ନିଆଳି: କୃଷକ ହସିଲେ ଦେଶ ହସିବ । ଆଜି କୃଷକ ପାଇଁ ଦିନଟିଏ । ଆଜି ଜାତୀୟ କୃଷକ ଦିବସ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକରେ କୃଷକ ଦିବସ ପାଳନ ହୋଇଛି । ପୂର୍ବତନ ତଥା ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମଦିନ ଅବସରରେ ଜାତୀୟ କୃଷକ ଦିବସ ପାଳନ କରାଯାଏ । ଦେଶର ବିକାଶରେ କୃଷକଙ୍କ ଭୂମିକା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଡିସେମ୍ବର 23 ତାରିଖରେ ଏହି ଦିବସ ପାଳନ କରାଯାଏ ।
ଏହି ଅବସରରେ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଜଗନ୍ନାଥ ପଞ୍ଚାୟତ ସ୍ଥିତ ଭୀମପୁରଠାରେ ଏସିଏସଇଏନ ଏଗ୍ରି ସାଇନ୍ସ ପକ୍ଷରୁ କୃଷକ ଦିବସ ପାଳନ କରାଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାର କୃଷମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ କୃଷକମାନଙ୍କୁ ବିଭିନ୍ନ କୃଷି ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯାଇଥିଲା । ଏହାସହ ସଫଳ କୃଷକମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ କଟକ, ପୁରୀ, ବରଗଡ଼, ଜଗସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା,ଭଦ୍ରକ, ଗଞ୍ଜାମ ଆଦି ୨୦ ଜିଲ୍ଲାରୁ କୃଷକମାନେ ଯୋଗ ଦେଇଥିଲେ ।
ଓଡିଶା ଏବଂ ସମଗ୍ର ଦେଶରେ ସଂସ୍ଥା ପକ୍ଷରୁ ଯୋଦ୍ଧା, ମେସି ଓ ଲୋକେସ କିସମର ବିଲାତି, ଆଲେକ୍ସା ଫୁଲ କୋବି, ସୋଫିଆ କାକୁଡି, ପାରାଡାଇଜ କଖାରୁ, ହ୍ବାଇଟପଲ ଓ ରେଡ ଆଞ୍ଜେଲ ଚେଲକି, ପାଲକି ମୂଳା, ଅକ୍ସିତା ବାଇଗଣ, ଇଗଲ ଲଙ୍କା, କସ୍ତୁରୀ ଧନିଆ, ଶଙ୍କର ଭେଣ୍ଡି, ଉତ୍ତମ ବନ୍ଧା କୋବି ଇତ୍ୟାଦି ୧୫୦ ପ୍ରକାରର ଶଙ୍କର ଜାତୀୟ କୃଷି ମଞ୍ଜି ଓ ବିହନ କୃଷକମାନଙ୍କୁ ଯୋଗାଇ ଦେଉଛି ।
ଏହା ମଧ୍ୟ ପଢନ୍ତୁ...ବରଗଡ଼ରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ
ଜଣେ ଚାଷୀ କହିଛନ୍ତି ଯେ, ଏଠାରେ ନୂଆ ନୂଆ ମଞ୍ଜିମାନ ପରିକ୍ଷଣ କରାଯାଉଛି । ଚାଷୀମାନଙ୍କ ଯେମିତି ଲାଭ ହେବ ସେଭଳି ପ୍ରଶିକ୍ଷଣ ଦିଆଯାଏ । ଏହି କମ୍ପାନୀର ବିହନ ନେଇକି ଆମେ ଚାଷ କରୁଛୁ । ଏହି କମ୍ପାନୀର ବିହନ ବ୍ୟବହାର କରି ଆମେ ବହୁତ ଲାଭବାନ ହୋଇପାରିଛୁ । ଏହି କମ୍ପାନୀ ପକ୍ଷରୁ କୃଷକ ଦିବସ ପାଳନ କରାଯାଇଛି । କୃଷକମାନଙ୍କୁ ସମ୍ବର୍ଦ୍ଧିତ କରୁଥିବାରୁ ବହୁତ ଭଲ ଲାଗୁଛି । କୃଷି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ । ଅର୍ଥନୈତିକ ଅଭିବୃଦ୍ଧିରେ ଏହାର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି । ଦେଶର ରପ୍ତାନିରେ ମଧ୍ୟ କୃଷିର ଉଲ୍ଲେଖନୀୟ ଅବଦାନ ରହିଛି । 2021-22ରେ ଏହା 50.2 ବିଲିୟନ ଡ଼ଲାରରେ ପହଞ୍ଚିଛି ।
ଇଟିଭି ଭାରତ, ନିଆଳି