ETV Bharat / state

ଏଣିକି ହାଇକୋର୍ଟ ଖଣ୍ଡପୀଠରେ ଶୁଣାଣି ହେବ ସ୍ୟାଟ ମାମଲା - cuttack news

ହାଇକୋର୍ଟର ଜଣିକିଆ ଖଣ୍ଡପୀଠରେ ହେବ ସ୍ୟାଟ୍ ମାମଲାର ଶୁଣାଣି । ଗୁରୁବାର ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର ପକ୍ଷରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

Now SAT case will be heard in Highcourt
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Dec 6, 2019, 1:52 AM IST

କଟକ: ସ୍ୟାଟ ଅଚଳ ହେବା ପରେ ଏଠାକୁ ବିଚାର ପାଇଁ ଆସୁଥିବା ମାମଲା ଗୁଡିକ ଦୀର୍ଘ ସମୟ ଧରି ବିଚାରଧୀନ ହୋଇ ପଡି ରହୁଥିଲା । ଯାହାଦ୍ବାରା ଆବେଦନକାରୀଙ୍କୁ ନାନା ସମସ୍ୟାର ସାମ୍ନା କରିବାକୁ ପଡୁଥିଲା । ମାତ୍ର ଗୁରୁବାର ହାଇକୋର୍ଟଙ୍କ ରାୟ ଆବେଦନକାରୀଙ୍କୁ ଆଶ୍ବସ୍ତି ଦେଇଛି ।

ସ୍ୟାଟ୍‌ରେ ବିଚାରଧୀନ କୌଣସି ମାମଲାକୁ ଯଦି ଜଣେ ଆବେଦନକାରୀ ହାଇକୋର୍ଟକୁ ଆଣନ୍ତି, ତେବେ ଉକ୍ତ ମାମଲାଟି ରେଜିଷ୍ଟ୍ରି ହେବା ସହ ଜଣିକିଆ ଖଣ୍ଡପୀଠରେ ଏହାର ଶୁଣାଣି ହେବ । ହାଇକୋର୍ଟ ରେଜିଷ୍ଟ୍ରାର ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର କଟକ ସ୍ୟାଟ ବେଞ୍ଚ, ଭୁବନେଶ୍ବର ବେଞ୍ଚ, ବ୍ରହ୍ମପୁର ବେଞ୍ଚ, ସମ୍ବଲପୁର ବେଞ୍ଚରୁ ହାଇକୋର୍ଟକୁ ଆସୁଥିବା ସମସ୍ତ ମାମଲା ଗୁଡିକୁ ଏହିଭଳି ଶୁଣାଣି କରିବାକୁ ସ୍ଥିର ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏଥିରେ ନୂଆ ମାମଲା, ଅଦାଲତ ଅବମାନନା ମାମଲା, ପୁନଃ ଆବେଦନ ମାମଲା ପ୍ରଭୃତି ରହିଛି । ସୂଚନାନୁସାରେ, ବର୍ତ୍ତମାନ ସ୍ୟାଟରେ ପ୍ରାୟ ୭୦ ହଜାର ମାମଲା ବିଚାର ପାଇଁ ପଡିରହିଛି । ସ୍ୟାଟ୍‌ ଉଚ୍ଛେଦ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଏହାକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ ରହିଥିଲା । ଯାହା ଏବେ ବି ବିଚାରଧୀନ ରହିଛି । ଅପରପକ୍ଷେ ସ୍ୟାଟ ଉଚ୍ଛେଦ ଉପରେ କେନ୍ଦ୍ର ସରକାରଙ୍କ ମୋହର ବାଜି ସାରିଛି । ତେବେ ସ୍ୟାଟ୍‌କୁ ନେଇ ଏମିତି ସ୍ଥିତି ଏକପ୍ରକାର ଅଚଳାବସ୍ଥା ସୃଷ୍ଟି କରିଥିଲା ।

