ETV Bharat / state

ସମ୍ ହସ୍ପିଟାଲ ଦ୍ବିତୀୟ କ୍ୟାମ୍ପସ ନିର୍ମାଣ ଉପରେ NGTଙ୍କ ରହିତାଦେଶ

author img

By

Published : Dec 17, 2022, 7:50 AM IST

ସମ୍ ହସ୍ପିଟାଲ ଦ୍ବିତୀୟ କ୍ୟାମ୍ପସ ନିର୍ମାଣ ବିବାଦ । ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି କଲେ ଏନଜିଟି । ଅଧିକ ପଢନ୍ତୁ

ସମ୍ ହସ୍ପିଟାଲ ଦ୍ବିତୀୟ କ୍ୟାମ୍ପସ ନିର୍ମାଣ ବିବାଦ

କଟକ: ପରିବେଶ ମଞ୍ଜୁରୀ ନଥାଇ ଭୁବନେଶ୍ବର ତହସିଲ ଅନ୍ତର୍ଗତ ନଖରା ଠାରେ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇ‌‌ନ୍ସେସ୍‌ ଆଣ୍ଡ ସମ୍ ହସ୍ପିଟାଲର ଦ୍ବିତୀୟ କ୍ୟାମ୍ପସ ନିର୍ମାଣ କାର୍ଯ୍ୟ କରାଯାଉଥିବା ଅଭିଯୋଗ ମାମଲାରେ ଜାତୀୟ ସବୁଜ ନ୍ୟାୟାଧିକରଣ(NGT) ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏନଜିଟି ପ୍ରତାପ ଚନ୍ଦ୍ର ମହାନ୍ତି ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ଆବେଦନକୁ ବିଚାର ପାଇଁ ଗ୍ରହଣ କରିବା ସହିତ ଏହି ପ୍ରକଳ୍ପ ନିର୍ମାଣ ଉପରେ ରହିତାଦେଶ ଜାରି କରିଛନ୍ତି NGT । ମାମଲାରେ ଉଲ୍ଲେଖ କରାଯାଇଥିବା ଜମିରେ ଅନ୍ୟାଦେଶ ପର୍ଯ୍ୟନ୍ତ ସବୁ ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ଏନଜିଟି ରହିତାଦେଶ ଜାରି କରିଛନ୍ତି । କେନ୍ଦ୍ରାଞ୍ଚଳ ଆରଡିସି, ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତା ଓ ଅନ୍ୟମାନଙ୍କୁ ଚାରି ସପ୍ତାହ ଭିତରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ଏନଜିଟି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ୨୦୨୧, ଜାନୁଆରି ୨୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।

ମାମଲାରୁ ପ୍ରକାଶ ଯେ, ସମ୍ ହସ୍ପିଟାଲ ଦ୍ବିତୀୟ କ୍ୟାମ୍ପସ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବିନା କୌଣସି ପରିବେଶ ମଞ୍ଜୁରୀରେ ଆରମ୍ଭ କରାଯାଇଛି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି । ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ଏହି ନିର୍ମାଣ କାର୍ଯ୍ୟ କରାଯାଉଥିବା ସ୍ଥାନ ଜଳାଶୟ ଯାହାର କିସମ ନୟନଜୋରୀ । ୨୦୨୧, ସେପ୍ଟେମ୍ବର ୪ରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ସମ୍ ହସ୍ପିଟାଲର ଦ୍ବିତୀୟ କ୍ୟାମ୍ପସ ପ୍ରକଳ୍ପ ନିର୍ମାଣ ପାଇଁ ୮.୯୪ ଏକର ଜମି ପ୍ରଦାନ କରିଥିଲା । ଏହି ପ୍ରକଳ୍ପ ଅଧିନରେ ୮୯,୭୧୨.୨୩ ବର୍ଗ ମିଟରରେ ସ୍ଥାନରେ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ବେଳେ ଏଥିଲାଗି ପରିବେଶ ମଞ୍ଜୁରୀ ପାଇଁ ଆବେଦନ କରାଯାଇଥିଲା । କିନ୍ତୁ ପରିବେଶ ମଞ୍ଜୁରୀ ମିଳିନଥିବା ବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ: ପୁଣି ୧୧ ଓକିଲଙ୍କ ଲାଇସେନ୍ସ ରବ୍ଦ

ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷଙ୍କ ୨୦୨୨, ନଭେମ୍ବର ୨୩ର ଚିଠି‌ ଅନୁସାରେ ଏହି ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ମାମଲା ବିଚାରାଧୀନ ରହିଛି । ଏହି ଜମିର କିସମ ନୟନଜୋରୀ ହୋଇଥିବା ବେଳେ ଏହା ଉପରେ କୌଣସି ପ୍ରକାର ନିର୍ମାଣ କରାଯାଇପାରିବ ନାହିଁ । ଏହି ଜମି କେବଳ ଜଳାଶୟ ପାଇଁ ଉଦ୍ଦିଷ୍ଟ । ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ, ସାବିକ ରେକର୍ଡ ଅନୁସାରେ ଏହି ନୟନଜୋରୀ ପୂର୍ବରୁ ପ୍ରାଚୀ ନଦୀ ଭାବେ ଜଣାଶୁଣା ଥିଲା । ପ୍ରାଚୀ ନଦୀ ୭୮ କିଲୋମିଟର ଲମ୍ବ ଥିଲା । ସାବିକ ରେକର୍ଡରୁ ଏହି ଜମି ଦେଇ ଜଳ ପ୍ରବାହ କରୁଥିବା ସ୍ପଷ୍ଟ ହୋଇଥିବା ବେଳେ ଏବେ କିସମ ନୟନଜୋରୀ ରହିଛି । ନୟନଜୋରୀକୁ ଜଳାଶୟ ପାଇଁ ସଂରକ୍ଷିତ କରାଯିବା କଥା । ଏହି କିସମର ଜମିକୁ ଜଳାଶୟ ବ୍ୟତୀତ ଅନ୍ୟ କୌଣସ କାର୍ଯ୍ୟ ପାଇଁ ପରିବର୍ତ୍ତିତ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ରାୟ ରହିଥିବା ନେଇ ଆବେଦନକାରୀ ଏନଜିଟିଙ୍କୁ ଅବଗତ କରିଛନ୍ତି । ବେଆଇନ ଭାବେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.