ETV Bharat / state

OCA ନିର୍ବାଚନ କାଉଣ୍ଟଡାଉନ, ନାମାଙ୍କନ ଦାଖଲ ଆରମ୍ଭ - ଓଡ଼ିଶା କ୍ରିକେଟ ଆସୋସିଏସନ ନିର୍ବାଚନ

ଓଡ଼ିଶା କ୍ରିକେଟ ଆସୋସିଏସନ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ପ୍ରକିୟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

OCA ନିର୍ବାଚନ କାଉଣ୍ଟଡାଉନ, ନାମାଙ୍କନ ଦାଖଲ ଆରମ୍ଭ

author img

By

Published : Oct 21, 2022, 10:33 AM IST

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ ବା ଓସିଏ ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି (Odisha cricket association election) । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଛନ୍ତି ଓସିଏ ନିର୍ବାଚନ ଅଧିକାରୀ । ଆଜିଠୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଅକ୍ଟୋବର 28 ତାରିଖରେ ଓସିଏ ନିର୍ବାଚନ ଅନୁଷ୍ଠିତ ହେବ । ଆଶୀର୍ବାଦ ବେହେରା ପ୍ୟାନେଲ ପକ୍ଷରୁ ୩ ଜଣ ପାର୍ଥୀ ଚୂଡାନ୍ତ ହୋଇସାରିଥିବାବେଳେ ସଭାପତି ପଦ ରେସରେ ରହିଛନ୍ତି ପ୍ରଣବ ପ୍ରକାଶ ଦାସ ।

ତେବେ ଚଳିତ ଓସିଏ ନିର୍ବାଚନରେ ଯାଜପୁର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ବୋଲି ଚୁଡ଼ାନ୍ତ ହୋଇ ସାରିଛି । ଏହାସହ ସମ୍ପାଦକ ପଦ ପାଇଁ ସଞ୍ଜୟ ବେହେରା ଓ ଉପସଭାପତି ପଦ ପାଇଁ ପଙ୍କଜ ଲୋଚନ ମହାନ୍ତିଙ୍କ ପ୍ରାର୍ଥୀତ୍ବ ମଧ୍ୟ ଚୁଡ଼ାନ୍ତ ହୋଇ ସାରିଛି । ତେବେ ଏହି ତିନି ଜଣ ପ୍ରାର୍ଥୀ ଆଶୀର୍ବାଦ ବେହେରାଙ୍କ କ୍ୟାମ୍ପ ବା ପ୍ୟାନେଲ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିବେ । କିନ୍ତୁ ଏହି ତିନି ପଦ ବ୍ୟତୀତ ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ ଗୋଟିଏ କାଉନସିଲ ମେମ୍ବର ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ ଗୋଟିଏ କାଉନସିଲ ମେମ୍ବର ପଦ ପାଇଁ ଆଶୀର୍ବାଦ ବେହେରାଙ୍କ ପ୍ୟାନେଲ ପକ୍ଷରୁ କେଉଁ ମାନେ ନାମାଙ୍କନ କରିବେ ତାହା ସ୍ପଷ୍ଟ ହୋଇନାହିଁ ।

ଏହା ବି ପଢନ୍ତୁ...ଭାରତୀୟ ଦଳର ପାକ୍ ଗସ୍ତ ନେଇ ନିଷ୍ପତ୍ତି ନେବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ: କେନ୍ଦ୍ର କ୍ରୀଡାମନ୍ତ୍ରୀ

ସେପଟେ ଆଶୀର୍ବାଦ ବେହେରା ପ୍ରଣବ ପ୍ରକାଶ ଦାସଙ୍କ ଭଳି ଜଣେ ପ୍ରଭାବଶାଳୀ ନେତାଙ୍କୁ ନିଜ ପକ୍ଷରୁ ନେଇ ଆସିଥିବାରୁ ଏହାର ସିଧାସଳଖ ଫାଇଦା ତାଙ୍କୁ ମିଳିଛି । ଗୋଟିଏ ପଟେ ତାଙ୍କ ପ୍ୟାନେଲର ସମସ୍ତ ସଦସ୍ୟ ନିର୍ବାଚନରେ ବିଜୟଲାଭ କରିବାର ଆଶା ବୃଦ୍ଧି ପାଇଛି । କାରଣ ପୂର୍ବ ଅପେକ୍ଷା ଦୃର୍ବଳ ସ୍ଥିତିରେ ଥିବା ବିପକ୍ଷ ଗୋଷ୍ଠୀ ସଭାପତି, ସମ୍ପାଦକ ଓ ଉପସଭାପତି ପଦ ପାଇଁ ପ୍ରାର୍ଥୀ ଦେବ ନାହିଁ ବୋଲି ଜଣାପଡ଼ିଛି । ତେବେ ବାକିଥିବା ତିନିଟି ପଦ ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ ଗୋଟିଏ କାଉନସିଲ ମେମ୍ବର ପଦ ପାଇଁ ହିଁ ନିର୍ବାଚନ ହୋଇପାରେ ବୋଲି ଆଲେଚନା ହେଉଛି । ଓସିଏ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ସମୟ ସାଢେ 10ରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ରହିଛି । 22 ତାରିଖରେ ସ୍କୁଟିନି, 23 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ସେହିଦିନ ସନ୍ଧ୍ୟାରେ ଚୁଡ଼ାନ୍ତ ପ୍ରାର୍ଥୀତାଲିକା ପ୍ରକାଶ ପାଇବ । 28 ତାରିଖ ଦିନ ଅନୁଷ୍ଠିତ ହେବ ନିର୍ବାଚନ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.