ETV Bharat / state

ଏପ୍ରିଲରେ ସରିବ ନାଟ ମଣ୍ଡପ ମରାମତି, ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - ନାଟ ମଣ୍ଡପ ମରାମତି ମାମଲା

Natamandap issue : ଏପ୍ରିଲ ୩୦ ତାରିଖ ସୁଦ୍ଧା ହେବ ମରାମତି କାର୍ଯ୍ୟ । ଆସନ୍ତା ସପ୍ତାହରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Natamandap issue
Natamandap issue
author img

By ETV Bharat Odisha Team

Published : Jan 18, 2024, 2:09 PM IST

Natamandap issue

କଟକ: ହାଇକୋର୍ଟରେ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ମାମଲା । ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ହାଇକୋର୍ଟ । ଏପ୍ରିଲ ୩୦ ତାରିଖ ସୁଦ୍ଧା ହେବ ମରାମତି କାର୍ଯ୍ୟ । ଏନେଇ ଆମିକସକ୍ୟୁରୀଙ୍କୁ ଏଏସଆଇ ମୌଖିକ ଭାବରେ ଜଣାଯାଇଥିବା ବେଳେ ଆସନ୍ତା ସପ୍ତାହରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

ଗତ ଶୁଣାଣିରେ ଏହି ମାମଲାର ଶୁଣାଣି କରି ପୂର୍ଣ୍ଣାଙ୍ଗ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୨୦୧୭ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଜଗମୋହନ ନାଟ୍ୟ ମଣ୍ଡପ, ରତ୍ନଭଣ୍ଡାର ମରାମତି ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଜରିଆରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅଭିଷେକ ଦାସ ଓ ଦିଲ୍ଲୀପ ମହାପାତ୍ରଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଜଗମୋହନ ଓ ନାଟ ମଣ୍ଡପର ମରାମତି ବିଳମ୍ବକୁ ନେଇ ପୂର୍ବ ଶୁଣାଣିରେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ କୋର୍ଟ। କାହିଁକି ଏହାର ମରାମତି ବିଳମ୍ବିତ କରାଯାଉଛି ବୋଲି ହାଇକୋର୍ଟ ପ୍ରଶ୍ନ କରିବା ସହ, ଏଏସଆଇ ଉପରେ ବିରକ୍ତି ପ୍ରକାଶ କରିଥିଲେ। କାହିଁକି ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନାହିଁ ସେ ନେଇ ମଧ୍ୟ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମନ୍ଦିର ଜଗମୋହନ ଏବଂ ନାଟମଣ୍ଡପ ମରାମତି ମାମଲାର କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମାଗିଥିଲେ ହାଇକୋର୍ଟ। ତେବେ 2017 ମସିହାରୁ ଆଜି ପର୍ଯ୍ୟନ୍ତ କଣ କଣ ପଦକ୍ଷେପ ନିଆଯାଇଛି ସେନେଇ ଜଣାଇବାକୁ କୋର୍ଟ ନିର୍ଦେଶ ଦେଇଥିଲେ।

ଶ୍ରୀମନ୍ଦିର ନାଟ ମଣ୍ଡପ ସୁରକ୍ଷା ନେଇ ଆଇଆଇଟି ମାଡ୍ରାସକୁ ମତାମତ ମଗାଯାଇଥିଲା । ନାଟ ମଣ୍ଡପ ବିମ୍ ଡିଜାଇନ ଦେବ ଆଇଆଇଟି ମାଡ୍ରାସ । ଅକ୍ଟୋବର ୧୫ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଏସଆଇକୁ ଦିଆଯାଇଥିଲା ଏହି ନିର୍ଦ୍ଦେଶନାମା । ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ପ୍ରତି ଜବାବ ଦାଖଲ କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ - ନାଟ ମଣ୍ଡପ ବିମ୍ ମରାମତି: ଜାନୁଆରି ୧୮ ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଆମିକସ୍ କ୍ୟୁରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସୂଚନାଯୋଗ୍ୟ ଯେ, ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଯାଞ୍ଚକୁ ନେଇ ଆବେଦନକାରୀ ଓକିଲଙ୍କ ପକ୍ଷରୁ ଦାଖଲ ହୋଇଥିବା ପ୍ରତି ଜବାବକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଦୀର୍ଘ ୪୫ ବର୍ଷ ଧରି କାହିଁକି ଖୋଲିନାହିଁ ରତ୍ନଭଣ୍ଡାର ? କାହିଁକି ରତ୍ନଭଣ୍ଡାରରେ ଥିବା ଅଳଙ୍କାରର କୌଣସି ହିସାବ କିତାବ ହୋଇନାହିଁ ? ସେନେଇ ଆବେଦନକାରୀ ହାଇକୋର୍ଟରେ ପ୍ରତି ଜବାବ ଦାଖଲ କରିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୫ର ସେକ୍ସନ ୯ ଏବଂ ରୁଲ୍ ୧୯୬୦ର ରୁଲ ୫କୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ନେଇ ଆବେଦନକାରୀ ପ୍ରତି ଜବାବରେ କୋର୍ଟଙ୍କୁ ଅବଗତ କରାଇଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୫ ର ସେକ୍ସନ ୯ ଅନୁସାରେ ପ୍ରତି ୩ ବର୍ଷରେ ଥରେ କମିଟି ଗଠନ ହେବା କଥା । ଆଇନ ଅନୁଯାୟୀ କମିଟିର ପୁନର୍ଗଠନ ମଧ୍ୟ ହେବା କଥା । ଶ୍ରୀମନ୍ଦିର ନାଟ ମନ୍ଦିର ଏବଂ ରତ୍ନ ଭଣ୍ଡାର ମାମଲାରେ ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.