ETV Bharat / state

ମିଡିଆରେ ଷ୍ଟେଟମେଣ୍ଟ ଓ ଭୁବନେଶ୍ୱରରେ ରାଜନୀତିରେ ଉଧେଇବନି କଂଗ୍ରେସ: ନରସିଂହ ମିଶ୍ର - ମିଡିଆରେ ଷ୍ଟେଟମେଣ୍ଟ ଦେଇ ଉଧେଇବନି କଂଗ୍ରେସ

ପ୍ରସଙ୍ଗ ଭିତ୍ତିକ ଓ ଲୋକଙ୍କ ପ୍ରସଙ୍ଗକୁ ନେଇ ରାଜନୀତି କଲେ କଂଗ୍ରେସ ସଫଳ ହୋଇପାରିବ । କେବଳ ମିଡିଆ ଷ୍ଟେଟମେଣ୍ଟ ଦେଇ ଭୁବନେଶ୍ୱରରେ ରହି ରାଜନୀତି କଲେ ସଫଳତା ମିଳିବ ନାହିଁ । ଏହା କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର । ଅଧିକ ପଢନ୍ତୁ

ମିଡିଆରେ ଷ୍ଟେଟମେଣ୍ଟ ଓ ଭୁବନେଶ୍ୱରରେ ରାଜନୀତିରେ ଉଧେଇବନି କଂଗ୍ରେସ :  ନରସିଂହ ମିଶ୍ର

author img

By

Published : Dec 17, 2022, 10:28 PM IST

ମିଡିଆରେ ଷ୍ଟେଟମେଣ୍ଟ ଓ ଭୁବନେଶ୍ୱରରେ ରାଜନୀତିରେ ଉଧେଇବନି କଂଗ୍ରେସ : ନରସିଂହ ମିଶ୍ର

ଭୁବନେଶ୍ବର: ପ୍ରସଙ୍ଗ ଭିତ୍ତିକ ଓ ଲୋକଙ୍କ ପ୍ରସଙ୍ଗକୁ ନେଇ ରାଜନୀତି କଲେ କଂଗ୍ରେସ ସଫଳ ହୋଇପାରିବ । କେବଳ ମିଡିଆ ଷ୍ଟେଟମେଣ୍ଟ ଦେଇ ଭୁବନେଶ୍ୱରରେ ରହି ରାଜନୀତି କଲେ ସଫଳତା ମିଳିବ ନାହିଁ । ଏହା କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର (Leader of the Congress legislative party Narasingha Mishra) । ଏହା ସହ କୃଷକ, ଶ୍ରମିକ, ବେକାରୀ ଯୁବବର୍ଗଙ୍କୁ ଦଳ ସହ ଯୋଡିଲେ କଂଗ୍ରେସ ପୂର୍ବ ଗୌରବ ଫେରିପାରିବ ବୋଲି ଆଶାବାଦୀ ଅଛନ୍ତି ।

ଏହାବି ପଢନ୍ତୁ- ଆଇନଜୀବୀଙ୍କ ଗିରଫଦାରୀ ପରେ ଦୁର୍ଦ୍ଦଶା ଭୋଗୁଛନ୍ତି ମହକିଲ, କେବେ ଫେରିବ ସ୍ୱାଭାବିକ ସ୍ଥିତି ?

ନରସିଂହ କହିଛନ୍ତି ଯେ, ଉଭୟ ବିଜେପି ଓ ବିଜେଡି କହୁଛନ୍ତି ଆମେ କୃଷକଙ୍କ ବନ୍ଧୁ । ସବୁ ବ୍ଲକର 35 ପ୍ରତିଶତ ଜମି ଜଳସେଚନ କରିବୁ ବୋଲି 2006ରେ ବିଜେଡି କହିଥିଲା । କଲେ କି ? କରିନାହାନ୍ତି, ତେଣୁ ଉତ୍ତର ଦେଇପାରୁନାହାନ୍ତି । ଯେଉଁ ବ୍ଲକରେ 35 ପ୍ରତିଶତ ଜମି ଜଳସେଚନ ହୋଇନାହିଁ, ପ୍ରତ୍ୟେକ ଗାଁକୁ 5 ଲକ୍ଷ ଟଙ୍କା ଦିଆଯିବ । 2008ରେ ଏହା ଘୋଷଣା କରାଯାଇଥିଲା । ଗୋଟିଏ ବି ଗାଁକୁ ଏହି ଟଙ୍କା ଦିଆଯାଇନାହିଁ । ଚାଷୀଙ୍କୁ ପ୍ରତାରିତ କଲେ । ମାଗଣାରେ ଚାଷୀଙ୍କୁ ବିଜୁଳି ଯୋଗାଇବାକୁ ବୋଲି ବିଜେଡି 2009 ନିର୍ବାଚନ ଇସ୍ତାହାରରେ କହିଥିଲା । ହେଲେ ଦିଆଗଲା ନାହିଁ । ଦ୍ଵିତୀୟ କୃଷି ବିଶ୍ୱବିଦ୍ୟାଳୟ କେବିକେ ଅଞ୍ଚଳରେ କରିବା ନେଇ 2014ରେ ଘୋଷଣା ହେଲା, 8 ବର୍ଷ ହେଲା ହୋଇପାରିଲା ନାହିଁ । କୃଷି ପାଇଁ ପୁରସ୍କାର ପାଉଛୁ ବୋଲି ରାଜ୍ୟ କହୁଛି । ଓଡ଼ିଶାରେ କୃଷକଙ୍କ ବାର୍ଷିକ ଆୟ 5112 ଟଙ୍କା ବୋଲି ନୀତି ଆୟୋଗ କହିଛି । ମାସକୁ 500 ଟଙ୍କା ପଡିଲା ନାହିଁ । ଏହାକୁ ଯଦି ବିକାଶ କୁହାଯାଏ, ତେବେ ତାକୁ ଧନ୍ୟବାଦ ଦେବା ଛଡା ଆଉ କିଛି କୁହାଯାଇନପାରେ ।

