ETV Bharat / state

Netaji Bus Terminal: ବ୍ୟବସାୟୀଙ୍କୁ ଥଇଥାନ କେବେ ?

author img

By ETV Bharat Odisha Team

Published : Sep 27, 2023, 8:12 AM IST

କଟକରେ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ କରି ବାଃବାଃ ସାଉଁଣ୍ଟୁଛନ୍ତି ସରକାର । ହେଲେ ବ୍ୟବସାୟୀମାନଙ୍କ ଠୁ ନେଇ ଘରୋଇ ବସ ମାଲିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆଣିଛନ୍ତି । ବାଦାମବାଡିରୁ ବସ ଷ୍ଟାଣ୍ଡ ଖାନନଗର ଉଠିଯିବାରୁ ବ୍ୟବସାୟ ଏକପ୍ରକାର ଠପ ହୋଇଯାଇଥିଲା ବେଳେ ସେମାନଙ୍କ ଜୀବନଜୀବିକା ଏବେ ଅନ୍ଧକାରରେ ।

ବ୍ୟବସାୟୀଙ୍କୁ ଥଇଥାନ କେବେ?
ବ୍ୟବସାୟୀଙ୍କୁ ଥଇଥାନ କେବେ?
ବ୍ୟବସାୟୀଙ୍କୁ ଥଇଥାନ କେବେ?

କଟକ: କଟକରେ ଅତ୍ୟାଧୁନିକ ବସ ଟର୍ମିନାଲ ନିର୍ମାଣ କରି ବାଃ ବାଃ ସାଉଁଣ୍ଟୁଛନ୍ତି ସରକାର । ହେଲେ ବ୍ୟବସାୟୀମାନଙ୍କ ଠୁ ନେଇ ଘରୋଇ ବସ ମାଲିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆଣିଛନ୍ତି । ବାଦାମବାଡିରୁ ବସ ଷ୍ଟାଣ୍ଡ ଖାନନଗର ଉଠିଯିବାରୁ ବ୍ୟବସାୟ ଏକପ୍ରକାର ଠପ ହୋଇଯାଇଥିଲା ବେଳେ ସେମାନଙ୍କ ଜୀବନଜୀବିକାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ପାର୍କିଂ ଫିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଘରୋଇ ବସ ମାଲିକ ସଂଘ ।

85 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦରେ ନିର୍ମିତ ହେଲା ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲ । ପାଖାପାଖି 15ଏକର ଜମିରେ ନିର୍ମିତ ଏହି ବିଶ୍ୱସ୍ତରୀୟ ନେତାଜୀ ଟର୍ମିନାଲରେ ଯାତ୍ରୀ ଓ ବସ ରହଣୀ ପାଇଁ ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯାଇଛି । ହେଲେ ପୁରୁଣା ବସଷ୍ଟାଣ୍ଡର ବ୍ୟବସାୟୀ ଓ ଘରୋଇ ବସ ମାଲିକମାନଙ୍କ ପାଇଁ ଆଣିଦେଇଛି ଦୁଃଖ । ବସଷ୍ଟାଣ୍ଡ୍ ସ୍ଥାନାନ୍ତର ହେବାରୁ ବ୍ୟବସାୟୀମାନଙ୍କ ବ୍ୟବସାୟ ଏକପ୍ରକାର ଠପ ହୋଇଯାଇଛି । ସେମାନଙ୍କୁ ଥଇଥାନ କରିବା ନେଇ ବାରମ୍ବାର ଦାବି ସତ୍ତ୍ବେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି ପୁରୁଣା ବସଷ୍ଟାଣ୍ଡ୍ ବ୍ୟବସାୟୀ ।

