ETV Bharat / state

ନନ୍ ଗଣଦୁଷ୍କର୍ମ ମାମଲା: ୧୫ ବର୍ଷ ପରେ ବି ପଡୁନି ପୂର୍ଣ୍ଣଚ୍ଛେଦ, ଓକିଲାତି କରିବାକୁ କେହି ନାହିଁ - ନନ୍ ଗଣଦୁଷ୍କର୍ମ ମାମଲାକୁ ୧୫ ବର୍ଷ

ନନ୍ ଗଣଦୁଷ୍କର୍ମ ମାମଲାକୁ ବିତିଲାଣି ୧୫ ବର୍ଷ । ଆଜି ଯାଏ ମାମଲାରେ ପୂର୍ଣ୍ଣଚ୍ଛେଦ ପଡିପାରିଲା ନାହିଁ । କୋର୍ଟରେ ତାରିଖ ଥିଲେ ମଧ୍ୟ ନନ୍‌ଙ୍କ ପକ୍ଷରୁ କେହି ଓକିଲାତି କରିବାକୁ ସ୍ପଷ୍ଟ ହୋଇନଥିବାରୁ ପୁଣି ଆଉ ଗୋଟିଏ ତାରିଖକୁ ମାମଲା ଘୁଞ୍ଚିଛି । ଅଧିକ ପଢ଼ନ୍ତୁ

nun gang rape case
ନନ୍ ଗଣଦୁଷ୍କର୍ମ ମାମଲା
author img

By

Published : Aug 16, 2023, 8:17 PM IST

ନନ୍ ଗଣଦୁଷ୍କର୍ମ ମାମଲା

କଟକ: କନ୍ଧମାଳ ନନ୍ ଗଣଦୁଷ୍କର୍ମ ଅଭିଯୋଗ ମାମଲାକୁ ୧୫ ବର୍ଷ ପୁରିବାକୁ ବସିଲାଣି । କିନ୍ତୁ ଏଯାବତ ମାମଲାରେ ପୂର୍ଣ୍ଣଚ୍ଛେଦ ପଡିପାରିଲା ନାହିଁ । ଦୀର୍ଘ ୧୫ ବର୍ଷ ହେଲାଣି ଅଭିଯୁକ୍ତ ମାନେ କଟକ ଜିଲ୍ଲା ଦୌରାଜଜ୍ କୋର୍ଟକୁ ଧାଉଁଛନ୍ତି । ନିଜେ ପୀଡିତା ମଧ୍ୟ ଏକାଧିକବାର କୋର୍ଟରେ ହାଜର ହୋଇସାରିଲେଣି । ମାମଲା ଲମ୍ବି ଚାଲିଛି ମାତ୍ର ଶେଷ ହେବାର ନାଁ ଧରୁନାହିଁ । ଆଜି ଉଭୟ ପକ୍ଷ କୋର୍ଟରେ ହାଜର ହୋଇଥିଲେ, କିନ୍ତୁ କୋର୍ଟରେ ପୀଡିତାଙ୍କ ପକ୍ଷ କିଏ ରଖିବ, ତାର ନିଷ୍ପତ୍ତି ନହେବା କାରଣରୁ ମାମଲା ପୁଣି ଆଉ ଏକ ତାରିଖକୁ ରହିଛି । ତେଣେ କନ୍ଧମାଳରୁ କଟକ ଦୌଡି ଦୌଡି ନୟାନ୍ତ ହେଉଛନ୍ତି ଅଭିଯୁକ୍ତ ।

