ETV Bharat / state

ପାଠ ପଢା ବନ୍ଦ, 3 ଦିନ ଧରି ଆନ୍ଦୋଳନରେ ଆଇନ ଛାତ୍ରଛାତ୍ରୀ - ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ କାର୍ଯ୍ୟନୁଷ୍ଠାନ ଶୂନ

ଗତ 3 ଦିନ ହେବ ପାଠ ପଢା ଛାଡି ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନରେ ବସିଛନ୍ତି ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ । ତେବେ ଏତେ ପରେ ବି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ଶୂନ ।

ଫଟୋ ସୌଜନ୍ୟ-ସମ୍ବାଦଦାତା, କଟକ
author img

By

Published : Jul 27, 2019, 2:41 AM IST

କଟକ: ତୃତୀୟ ଦିନରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ବିକ୍ଷୋଭ । ବିଶ୍ବବିଦ୍ୟାଳୟର ତମାମ ଅସୁବିଧା ଓ ସମସ୍ୟାକୁ ନେଇ ପାଠ ପଢା ଛାଡି ଆନ୍ଦୋଳନ ଜାରି ରଖିଛନ୍ତି ଛାତ୍ରଛାତ୍ରୀ ।

ଭଙ୍ଗା ଛାତ୍ରୀନିବାସ କାନ୍ଥ , ଲାଇବ୍ରେରୀ ଅସୁବିଧା , ବର୍ଦ୍ଧିତ କୋର୍ସ ଫି, ହଷ୍ଟେଲ ଇତ୍ୟାଦିରେ ବ୍ୟାପକ ଅସୁବିଧା ଯୋଗୁଁ ପାଠ ଛାଡି ଆନ୍ଦୋଳନ କରୁଛନ୍ତି ଆଇନ ଛାତ୍ରଛାତ୍ରୀ । ବଡ କଥା ଯେ, ଲଗାତାର 3 ଦିନ ଧରି ଆନ୍ଦୋଳନ ଚାଲିଥିଲେ ବି ଏଯାବତ କଲେଜ କର୍ତ୍ତୃପକ୍ଷ ଏହି ମାମଲା ରେ ହସ୍ତକ୍ଷେପ କରିନଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କଟକ

ଛାତ୍ରଛାତ୍ରୀଙ୍କ କହିବାନୁଯାୟୀ , ଲାଇବ୍ରେରୀ ଘର ନିର୍ମାଣ ଦୀର୍ଘବର୍ଷ ଧରି ଚାଲୁରହିଛି । ଯାହାଦ୍ବାରା ପଢିବା କଷ୍ଟକର ହେଉଛି । ଏଥିସହ ଛାତ୍ରୀମାନଙ୍କ ହଷ୍ଟେଲରେ କାନ୍ଥ ଭୁଷୁଡିବାକୁ ବସିଥିବା ବେଳେ ବର୍ଷା ହେଲେ ରୁମରେ ପାଣି ପଶି ଯାଉଛି । ସେହିପରି ପାଣି ଟାଙ୍କି ସଫା ହେଉନଥିବାରୁ ସେଥିରୁ ପୋକ ବାହାରୁଛନ୍ତି । ଯାହାକୁ ନେଇ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ କେବେ ଏହାର ସମାଧନ ହେବ ସେହି ଦିନକୁ ଚାହିଁ ରହିଛନ୍ତି ସମସ୍ତ ଛାତ୍ରଛାତ୍ରୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.