ETV Bharat / state

୨ କୁଖ୍ୟାତ ଅପରାଧୀକୁ ଧରିଲା କଟକ ପୋଲିସ: 3 ବନ୍ଧୁକ, 12 ରାଉଣ୍ଡ ଗୁଳି ଜବତ

author img

By

Published : Jun 13, 2023, 6:33 AM IST

ଦୁଇ କୁଖ୍ୟାତ ଅପରାଧୀକୁ ଧରିବାରେ ସଫଳ ହେଲା ଜଗତପୁର ପୋଲିସ । ସେମାନଙ୍କ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା । ଅଧିକ ପଢ଼ନ୍ତୁ

notorious criminal arrests in cuttack
ଦୁଇ କୁଖ୍ୟାତ ଅପରାଧୀ ଗିରଫ
ଦୁଇ କୁଖ୍ୟାତ ଅପରାଧୀ ଗିରଫ

କଟକ: ଦୁଇ କୁଖ୍ୟାତ ଅପରାଧିକୁ ବାନ୍ଧିଲା ଜଗତପୁର ପୋଲିସ l ଅପରାଧ ଘଟାଇବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ାରୁ ଜଗତପୁର ଆସୁଥିବା ସମୟରେ ସାତବାଟିଆ ନିକଟରେ ପୋଲିସ କାବୁ କରିଥିଲା l ଦୁଇ ଅଭିଯୁକ୍ତ ହେଲେ ବିଜୟ ନାୟକ ଓ ଦିବ୍ୟରଞ୍ଜନ ସେଠୀ । ସେମାନଙ୍କ ନିକଟରୁ ପୋଲିସ 3 ବନ୍ଧୁକ 12 ରାଉଣ୍ଡ ଗୁଳି ସହିତ ସ୍କୁଟି ଓ ୨ଟି ମୋବାଇଲ ଜବତ କରିଛି l

ଏହା ମଧ୍ୟ ପଢ଼ନ୍ତୁ: ସିମ୍ କିଣୁଛନ୍ତି କି ହୋଇଯାଆନ୍ତୁ ସାବଧାନ, ନଚେତ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ !

ଦୁଇ ଅଭିଯୁକ୍ତଙ୍କ ନାଁରେ କେନ୍ଦାପଡ଼ା, ଜଗତସିଂହପୁର, ଜଗତପୁର, ଚାଉଳିଆଗଞ୍ଜ ଥାନାରେ ମାମଲା ରହିଥିବାବେଳେ ଓ ବିଜୟ ସୁଲେମାନ ହତ୍ୟାରେ ସମ୍ପୃକ୍ତ ଥିବା ଏଡିସିପି ଅନିଲ ମିଶ୍ର ସୂଚନା ଦେଇଛନ୍ତି । ଏମାନେ ମୁଖ୍ୟତଃ ବନ୍ଧୁକ ଦେଖାଇ ବିବାଦୀୟ ଜମିକୁ ବନ୍ଧୁକ ମୁନରେ ଦଖଲ ଦେବା, ବିଲ୍ଡର ମାନଙ୍କଠାରୁ ମୋଟା ଚାନ୍ଦା ଆଦାୟ କରିବା ଓ ବଡ଼ବଡ଼ ବ୍ୟବସାୟୀଙ୍କଠାରୁ ବନ୍ଧୁକ ଦେଖାଇ ଚାନ୍ଦା ଆଦାୟ କରିବା ଭଳି ଘଟଣାରେ ଲିପ୍ତ ରହି ଅର୍ଥ ରୋଜଗାର କରୁଥିଲେ । ସବୁଠାରୁ ବଡ଼ କଥା ହେଉଛି ବିଜୟ ନାୟକ ନିଜ ନାମ ପରିବର୍ତ୍ତନ କରି ଗଣେଶ ଦାସ ନାମରେ ନିଜ ପରିଚୟ ଦେଉଥିଲା । ଏନେଇ ଡିସିପିଙ୍କ କହିଛନ୍ତି, "ଗତ ସନ୍ଧ୍ୟାରେ କୁଖ୍ୟାତ ବନ୍ଧୁକ ବ୍ୟବସାୟୀ ବିଜୟ ନାୟକ ଓ ରାଜା ଜଗତପୁର ଅଞ୍ଚଳରେ ଥିବା ସାତବାଟିଆ ନିକଟରେ ବନ୍ଧୁକ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ଉପସ୍ଥିତ ରହିଥଲେ । କୌଣସି ସୂତ୍ରରୁ ପୋଲିସ ଖବର ପାଇ ଉକ୍ତ ଅଞ୍ଚଳରେ ପହଞ୍ଚିଥିଲା । ଏହାପରେ ଉଭୟଙ୍କୁ କାବୁ କରି ଗିରଫ କରିଥିଲା । ତେବେ ଜଗତପୁର ଅଞ୍ଚଳରେ ଉଭୟ ଅପରାଧୀ ବନ୍ଧୁକ ବ୍ୟବସାୟ ଉଦ୍ଦେଶ୍ୟରେ ଆସିଥିଲେ ନା ଲୁଟ କରିବାକୁ ସେନେଇ ଅଧିକ ତଦନ୍ତ ଜାରି ରହିଛି ।"

ଯଦି ଉଭୟ କୁଖ୍ୟାତଙ୍କ କ୍ରାଇମ ରେକର୍ଡ ଉପରେ ନଜର ପକାଯାଏ, କଟକର ନିକଟବର୍ତ୍ତୀ ଜିଲ୍ଲା ଯେପରି ଜଗତସିଂହପୁର, କେନ୍ଦ୍ରାପଡ଼ାର ବିଭିନ୍ନ ଥାନାରେ ଏହି ଦୁଇ ଜଣଙ୍କ ନାଁରେ ଏକାଧିକ ମାମଲା ରହିଛି । ଦୀର୍ଘ ଦିନ ଧରି ଏମାନେ ପୋଲିସ ହାତରୁ ଖସିବାରେ ସଫଳ ହେଉଥିଲେ । ତେବେ ଉଭୟଙ୍କୁ ଗିରଫ କରିବା ପରେ କୋର୍ଟ ପୋଲିସ ଚାଲାଣ କରିଛି । ଏହାସହ ଏହି ଦୁଇଙ୍କଠୁ ଏହି ବନ୍ଧୁକ କେଉଁମାନେ କିଣୁଥିଲେ ତାହା ମଧ୍ୟ ତଦନ୍ତ ପରିସର ଭୁକ୍ତ ରହିଥିବା ଏଡିସିପି ଅନିଲ ମିଶ୍ର ସୂଚନା ଦେଇଛନ୍ତି l

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.