ପୁରୁଣା ବସ୍‌ ଷ୍ଟାଣ୍ଡ ବ୍ୟବସାୟୀ ସଂଘର କହିବାନୁଯାୟୀ, ରାତାରାତି ବସଷ୍ଟାଣ୍ଡ୍‌ ସ୍ଥାନାନ୍ତର କରାଗଲା । ହେଲେ ବ୍ୟବସାୟୀମାନଙ୍କ ପାଇଁ କୌଣସି ପ୍ରକାର ସୁବିଧା କରାଗଲା ନାହିଁ । ଏନେଇ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ଖାଲି ପ୍ରତିଶ୍ରୁତି ଦିଆଯାଇଛି । ହେଲେ ବାସ୍ତବିକ କୌଣସି ପଦକ୍ଷେପ ନିଆଯାଇନାହିଁ । ଯେଉଁଥିପାଇଁ ବ୍ୟବସାୟୀମାନଙ୍କ ପରିବାରର ଭବିଷ୍ୟତ ଏବେ ଅନ୍ଧକାରରେ । 150ରୁ ଅଧିକ ବ୍ୟବସାୟ ବାଦାମବାଡ଼ି ବସଷ୍ଟାଣ୍ଡ ନିର୍ଭର କରିଥିବା ବେଳେ ଏବେ ସେମାନଙ୍କ ଜୀବନଜୀବିକା ଠପ ହୋଇଯାଇଛି ।

ଏହାମଧ୍ୟ ପଢନ୍ତୁ.. ନେତାଜୀ ବସ୍ ଟର୍ମିନାଲ ଲୋକାର୍ପଣ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀଙ୍କୁ କଡା ବିରୋଧ

ଅନ୍ୟପଟେ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ନେତାଜୀ ବସ୍‌ ଟର୍ମିନାଲରେ ପାର୍କିଂ ଫି'କୁ ନେଇ ଅସନ୍ତୋଷ ଦେଖାଯାଇଛି । କଟକ ଘରୋଇ ବସ ମାଲିକ ସଂଘର ଉପସଭାପତିଙ୍କ କହିବାନୁଯାୟୀ, "ପୁରୁଣା ବସଷ୍ଟାଣ୍ଡରେ ଦିନକୁ 15ଟଙ୍କା ଫି ଦେବାକୁ ପଡ଼ୁଥିବା ବେଳେ ବର୍ତ୍ତମାନ ଦିନକୁ 200 ଟଙ୍କା ଫି' ଦେବାକୁ କୁହାଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପରେ ଆଲୋଚନା ପରେ ଏଥିରେ ସୁଧାର ଆଣିବାକୁ ପ୍ରତିଶ୍ରୁତି ମିଳିଛି । ତେବେ ଏତେ ଟଙ୍କା ଏଣ୍ଟ୍ରି ଫି' ଦେଲେ ଘରୋଇ ବସ୍‌ ଚାଲିପାରିବ ନାହିଁ ।"

ସେ ଆଉ ମଧ୍ୟ କହିଛନ୍ତି ଯେ, ନୂତନ ବସଷ୍ଟାଣ୍ଡ୍‌ରେ ଯାତ୍ରୀମାନଙ୍କ ପାଇଁ ମୌଳିକ ସୁବିଧା ଯୋଗାଇ ଦିଆଯାଇନାହିଁ । ଯାତ୍ରୀମାନଙ୍କ ପାଇଁ ଜଳଖିଆ କିମ୍ୱା ଖାଦ୍ୟର ସୁବିଧା ମଧ୍ୟ ନାହିଁ । ଯେଉଁଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦୂରରୁ ଆସୁଥିବା ଯାତ୍ରୀ ।

ଏହାମଧ୍ୟ ପଢନ୍ତୁ.. ନେତାଜୀ ବସ୍‌ ଟର୍ମିନାଲ ଲୋକାର୍ପିତ, ଓଡ଼ିଶାର ଗୌରବ ବୃଦ୍ଧି କରିବ କହିଲେ ମୁଖ୍ୟମନ୍ତ୍ରୀ