ଏଥିସହିତ ଆଇନରେ କୌଣସି ବ୍ୟବସ୍ଥା ନଥିବାରୁ ସ୍ୟାଟରେ ବିଚାରଧୀନ ମାମଲା ଗୁଡିକୁ ହାଇକୋର୍ଟକୁ ଆସିପାରୁନଥିଲା । ବିଶେଷ କରି ଚାକିରୀ ସଂକ୍ରାନ୍ତୀୟ ମାମଲାରେ ବସିଥିବା ଆବେଦକାରୀମାନେ ସ୍ୟାଟ୍‌ରୁ ହାଇକୋର୍ଟ ଆସୁଥିବାବେଳେ ସେମାନଙ୍କ ମାମଲା ବିଚାର ପାଇଁ ଗ୍ରହଣ ହୋଇପାରୁ ନଥିଲା । ଗୁରୁବାର ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ସ୍ୟାଟ୍‌ର ମାମଲା ହାଇକୋର୍ଟରେ ରୁଜୁ କରୁଥିବା ଆବେଦନକାରୀଙ୍କୁ ଆଶ୍ବସ୍ତି ଦେଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ସ୍ୟାଟ ଅଚଳ ହୋଇଯିବା ପରେ ଏଠାରେ ଗଡି ଆସୁଥିବା ମାମଲାର ବିଚାର ପାଇଁ ଯେଉଁ ସମସ୍ୟା ସୃଷ୍ଟି ହେଉଥିଲା,ହାଇକୋର୍ଟ ଙ୍କ ରାୟ ଆବେଦନକାରୀ ଙ୍କୁ ଆସ୍ୱସ୍ତି ଦେଇଛି।ସ୍ୟାଟ ରେ ବିଚାରଧିନ କୌଣସି ମାମଲାକୁ ଯଦି ଜଣେ ଆବେଦନକାରୀ ହାଇକୋର୍ଟ କୁ ଆଣନ୍ତି ତାହାହେଲେ ଉକ୍ତ ମାମଲାଟି ରେଜିଷ୍ଟ୍ରି ହେବା ସହ ଏଣିକି ଜଣିକିଆ ଖଣ୍ଡପିଠରେ ଶୁଣାଣି ହେବ।ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର ପକ୍ଷରୁ ଏକ ବିଧିବଧ ବିଜ୍ଞପ୍ତି ପ୍ରକାଶ ପାଇଛି।ରାଜ୍ୟର କଟକ ସ୍ୟାଟ ବେଞ୍ଚ ,ଭୁବନେଶ୍ୱର ବେଞ୍ଚ ,ବ୍ରହ୍ମପୁର ବେଞ୍ଚ,ସମ୍ବଲପୁର ବେଞ୍ଚ ରୁ ହାଇକୋର୍ଟ କୁ ଆସୁଥିବା ସମସ୍ତ ମାମଲା ଏହିଭଳି ଶୁଣାଣି କରାଯିବ ବୋଲି ସ୍ଥିର ହୋଇଛି।ଏଥିରେ ନୂଆ ମାମଲା ,ଅଦାଲତ ଅବମାନନା ମାମଲା ,ପୁନଃ ଆବେଦନ ମାମଲା ରହିଛି।ଏବେ ସ୍ୟାଟ ରେ ପ୍ରାୟ ୭୦ ହଜାର ମାମଲା ବିଚାର ପାଇଁ ପଡି ରହିଛି।ସୂଚନାଯୋଗ୍ୟ ସ୍ୟାଟ ଉଚ୍ଛେଦ ନେଇ ରାଜ୍ୟ ସରକାର ନିଷ୍ପତି ପରେ ଏହାକୁ ବିରୋଧକରି ହାଇକୋର୍ଟ ରେ ମାମଲା ରୁଜୁ ହୋଇଛି।ଏହି ମାମଲା ଏବେ ବିଚାରଧିନ ରହିଛି।ଅନ୍ୟପଟେ ସ୍ୟାଟ ଉଚ୍ଛେଦ ଉପରେ କେନ୍ଦ୍ର ସରକାର ମୋହର ମାରି ସାରିଛନ୍ତି।ତେଣୁ ଏଭଳି କ୍ଷେତ୍ରରେ ସ୍ୟାଟ ରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି।କିନ୍ତୁ ଆଇନରେ କୌଣସି ବ୍ୟବସ୍ଥା ନଥିବାରୁ ସ୍ୟାଟ ରେ ବିଚାରଧିନ ଥିବା ମାମଲା ଗୁଡିକ ହାଇକୋର୍ଟ ଆସିପାରୁନଥିଲା।ଚାକିରୀ ସଂକ୍ରାନ୍ତୀୟ ମାମଲାରେ ବସିଥିବା ଆବେଦନକାରୀ ମାନେ ସ୍ୟାଟ ରୁ ହାଇକୋର୍ଟ ଆସୁଥିବାବେଳେ ସେମାନଙ୍କର ମାମଲା ବିଚାର ପାଇଁ ଗ୍ରହଣ ହୋଇପାରୁନଥିଲା।ହାଇକୋର୍ଟ ଙ୍କ ଏହି ନିର୍ଦ୍ଧେଶ ବଳରେ ସ୍ୟାଟ ର ମାମଲା ହାଇକୋର୍ଟ ରେ ରୁଜୁ କରୁଥିବା ଆବେଦନକାରୀ ଙ୍କୁ ଆସ୍ୱସ୍ତି ମିଳିଛି।ସେମାନଙ୍କ ମାମଲା ଏବେ ବିଚାର ପାଇଁ ଗ୍ରହଣ ହେବା ସହ ଜଣିକିଆ ଖଣ୍ଡପୀଠ ରେ ଶୁଣାଣି ହେବାକୁ ସ୍ଥିର ହୋଇଛି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.