ETV Bharat / state

ବାଦମବାଡିରେ ନାହିଁ ବସ, ଯାତ୍ରୀ ହତାଶ

ଲକଡାଉନର 2ମାସ ପରେ ରାଜ୍ୟ ସରକାର ଓ ଘରୋଇ ବସ ମାଲିକଙ୍କ ଅନୁମତି କ୍ରମେ ଗୁରୁବାର ଠାରୁ ଗଡିଥାନ୍ତା ବସ୍‌ । କିନ୍ତୁ ବାଦାମବାଡିରେ କିଛି ଓଲଟା ଚିତ୍ର ଦେଖିବାକୁ ମିଳିଛି । ବସଷ୍ଟାଣ୍ଡରେ ନାହିଁ ବସ ।

ବାଦମବାଡିରେ ନାହିଁ ବସ, ଯାତ୍ରୀ ହତାଶ
ବାଦମବାଡିରେ ନାହିଁ ବସ, ଯାତ୍ରୀ ହତାଶ
author img

By

Published : May 28, 2020, 12:54 PM IST

କଟକ: ବାଦାମବାଡିରେ ନାହିଁ ବସ । ରାଜ୍ୟ ସରକାର ଓ ଘରୋଇ ବସ ମାଲିକଙ୍କ ଅନୁମତି କ୍ରମେ ଆଜି ଠୁ ଗଡିଥାନ୍ତା ବସ । ହେଲେ ଏଯାବତ ଗୋଟେହେଲେ ଘରୋଇ ବସ ବାଦମବାଡ଼ିକୁ କରିନି ପ୍ରବେଶ । ଫଳରେ ଯାତ୍ରୀମାନେ ହୋଇଛନ୍ତି ଅନେକ ଅସୁବିଧାର ସମ୍ମୁଖୀନ । ତେବେ କ'ଣ ପାଇଁ ବସ୍ ଏଯାବତ ଗଡି ପାରିନି ତାକୁ ନେଇ ଚାଲିଛି ଅଙ୍କ କଷା ।

ବାଦମବାଡିରେ ନାହିଁ ବସ, ଯାତ୍ରୀ ହତାଶ

ଯାତ୍ରୀ ନିରାଶ । ଗଡୁନି ବସ । ନିଜ ଗନ୍ତବ୍ୟ ସ୍ଥଳରେ ପହଁଚିଥାଆନ୍ତେ ଯାତ୍ରୀ । ହେଲେ ସବୁ କିଛି ଯୋଜନା ପଣ୍ଡ ହୋଇଗଲା । ଘରୋଇ ବସ ମାଲିକ ଗ୍ରୀନ ସିଗନାଲ ଦେଲା ପରେ ଆଜିଠୁ ଆରମ୍ଭ ହୋଇଥିନ୍ତା ବସ ଚଳାଚଳ । ହେଲେ ସ୍ଥିତି ଯଥା ପୂର୍ବ ତଥା ପର । ଅନ୍ୟପଟେ ରାଜ୍ୟ ସରକାର ଓ ଘରୋଇମାଲିକଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଯୋଗୁଁ ସାଧାରଣ ଯାତ୍ରୀ କଷ୍ଟ ସହୁଥିବା କହିଛନ୍ତି କଟକ ବାସୀନ୍ଦା । ତେବେ ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ବାଦାମବାଡ଼ିକୁ ନେଇ ତାହା ହିଁ ହେଲା । ଏଣିକି କେବେ ବସ ଗଡିବ ତାହା ମଧ୍ୟ ପ୍ରଶ୍ନ ପରିସର ମଧ୍ୟରେ ।

ସରକାରଙ୍କ ଗ୍ରୀନ ସିଗନଲ ପରେ ଲୋକମାନେ ଖୁସିରେ ଆତ୍ମହରା ହୋଇଥିଲେ । ହେଲେ ବର୍ତ୍ତମାନର ସ୍ଥିତି ଦେଖିଲେ ହିଁ ବାରି ହୋଇପଡିବ ଖୁସି କେଉଁ ଆକାରରେ ଦୁଃଖ ରେ ପରିଣତ ହୋଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.