ଏହି ନେତାଜୀ ବସ୍‌ ଟର୍ମିନାଲରେ ରହିଛି ଅତ୍ୟାଧୁନିକ ସୁବିଧା । 85କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦରେ ପାଖାପାଖି 15ଏକର ଜମିରେ ନିର୍ମିତ ହୋଇଛି ଏହି ଟର୍ମିନାଲ । ଟର୍ମିନାଲରେ ବସ୍‌ଗୁଡିକ ପାଇଁ 5ଟି ରହଣି ସ୍ଥାନ କରାଯାଇଛି । ଏଥିରେ ମୋଟ 119ଟି ବସ୍‌ ରହି ପାରିବ। ବିଶେଷ କରି ଭିନ୍ନ ଭିନ୍ନ ରୁଟର ବସ୍‌ ପାଇଁ ଭିନ୍ନ ଭିନ୍ନ ରହଣି ସ୍ଥାନ ରହିଛି । ଏହି ବସ୍‌ ରହଣି ସ୍ଥାନଗୁଡିକରେ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷା ଲାଗି ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହା ବ୍ୟତୀତ କେଉଁ ବସ୍‌ କେଉଁଠି ରହିବ ଏବଂ କେତେବେଳେ ଛାଡ଼ିବ ସେନେଇ ଯାତ୍ରୀଙ୍କୁ ସୂଚନା ଦେବା ପାଇଁ ପ୍ରତିଟି ବେ(bay)ରେ ଇଲେକ୍ଟ୍ରୋନିକ ଡିସ୍‌ପ୍ଲେ' ବ୍ୟବସ୍ଥା କରାଯାଇଛି । ଏହି ବସ୍‌ ଟର୍ମିନାଲକୁ ଏକକାଳୀନ 3ଟି ବସ ପ୍ରବେଶ ଓ ପ୍ରସ୍ଥାନ କରିପାରିବ ।

ଏହାମଧ୍ୟ ପଢନ୍ତୁ.. Netaji Bus Terminal: ଉଦଘାଟନୀରେ ସାମିଲ ହେଲେନି ମୋକିମ, ବର୍ଷିଲେ କଟକ ମେୟର

CNBTକୁ ବସ୍‌ଗୁଡିକର ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ବାଧା ମୁକ୍ତ କରିବା ଦିଗରେ ବିଶେଷ ଦୃଷ୍ଟି ଦିଆ ଯାଇଛି । ତେବେ ଏହି ସବୁ ସୁବିଧାଗୁଡ଼ିକ ମଧ୍ୟରେ ରହିଛି ଏଠାରେ ଥିବା ଅତ୍ୟାଧୁନିକ ଆହାର କେନ୍ଦ୍ର । ତେବେ ଏହି ଆହାର କେନ୍ଦ୍ରଟିର ସାଜଶଯ୍ୟା ଓ ବ୍ୟବସ୍ଥା ଅନ୍ୟ ଆହାର କେନ୍ଦ୍ର ଗୁଡିକଠାରୁ ସମ୍ପୂର୍ଣ୍ଣ ଭିନ୍ନ। କାରଣ 5 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ଅତ୍ୟାଧୁନିକ ଆହାର କେନ୍ଦ୍ର । ଏହି ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ୱ ମହିଳା ସ୍ୱୟଂ ସହାୟକ ଗ୍ରୁପଙ୍କ ଉପରେ ନ୍ୟସ୍ତ କରାଯାଇଛି ।

ହେଲେ ଏହାରି ଭିତରେ ଐତିହାସିକ ବାଦାମବାଡି ବସଷ୍ଟାଣ୍ଡ ନିଜର ପରିଚୟ ହରାଇଛି । ତେବେ ଗୋଟାଏ ପଟେ ବିକାଶ ଅନ୍ୟପଟେ ଅସନ୍ତୋଷର ପ୍ରତିଛବିରେ କେବେ ଆସିବ ନିଷ୍କର୍ସ ତାହାକୁ ଅପେକ୍ଷା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.