ଏହାବି ପଢନ୍ତୁ- Eastern Zonal Council Meeting: ଦେଶର ପୂର୍ବାଞ୍ଚଳ କ୍ଷେତ୍ର ପ୍ରାୟତଃ ମାଓବାଦୀ ମୁକ୍ତ କହିଲେ ଶାହ

ସେହିପରି ଚାଷୀଙ୍କ ଆୟ ଦିଗୁଣିତ କରିବା ଲାଗି କେନ୍ଦ୍ର ବିଜେପି ସରକାର କହିଥିଲେ । ଫସଲ ଉତ୍ପାଦନକୁ ଦେଢ଼ଗୁଣା ଦରରେ କିଣାଯିବ । ସ୍ଵାମୀନାଥନ ରିପୋର୍ଟ ଲାଗୁ କରିବୁ । ହେଲେ କଲେ ନାହିଁ । ସ୍ଵାମୀନାଥନ ରିପୋର୍ଟ କାର୍ଯ୍ୟକାରୀ କରିବା ଆମ ପକ୍ଷେ ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର କହିଛନ୍ତି । ବର୍ଷକୁ 2 କୋଟି ଚାକିରୀ ଦେବୁ । 8 ବର୍ଷ ହୋଇଗଲା 16 କୋଟି ଲୋକ ଚାକିରୀ ପାଇବା କଥା । ପାଇନାହାନ୍ତି, ବେକାରୀ ବଢି ଚାଲିଛି । ବିଦେଶରେ ଗଚ୍ଛିତ କଳାଧନ ଆଣି ପ୍ରତ୍ୟେକଙ୍କୁ 15 ଲକ୍ଷ ଲେଖାଏଁ ଦେବୁ । ଗୋଟିଏ ପରିବାର ପାଇଛନ୍ତି କି ? ଚାଷୀଙ୍କୁ ସାହାଯ୍ୟ କରିବା ଲାଗି ବର୍ଷକୁ 6 ହଜାର ଟଙ୍କା ଦେଉଛୁ । ନିର୍ଲଜତାର ଗୋଟେ ସୀମା ଥାଏ । ଜଣେ ଚାଷୀର ଯଦି 5 ଏକର ଜମି ଥିବ, ତାକୁ 6 ହାଜର ଟଙ୍କା ଦିଆଯିବ । ଏହି ଟଙ୍କା କେଉଁଠିକୁ ପାଇବ । ନିର୍ବାଚନ ଜିତିବାକୁ ଏହା କେବଳ ଲାଞ୍ଚ । କଳା ଆଇନ ତିଆରି କଲେ, ଆନ୍ଦୋଳନ କରି 800 କୃଷକଙ୍କ ଜୀବନ ଗଲା । ତାହାଲେ ସେମାନେ ଚାଷୀଙ୍କର ବନ୍ଧୁ କେମିତି ହେଲେ ? କଂଗ୍ରେସ ଅମଳରେ ଓଡ଼ିଶାରେ ଯେଉଁ ବୃହତ ଜଳସେଚନ ପ୍ରକଳ୍ପ ହୋଇଥିଲା, ଯାହା ଫାଇଦା ଏବେ ବି ଚାଷୀ ପାଉଛନ୍ତି । ଗତ 22 ବର୍ଷ ମଧ୍ୟରେ ଆଉ କେଉଁଠି ହୋଇଛି ? ଉଭୟ ସରକାର ଚାଷୀଙ୍କ ବିରୋଧୀ ବୋଲି ପ୍ରମାଣିତ କରି ହେବ । ନିରୀ ନିର୍ଯ୍ୟାତନା ଲାଗି ଲୋକେ ସରକାରଙ୍କୁ ଘୃଣା କରିବେ । କଂଗ୍ରେସ ଚାଷୀ, ଶ୍ରମିକ, ମହିଳାଙ୍କ ବିଶ୍ୱାସ ଭାଜନ ହୋଇପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.