ETV Bharat / state

ଅଁଳା ନବମୀ: ରାଧାରାଣୀଙ୍କ ଓଡ଼ିଆଣୀ ବେଶ, ରାଧାପାଦ ଦର୍ଶନ କରି ଭାବ ବିହ୍ବଳ ଭକ୍ତ - ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରାଧାରାଣୀ

ରାଧାରାଣୀଙ୍କ ଓଡ଼ିଆଣୀ ବେଶ । ରାଧାପାଦ ଦର୍ଶନ କରି ଭାବ ବିହ୍ବଳ ଭକ୍ତ । ନିଆଳି ବ୍ଲକର ନୂଆଗାଁ ରାଧାକାନ୍ତ ମଠରେ ଅଁଳା ନବମୀ ଉପଲକ୍ଷେ ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରାଧାରାଣୀ । ଦର୍ଶନ ପାଇଁ ନୂଆଗାଁ ରାଧାକାନ୍ତ ମଠ ପରିସରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଅଧିକ ପଢ଼ନ୍ତୁ

ଅଁଳା ନବମୀ: ରାଧାରାଣୀଙ୍କ ଓଡ଼ିଆଣୀ ବେଶ, ରାଧାପାଦ ଦର୍ଶନ କରି ଭାବ ବିହ୍ବଳ ଭକ୍ତ

author img

By

Published : Nov 2, 2022, 9:44 PM IST

ନିଆଳି: ରାଧାରାଣୀଙ୍କ ଓଡ଼ିଆଣୀ ବେଶ । ପବିତ୍ର ଅଁଳା ନବମୀରେ ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରାଧାରାଣୀ । ରାଧାପାଦ ଦର୍ଶନ କରି ଭାବ ବିହ୍ବଳ ଭକ୍ତ । କଟକ ଜିଲ୍ଲା ନିଆଳି ବ୍ଲକର ନୂଆଗାଁ ରାଧାକାନ୍ତ ମଠ ପରିସରରେ ଏନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିବାବେଳେ ମା'ଙ୍କ ପାଦ ଛୁଇଁବାକୁ ମଠ ପକ୍ଷରୁ ବାରଣ କରାଯାଇଲା ।

ଅଁଳା ନବମୀ: ରାଧାରାଣୀଙ୍କ ଓଡ଼ିଆଣୀ ବେଶ, ରାଧାପାଦ ଦର୍ଶନ କରି ଭାବ ବିହ୍ବଳ ଭକ୍ତ

ବର୍ଷରେ ଗୋଟିଏ ଦିନରେ ରାଧାରାଣୀ ଓଡ଼ିଆଣୀ ବେଶରେ ଦର୍ଶନ ଦେଇଥାନ୍ତି । କେବଳ ଅଁଳା ନବମୀରେ ରାଧା ପାଦ ଦର୍ଶନ କରାଯାଇଥାଏ । ବିଶ୍ବାସ ରହିଛି, ଏହିଦିନ ମା'ଙ୍କର ପାଦ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ । ତେବେ ନିଆଳି ବ୍ଲକର ନୂଆଗାଁ ରାଧାକାନ୍ତ ମଠ ପରିସରରେ ମଧ୍ୟ ଓଡ଼ିଆଣୀ ବେଶରେ ସଜ୍ଜିତ ହୋଇଛନ୍ତି ରାଧାରାଣୀ । ସକାଳେ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ ଓ ଅବକାଶ ନୀତି ପରେ ରାଧାରାଣୀଙ୍କୁ ରାଧା ଦାମୋଦର ବେଶରେ ସୁସଜ୍ଜିତ କରାଯାଇଛି । ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଜମିଛି ।

ଏହା ମଧ୍ୟ ପଢ଼ନ୍ତୁ...ପବିତ୍ର ଅଁଳା ନବମୀ, ରାଧାପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ଶ୍ରଦ୍ଧାଳୁଙ୍କ ଖଚାଖଚ୍‌ ଭିଡ

ମନ୍ଦିରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମଠ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି । ଭକ୍ତଙ୍କ ସୁବିଧା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ ବ୍ୟବସ୍ଥା କରାଯାଇଛି । ବରିଷ୍ଠ ନାଗରିକଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ରାଧାକାନ୍ତ ମଠ ବହୁପୁରାତନ । ପାଖାପାଖି ଆଠ ଶହରୁ ଊର୍ଦ୍ଧ୍ବ ବର୍ଷର ହୋଇଥିବା କୁହାଯାଏ । ଏହି ମଠ ମହନ୍ତ ମହାରାଜଙ୍କ ଦ୍ବାରା ପରିଚାଳିତ ହୋଇଥାନ୍ତି । ତେବେ ଆଜି ଏଠାରେ ଭକ୍ତମାନେ କେବଳ ରାଧାରାଣୀଙ୍କୁ ଦର୍ଶନ କରୁଛନ୍ତି । କିନ୍ତୁ ମା'ଙ୍କ ପାଦ ଛୁଇଁବାକୁ ମଠ ପକ୍ଷରୁ ବାରଣ କରାଯାଇଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.