ETV Bharat / state

ଲକଡାଉନରେ ଆଇନଜୀବୀଙ୍କୁ ସହାୟତା କରିବ ବାର କାଉନସିଲ

ସମସ୍ତ ସର୍ତ୍ତକୁ ପୂରଣ କରୁଥିବା ଆଇନଜୀବୀଙ୍କୁ ସର୍ବାଧିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ । ରାଜ୍ୟ ବାର କାଉନସିଲ ପକ୍ଷରୁ ଜାରି ଗାଇଡଲାଇନରେ ଏହା ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ଲକଡାଉନରେ ଆଇନଜୀବୀଙ୍କୁ ସହାୟତା କରିବ ବାର କାଉନସିଲ
ଲକଡାଉନରେ ଆଇନଜୀବୀଙ୍କୁ ସହାୟତା କରିବ ବାର କାଉନସିଲ
author img

By

Published : May 12, 2020, 12:41 AM IST

କଟକ: ଲକଡାଉନ ଭଳି ଏକ ସଙ୍କଟଜନକ ସ୍ଥିତିରେ ଆଇନଜୀବୀଙ୍କୁ ସହାୟତା କରାଯିବ । ଏନେଇ ରାଜ୍ୟ ଆଇନଜୀବୀ ପରିଷଦ ନିଷ୍ପତ୍ତି ନେଇଛି । ନିହାତି ଆବଶ୍ୟକତା ଥିବା ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି ।

କେଉଁ ଆଇନଜୀବୀ ସହାୟତା ପାଇବାକୁ ହକଦାର ଏହି ଗାଇଡଲାଇନରେ ମାନଦଣ୍ଡ ଧାର୍ଯ୍ୟ କରାଯାଇଛି । ସମସ୍ତ ସର୍ତ୍ତକୁ ପୂରଣ କରୁଥିବା ଆଇନଜୀବୀଙ୍କୁ ସର୍ବାଧିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ । ରାଜ୍ୟ ବାର କାଉନସିଲ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ ଏହା ସୂଚନା ଦିଆଯାଇଛି ।

ଗାଇଡଲାଇନ ଅନୁଯାୟୀ ଯୋଗ୍ୟ ଆଇନଜୀବୀଙ୍କ ବାର୍ଷିକ ଆୟ ଦେଢ ଲକ୍ଷରୁ ଅଧିକ ନଥିବ, ତାଙ୍କ ପତ୍ନୀ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ଚାକିରି କରିନଥିବେ । ସେହିପରି ତାଙ୍କର ୧୦ ଏକରରୁ ଅଧିକ ଜମି କିମ୍ବା ୪ ଚକିଆ ଯାନ ନଥିବ ଏବଂ ଅଭିଭାବକଙ୍କ ରୋଜଗାର ନଥିବ । ଏହି ଆଇନଜୀବୀ ହିଁ ଆର୍ଥିକ ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ ।

Odisha Bar Council will help lawyers during lockdown
ଲକଡାଉନରେ ଆଇନଜୀବୀଙ୍କୁ ସହାୟତା କରିବ ବାର କାଉନସିଲ

ତେବେ ଏହା ଅନୁସାରେ ସମ୍ପୃକ୍ତ ଆଇନଜୀବୀ ବାର ଆସୋସିଏସନରେ ପଞ୍ଜୀକୃତ ହେବା ସହ ନିୟମିତ ପ୍ରାକ୍ଟିସ୍ କରୁଥିବେ । ସେ ବରିଷ୍ଠ ଆଇନଜୀବୀଙ୍କ ପାଖରେ ପ୍ରାକ୍ଟିସ୍ କରୁଥିବେ । ଏହାସହ ତାଙ୍କଠାରୁ ମାସିକ ୧୦ ହଜାରରୁ ଅଧିକ ପାରିଶ୍ରମିକ ନେଉନଥିବେ । ଏହାଛଡା ଆବେଦନକାରୀ ବାର ଆସୋସିଏସନର ଜଣେ ଭୋଟର ହୋଇଥିବେ । ସମ୍ପୃକ୍ତ ଆଇନଜୀବୀ ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ଚାକିରି କରିନଥିବେ ।

ଆବେଦନକାରୀଙ୍କ ଆବେଦନ ପତ୍ର ବାର ଆସୋସିଏସନ ସଭାପତି ଓ ସମ୍ପାଦକଙ୍କ ଦ୍ବାରା ଅନୁମୋଦନ ଲାଭ କରିଥିବ । ଆବେଦନ ପତ୍ର ଆସିବା ପରେ ରାଜ୍ୟ ଆଇନଜୀବୀ ପରିଷଦ କିମ୍ବା ଗଠିତ ସ୍ବତନ୍ତ୍ର କମିଟିରେ ଦାଖଲ କରାଯିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.