ETV Bharat / state

ଦଲାଲ ଚଳାଉଛନ୍ତି ନର୍ସିଂହୋମ, ଶୋଷଣର ଶିକାର ସାଧାରଣ ରୋଗୀ

ସିଲଭରସିଟିରେ ଘରୋଇ ନର୍ସିଂହୋମର ଶୋଷଣ କମିବାର ନାଁ ନେଉନି । ମୃତ ବ୍ୟକ୍ତିଙ୍କୁ ଆଇସିୟୁରେ ରଖି ଟଙ୍କା ଲୁଟିବାରେ ବ୍ୟସ୍ତ କର୍ତ୍ତୃପକ୍ଷ । ରୋଗୀ ସେବା ନାଁରେ ଦଲାଲ ମାନେ ଚଳାଉଛନ୍ତି ନର୍ସିଂହୋମ୍ । ଅଧିକ ପଢନ୍ତୁ...

author img

By

Published : Jun 4, 2021, 11:17 AM IST

ଦଲାଲ ଚଳାଉଛନ୍ତି ନର୍ସିଂହୋମ, ଶୋଷଣର ଶିକାର ସାଧାରଣ ରୋଗୀ
ଦଲାଲ ଚଳାଉଛନ୍ତି ନର୍ସିଂହୋମ, ଶୋଷଣର ଶିକାର ସାଧାରଣ ରୋଗୀ

କଟକ: ସିଲଭରସିଟିରେ ଘରୋଇ ନର୍ସିଂହୋମର ଶୋଷଣ କମିବାର ନାଁ ନେଉନି । ମୃତ ବ୍ୟକ୍ତିଙ୍କୁ ଆଇସିୟୁରେ ରଖି ଟଙ୍କା ଲୁଟିବାରେ ବ୍ୟସ୍ତ କର୍ତ୍ତୃପକ୍ଷ । ରୋଗୀ ସେବା ନାଁରେ ଦଲାଲ ମାନେ ଚଳାଉଛନ୍ତି ନର୍ସିଂହୋମ୍ । ତେଣୁ ସେମାନଙ୍କ ବିରୋଧରେ ବିଳମ୍ବରେ ହେଉପଛେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ପ୍ରଶାସନ । ଏନେଇ ଘରୋଇ ହସ୍ପିଟାଲ ମାନଙ୍କୁ ଚେତବନୀ ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି । ରୋଗୀଙ୍କୁ ଶୋଷଣ କରିବା ଖବର ସାମ୍ନାକୁ ଆସିଲେ ହସ୍ପିଟାଲ ସିଲ୍ କରିବା ସହ ଗିରଫ କରାଯିବ ବୋଲି କହିଛନ୍ତି ଆରଡିସି ।

SCBକୁ ଦଲାଲ ମୁକ୍ତ କରିବା ପାଇଁ କଠୋର ହୋଇଛନ୍ତି ଜିଲ୍ଲା ପ୍ରଶାସନ । ସାଧାରଣ ଲୋକଟେ ଯେମିତି ସ୍ବାସ୍ଥ୍ୟସେବାରୁ ବଞ୍ଚିତ ନରୁହେ, ସେଥିପାଇଁ ପ୍ରଶାସନ ଯତ୍ନବାନ ହୋଇଛି । ସେପଟେ ଘରୋଇ ହସ୍ପିଟାଲ ସଂଘ ଏହି ପ୍ରୟାସକୁ ଅହେତୁକ ବିଳମ୍ବ ବୋଲି ସୂଚାଇଛି ଓ ଶୋଷଣକୁ ନିନ୍ଦା କରିଛନ୍ତି । ସଂଘର କହିବାନୁସାରେ, ଶୋଷଣ ନୂଆ ନୁହେଁ । ପ୍ରଶାସନ ଯେଉଁ ନିଷ୍ପତ୍ତି ନେଇଛି, ତାହା ବହୁ ପୂର୍ବରୁ ନେବାର ଆବଶ୍ୟକତା ଥିଲା । କିଛି ଜଣଙ୍କ ପାଇଁ ସମସ୍ତ ଘରୋଇ ହସ୍ପିଟାଲ ବଦନାମ ହେଉଥିବା ସଂଘର ସାଧାରଣ ସମ୍ପାଦକ ଅନ୍ନଦା ପ୍ରସାଦ ରାଉତରାୟ କହିଛନ୍ତି ।

ଅନେକ ଘରୋଇ ହସ୍ପିଟାଲ ଯଦି ଦଲାଲ ମାନଙ୍କ ଦ୍ବାରା ପରିଚାଳିତ ହେଉଛି, ତେବେ ଏଥିରେ ଡାକ୍ତର ମାନଙ୍କ ହାତ ରହିଥିବା ଚର୍ଚ୍ଚା ହେଉଛି। ଏଭଳି ଅସାଧୁ ଉପାୟରେ ରୋଜଗାର କରିବା ଚିନ୍ତା ଅନେକ ସାଧାରଣ ରୋଗୀଙ୍କ ଉପରେ ଢେର ପ୍ରଭାବ ପଡୁଛି। ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାର ଆବଶ୍ୟକତା ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.