମୋବାଇଲ ଫୋନଟିକୁ ନିଜ ଫ୍ଲାଟରେ ଛାଡ଼ି ଦେଇ ନୂଆ ସିମ୍ କାର୍ଡ ମଧ୍ୟ କିଣିଥିଲେ । ବିଶେଷକରି ନିଜର ସମ୍ପର୍କୀୟମାନଙ୍କ ସହ କଥା ହେବା ପାଇଁ ବ୍ୟବହାର କରୁଥିଲେ । ଏହି କ୍ରମରେ ଶର୍ମିଷ୍ଠା ଭଦ୍ରକ ଅଗରପଡ଼ାରୁ ଗୋଟିଏ ସିମ୍ କାର୍ଡ କିଣିଥିବା ବେଳେ ଆଉ ଦୁଇଟି ସିମ୍ କାର୍ଡକୁ କୋଲକତାରୁ କିଣିଥିଲେ ।

ଗତ ମାର୍ଚ୍ଚ 7 ତାରିଖ ଶର୍ମିଷ୍ଠା ଝୁନା ସହିତ ଯାଜପୁର କାଳିଆପାଣି ଠାରେ ଥିବା ନିଜ ଶାଶୁଘରେ ପହଞ୍ଚିଥିଲେ । ସେଠାରେ ତିନି ଦିନର ରହଣୀ ମଧ୍ୟରେ ନିଜ ସ୍ବାମୀ ସହ ପୁଣି ମିଳିମଶି ରହିବା ପାଇଁ ଏକ ପୂଜା ମଧ୍ୟ କରିଥିଲେ । ଏହାପରେ 10 ତାରିଖ ଦିନ ସକାଳ ସାଢେ 5ଟା ବେଳେ ଶର୍ମିଷ୍ଠା ନିଜ ଶାଶୁ ଓ ଝୁନାଙ୍କୁ ସାଥିରେ ନେଇ କାଳିଆପାଣି ଛାଡ଼ି ଭଦ୍ରକ ଅଗରପଡ଼ାକୁ ଆସିଥିଲେ ଏବଂ ସ୍ଥାନୀୟ ପୁରୁଷଣ୍ଡ ଗାଁରେ ଥିବା ନଣଦଙ୍କ ଘରକୁ ଯାଇଥିଲେ । ସେଠାରେ ତିନି ଦିନ ରହିବା ପରେ 13 ତାରିଖ ଦିନ ଅପରାହ୍ନ 2ଟା 50 ମିନିଟ୍ ସମୟରେ ଶର୍ମିଷ୍ଠା ଓ ଝୁନା ବାଲେଶ୍ବର ବସଷ୍ଟାଣ୍ଡକୁ ଆସିଥିଲେ ଏବଂ ସେଠାରୁ ବସ ଯୋଗେ କୋଲକତା ପଳାଇ ଯାଇଥିଲେ ।

14 ତାରିଖ ଦିନ କୋଲକତାର କଲ୍ୟାଣୀରେ ପହଞ୍ଚିବା ପରେ ଉଭୟ ସେଠାରୁ ମାୟାପୁରୀ ଯାଇଥିଲେ । ମାୟାପୁରୀରେ ଅସିମା ସାହୁ ନାମକ ଜଣେ ମହିଳାଙ୍କ ଘରେ କିଛିଦିନ ଧରି ଆତ୍ମଗୋପନ କରିବା ପରେ ପୋଲିସ ଗିରଫଦାରୀରୁ ବର୍ତ୍ତିବା ପାଇଁ ଉଭୟ ଜଲପାଇଗୁଡ଼ି ଚାଲିଯାଇଥିଲେ । ଜଲପାଇଗୁଡ଼ିରେ କିଛି ଦିନ ରହିବା ପରେ ସେମାନେ ପୁଣି କୋଲକତା ଫେରି ଆସିଥିଲେ । ଶେଷରେ ପାଖରେ ଥିବା ଟଙ୍କା ଶେଷ ହୋଇଯିବାରୁ ପୋଲିସ ସହିତ ଲୁଚକାଳି ଖେଳକୁ ବନ୍ଦ କରି ବସ୍ ଯୋଗେ ଓଡ଼ିଶା ଆସୁଥିବା ସମୟରେ କ୍ରାଇମବ୍ରାଞ୍ଚ ଟିମ୍ ସେମାନଙ୍କୁ ଧରିଥିଲା ।

ସେପଟେ 5 ଦିନିଆ ରିମାଣ୍ଡରେ ଆସିଥିବା ଶର୍ମିଷ୍ଠା ରାଉତ, ଝୁନା ଭୋଇ, ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ମାରାଥନ ଜେରା କରାଯାଉଛି । ମିଳିଥିବା ସୂଚନା ମୁତାବକ ଏହି ଅଭିଯୁକ୍ତମାନଙ୍କୁ କ୍ରାଇମ ସିନ୍ ରିକ୍ରିଏସନ ପାଇଁ ନେବାକୁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.