୨୦୦୮ ମସିହା ଅଗଷ୍ଟ ମାସ ୨୪ ତାରିଖରେ ଆସିଥିଲା ଏକ ସଙ୍ଗୀନ ଅଭିଯୋଗ । କନ୍ଧମାଳରେ ଜଣେ ନନ୍ ଗଣଦୁଷ୍କର୍ମର ଶୀକାର ହୋଇଥିବା ନେଇ ୩୦ ଜଣଙ୍କ ନାଁରେ ଦାୟର ଏତଲା ହୋଇଥିଲା । ଘଟଣାକୁ ନେଇ ସାରା ଦେଶରେ ବେଶ ଚର୍ଚ୍ଚା ବି ହୋଇଥିଲା । ହେଲେ ଦୁର୍ଭାଗ୍ୟଜନକ କଥା କି ମାମଲାର ୧୫ ବର୍ଷ ବିତିବାକୁ ବସିଥିବା ବେଳେ, ଅଦାଲତି ପ୍ରକ୍ରିୟା ଉପରେ ଲାଗିପାରିଲା ନାହିଁ ପୂର୍ଣ୍ଣଚ୍ଛେଦ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୂତାବକ, କଟକ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଏହି ଚର୍ଚ୍ଚିତ ମାମଲାର ଶୁଣାଣି ଚାଲିଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଆଜି ପୀଡିତା ଜିଲ୍ଲା ଦୌରାଜଜ କୋର୍ଟରେ ହାଜର ହୋଇଥିଲେ ଏବଂ ୧୮ ଜଣ ଅଭିଯୁକ୍ତ ବି କନ୍ଧମାଳରୁ ଆସି କୋର୍ଟରେ ହାଜିରା ଦେଇଥିଲେ । କିନ୍ତୁ କୋର୍ଟରେ ପୀଡିତାଙ୍କ ପକ୍ଷ ରଖିବାଲାଗି ନିଯୁକ୍ତ ହୋଇନଥିଲେ ଓକିଲ । ଯାହାକୁ ନେଇ କୋର୍ଟ କ୍ଲାରିଫିକେସନ ମାଗିଛନ୍ତି । ତାହା ସ୍ଥିର ହେଲା ପରେ ପୁଣି ଆଉ ଏକ ତାରିଖ ହେବ ଏବଂ ପୁଣିଥରେ ଉଭୟ ପକ୍ଷ ହାଜର ହେବେ ।

ଏହା ମଧ୍ୟ ପଢ଼ନ୍ତୁ: ୫ ବର୍ଷ ପରେ ନ୍ୟାୟ ପାଇଲେ ପୀଡିତା, ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍

ସେତେବେଳେ ଏହି ମାମଲାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ । ଘଟଣାରେ ପ୍ରଥମେ ୯ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । କଟକ ଜିଲ୍ଲା ଦୌରା ଜଜଙ୍କ ଅଦାଲତରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ପ୍ରାୟ ୯ ବର୍ଷର ଶୁଣାଣି ପରେ ଗିରଫ ୯ ଜଣଙ୍କ ଭିତରୁ ୩ ଜଣଙ୍କୁ କୋର୍ଟ ଦଣ୍ତିତ କରିଥିଲେ । ଅନ୍ୟମାନେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ତେବେ ଫେରାର ରହିଥିବା ଅନ୍ୟ ୨୧ ଜଣ ଅଭିଯୁକ୍ତ ପରବର୍ତ୍ତୀ କାଳରେ ଜାମିନ ପାଇସାରିଛନ୍ତି । କିନ୍ତୁ ଜାମିନ୍ ପାଇବା ପରଠାରୁ ସେମାନେ ମଧ୍ୟ କ୍ରମାଗତ ଭାବେ କଟକ ଧାଉଁଛନ୍ତି । ଏଣେ ଆଇନ ଅଦାଲତରେ ତାରିଖ ପରେ ତାରିଖ ଗଡିଚାଲିଛି ହେଲେ ଶୁଣାଣି ଶେଷ ହେଉନାହିଁ । ଅନେକ ବର୍ଷର ବ୍ୟବଧାନ ପରେ ଆଜି ପୀଡିତା କୋର୍ଟରେ ହାଜର ହେଲେ । ବ୍ୟବସ୍ଥା ମୁତାବକ ଆଜି ତାଙ୍କର ସାକ୍ଷ ଗ୍ରହଣ ହୋଇଥାନ୍ତା । କିନ୍ତୁ ଏହି ସମ୍ବେଦନଶୀଳ ମାମଲାରେ କିଏ ସରକାରଙ୍କ ପକ୍ଷ ରଖିବେ , ତାହା ସ୍ଥିର ହୋଇପାରିଲା ନାହିଁ । ଯେଉଁ କାରଣରୁ ପୁଣି ଆଉ ଗୋଟିଏ ତାରିଖକୁ ମାମଲା ଘୁଞ୍ଚିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.