ETV Bharat / state

ମାର୍ଚ୍ଚ 6ରୁ ନବମ ପରୀକ୍ଷା: ଏଥର ଅନଲାଇନରେ ପ୍ରଶ୍ନ ପତ୍ର, ଡାଉନଲୋଡ୍ କରିବେ ସ୍କୁଲ କର୍ତ୍ତୃପକ୍ଷ

Ninth class Exam from March sixth: ମାର୍ଚ୍ଚ 6ରୁ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା । ଏଥର ଅନଲାଇନରେ ପ୍ରଶ୍ନ ପତ୍ର ଯୋଗାଇବ ବୋର୍ଡ। ଡାଉନଲୋଡ୍ କରିବେ ସ୍କୁଲ କର୍ତ୍ତୃପକ୍ଷ । ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ୱେବସାଇଟରେ ଉପଲବ୍ଧ ହେବ ପ୍ରଶ୍ନ ପତ୍ର। ଅଧିକ ପଢ଼ନ୍ତୁ,

author img

By ETV Bharat Odisha Team

Published : Dec 14, 2023, 2:42 PM IST

ମାର୍ଚ୍ଚ 6ରୁ ନବମ ବାର୍ଷିକ ପରୀକ୍ଷା: ଏଥର ଅନଲାଇନରେ ପ୍ରଶ୍ନ ପତ୍ର, ଡାଉନଲୋଡ୍ କରିବେ ସ୍କୁଲ କର୍ତ୍ତୃପକ୍ଷ

କଟକ: ମାର୍ଚ୍ଚ 6 ତାରିଖରୁ ଆରମ୍ଭ ହେବ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା । ଏହା ମାର୍ଚ୍ଚ 15 ତାରିଖରେ ଶେଷ ହେବ। ଏଥର ନବମ ପରୀକ୍ଷା ପାଇଁ ପ୍ରିଣ୍ଟେଡ୍ ପ୍ରଶ୍ନ ପତ୍ର ଦେବ ନାହିଁ ବୋର୍ଡ। ସ୍କୁଲଗୁଡ଼ିକୁ ଅନଲାଇନରେ ପଠାଯିବ ପ୍ରଶ୍ନ ପତ୍ର । ସ୍କୃଲ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ଡାଉନଲୋଡ୍ କରି ପ୍ରିଣ୍ଟ କରିବେ ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବେ। ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ୱେବସାଇଟରେ ପ୍ରଶ୍ନ ପତ୍ର ଉପଲବ୍ଧ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହା ମଧ୍ୟ ପଢ଼ନ୍ତୁ: ସୁରକ୍ଷା ଭଙ୍ଗକୁ ନେଇ ସଂସଦ ଅଚଳ: ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମୁଲତବୀ

ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଆଜି ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ପାଇଁ ସୂଚୀ ଘୋଷଣା କରିଛନ୍ତି। ନବମ ପରୀକ୍ଷା ମାର୍ଚ୍ଚ 6 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 15 ତାରିଖରେ ସରିବ। ନବମ ପରୀକ୍ଷା 13 ତାରିଖରେ ଶେଷ ହେବାକୁ ଥିବା ବେଳେ ମଧ୍ୟମା ପରୀକ୍ଷା ମାର୍ଚ୍ଚ 15 ଯାଏଁ ଚାଲିବ। ଏଥର ପରୀକ୍ଷା ପ୍ରଶ୍ନପତ୍ରକୁ ନେଇ ନୂଆ ନିୟମ କରିଛି ବୋର୍ଡ। ଚଳିତ ବର୍ଷ ବୋର୍ଡ ଆଉ ପ୍ରିଣ୍ଟେଡ ପ୍ରଶ୍ନପତ୍ର ପଠାଇବ ନାହିଁ। ବୋର୍ଡ ପକ୍ଷରୁ ଏଥର ଅନଲାଇନରେ ପ୍ରଶ୍ନପତ୍ର ପଠାଯିବ। ପରୀକ୍ଷା ଆରମ୍ଭ ହେବାର 2 ଘଣ୍ଟା ପୂର୍ବରୁ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ୱେବ ସାଇଟରେ ଉପଲବ୍ଧ କରାଯିବ। ସ୍କୁଲ କର୍ତ୍ତୃପକ୍ଷ ଏହାକୁ ଡାଉନଲୋଡ୍ କରି ପ୍ରିଣ୍ଟ ଆଉଟ ବାହାର କରିବେ ଏବଂ ପରୀକ୍ଷାର୍ଥୀମାନଙ୍କୁ ପ୍ରଶ୍ନ ପତ୍ର ପ୍ରଦାନ କରିବେ। ପ୍ରଶ୍ନପତ୍ର ଡାଉନ ଲୋଡ ପାଇଁ ବୋର୍ଡ ପକ୍ଷରୁ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ୟୁଜର ନେମ ଏବଂ ପାସୱାର୍ଡ ପ୍ରଦାନ କରାଯିବ। ପୂର୍ବରୁ ନବମ ଶ୍ରେଣୀ ପରୀକ୍ଷା ପାଇଁ ବୋର୍ଡ ପ୍ରଶ୍ନପତ୍ର ପଠାଉଥିବା ବେଳେ, ଚଳିତ ବର୍ଷ ନୂଆ ଢାଞ୍ଚାରେ ପରୀକ୍ଷା ପରିଚାଳନା କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହା ମଧ୍ୟ ପଢ଼ନ୍ତୁ: ଭାରି ପଡ଼ିଲା ରାଜ୍ୟସଭାରେ ହଙ୍ଗାମା: ଟିଏମସି ଏମପି ଡେରେକ ଓବ୍ରିଏନ୍ ଶୀତ ଅଧିବେଶନରୁ ସସପେଣ୍ଡ୍

ଫେବ୍ରୁଆରୀ 20ରୁ ମାଟ୍ରିକ ପରୀକ୍ଷା: ଆସନ୍ତା ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଦଶମ ଶ୍ରେଣୀ ପରୀକ୍ଷା।ଳିତ ଶିକ୍ଷାବର୍ଷର ମାଟ୍ରିକ୍‌ ପରୀକ୍ଷା ନେଇ ଗତକାଲି (ବୁଧବାର) ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚୀ ପ୍ରକାଶ ପାଇଛି । ୨୦ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୨୩ରେ ଇଂରାଜୀ ପରୀକ୍ଷା ଥିବାବେଳେ ୨୬ରେ ରହିଛି ଗଣିତ ପରୀକ୍ଷା । ଫେବୃଆରୀ ୨୮ରେ ତୃତୀୟ ଭାଷା ହିନ୍ଦୀ କିମ୍ବା ସଂସ୍କୃତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ମାର୍ଚ୍ଚ ୨ରେ ବିଜ୍ଞାନ ଓ ୪ ତାରିଖ ତଥା ଅନ୍ତିମ ଦିନ ରହିଛି ସାମାଜିକ ବିଜ୍ଞାନ ପରୀକ୍ଷା । ଚଳିତବର୍ଷ ୨୯୯୧ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ । SOSCରେ ୫୫ଟି କେନ୍ଦ୍ରରେ ୭ ହଜାର ୮ ଶହ ୩୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେହିଭଳି ମଧ୍ୟମାରେ ୧୦୭ଟି କେନ୍ଦ୍ରରେ ୩ ହଜାର ୩୭ ଜଣ ପରୀକ୍ଷାର୍ଥୀ ଦେବେ ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୫ରୁ ମୂଲ୍ୟାୟନ ଆରମ୍ଭ ହେବ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.