କଟକ: କଟକ ସରକାରୀ ଆଇଟିଆଇରେ ଆରମ୍ଭ ହୋଇଛି ନ୍ୟାସନାଲ ଆପ୍ରେଣ୍ଟିସିପ୍ ଆୱାରନେସ ୱାର୍କସପ୍ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହି କାର୍ଯ୍ୟକ୍ରମ ଜାରି ରହିଛି । ଛାତ୍ରଛାତ୍ରୀଙ୍କୁ କିପରି ଶିଳ୍ପ ପ୍ରତିଷ୍ଠାନରେ ପ୍ରଶିକ୍ଷଣ ପାଇବାର ସୁଯୋଗ ମିଳିବ ତାହା ଏହି କାର୍ଯ୍ୟକ୍ରମର ଥିଲା ମୂଳ ଲକ୍ଷ୍ୟ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ 60ରୁ ଊର୍ଦ୍ଧ୍ବ ଶିଳ୍ପ ପ୍ରତିଷ୍ଠାନ ଏହି କର୍ମଶାଳାରେ ଯୋଗଦେଇଥିଲା ।
ଆଲୋଚନାରେ ପିଲାଙ୍କ ଭବିଷ୍ୟତକୁ ଆଉ ପାଦେ ଆଗେଇବା ଦିଗରେ ସମସ୍ତେ ମତ ରଖିଥିଲେ । ତେବେ ଉଜ୍ଜଳ ଭବିଷ୍ୟତ ଦିଗରେ ଶିଳ୍ପରେ ପ୍ରଶିକ୍ଷଣ ନିଶ୍ଚୟ ଆବଶ୍ୟକ ବୋଲି କହିଥିଲେ ସରକାରୀ ଆଇଟିଆଇ ପ୍ରତିଷ୍ଠାନର ଅଧ୍ୟକ୍ଷ । ଏହାସହ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ସମସ୍ତ କମ୍ପାନୀ ମନେ ନିଜର ଆବଶ୍ୟକତା ଓ ଉତ୍ପାଦନ ଉପରେ ସମସ୍ତ ତଥ୍ୟ ପ୍ରୋଜେକ୍ଟ ଆଧାର ସବୁ କମ୍ପାନୀ ସାମ୍ନାରେ ରେ ରଖିଥିଲେ ଆଞ୍ଚଳିକ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ନିର୍ଦ୍ଦେଶକ ।
ଓଡ଼ିଶା ଦ୍ଵାରା 2023 ମସିହାରେ ଏହି ଆପ୍ରେଣ୍ଟିସିପ୍ ସଚେତନତା କର୍ମଶାଳା ଓଡ଼ିଶାର ପ୍ରମୁଖ 10ଟି ସ୍ଥାନରେ ଅନୁଷ୍ଠିତ ହେବ । ତେବେ ଆଜି ଦ୍ୱିତୀୟ ଦିନରେ ଏହି କାର୍ଯ୍ୟକ୍ରମ ସରକାରୀ ଆଇଟିଆଇ କଟକ ରେ ଅନୁଷ୍ଠିତ ହେଇଛି ।ଏହି ଅବସରରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ,ପାରାଦ୍ବିପ ପୋର୍ଟ, JSS କଟକ, କ୍ରକ୍ସ ପାୱାର, ପୂର୍ବ ଉପକୂଳ ରେଳ, ଟ୍ରୁପ୍ତି ଅଟୋମୋବାଇଲ, ITC ltd, IOCL, ହୋଣ୍ଡା ମୋଟର | ସମେତ ରାଜ୍ୟର 65ଟି ଶିଳ୍ପ ପ୍ରତିଷ୍ଠାନ ଏହି କାର୍ଯ୍ୟକ୍ରମରେ ଯୋଗଦାନ ଦେଇ ଏହାକୁ ସଫଳ କରାଇଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କ ପାଠ୍ୟକ୍ରମ, ପରେ ପ୍ରଶିକ୍ଷଣ ଏବଂ ଏହାର ଗୁରୁତ୍ୱ ଉପରେ ବିଭିନ୍ନ ଶିଳ୍ପରୁ ଯୋଗଦାନ ଦେଇଥିବା ଅତିଥିମାନେ ଆଲୋକପାତ କରିଥିଲେ । ତେବେ ITI ଛାତ୍ରଛାତ୍ରୀଙ୍କ ପାଇଁ ଏହା ବେଶ ଉପଯୋଗୀ ଓ ଉଜ୍ଜ୍ୱଳ ଭବିଷ୍ୟତ ମାର୍ଗ ବୋଲି ସ୍ପଷ୍ଟ କରିଛନ୍ତି ସରକାରୀ ITI ମୁଖ୍ୟ।
ଇଟିଭି ଭାରତ, କଟକ