ETV Bharat / state

ନବନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ, ୨୦୦ ଚାଷୀଙ୍କୁ ଉଠାଇନେଲା କମିଶନରେଟ ପୋଲିସ - ବାଲିଅନ୍ତା ହାଟ ନିକଟରେ ଆନ୍ଦୋଳନ କରିଛି କୃଷକ ସଙ୍ଗଠନ

୨୪ ଦଫା ଦାବି ନେଇ ନବନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ । ବାଲିଅନ୍ତା ହାଟରୁ ୨୦୦ରୁ ଅଧିକ କର୍ମୀଙ୍କୁ ରାତି ଅଧିଆ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ

ନବନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ, ୨୦୦ ଚାଷୀଙ୍କୁ ଉଠାଇନେଲା କମିଶନରେଟ ପୋଲିସ

author img

By

Published : Oct 19, 2022, 4:01 PM IST

ନିଆଳି: ରାଜଧାନୀ ଉପକଣ୍ଠରେ ନବ ନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ହାଟ ନିକଟରେ ଆନ୍ଦୋଳନ କରିଛି କୃଷକ ସଙ୍ଗଠନ । ଏନେଇ ଚାଷୀ ନେତାଙ୍କ ସହିତ ଶହ ଶହ ଚାଷୀଙ୍କୁ ରାତି ଅଧରେ ଉଠାଇ ନେଇଛି କମିଶନରେଟ ପୋଲିସ । ୨୪ ଦଫା ଦାବି ନେଇ ଚାଷୀ ମାନେ ଯାଜପୁରରୁ ଶାନ୍ତି ପଦଯାତ୍ରାରେ ଭୁବନେଶ୍ବରରୁ ବାହାରିଥିଲେ । ତେବେ ଏନେଇ ସେମାନଙ୍କୁ ଗତକାଲି ରାତିରୁ ସେମାନଙ୍କୁ ଅଟକାଯାଇଥିଲା ।

ସୂଚନା ଅନୁଯାୟୀ, ସଙ୍ଗଠନର କର୍ମୀମାନଙ୍କୁ ବାଲିଅନ୍ତା ହାଟରେ ଅଟକିବାକୁ କହିଥିଲା ପୋଲିସ । କିନ୍ତୁ ରାତିବେଳେ ଚାଷୀ ନେତା ହୋ ହାଲ୍ଲା କରିଥିଲେ । ଶେଷରେ ଡିସିପି ପ୍ରତିକ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ୨୦୦ ରୁ ଅଧିକ କର୍ମୀଙ୍କୁ ଜୋର ଜବରଦସ୍ତି ଉଠାଇ ଆଣିଥିଲେ ପୋଲିସ ଭ୍ୟାନରେ । ତେବେ ନବନିର୍ମାଣ କୃଷକ ସଙ୍ଗଠନର ଏଭଳି ଆନ୍ଦୋଳନକୁ ରାଜ୍ୟ ସରକାର ନାପସନ୍ଦ କରିଛନ୍ତି । ଏଥି ସହିତ ଚାଷୀଙ୍କ ସମସ୍ୟାକୁ ପ୍ରସଙ୍ଗ କରି ସଙ୍ଗଠନରର କର୍ମକର୍ତ୍ତାମାନେ ଆଇନକୁ ହାତକୁ ନେଉଛନ୍ତି । ଯେଉଁଥି ପାଇଁ ଟ୍ରାଫିକ ସମସ୍ୟା ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ଉପୁଜୁଛି ବୋଲି କୁହାଯାଉଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.