ETV Bharat / state

Naba Das Murder: କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାରେ ସୃଷ୍ଟି ହେବ କି ସମସ୍ୟା ?

author img

By

Published : Feb 23, 2023, 8:46 AM IST

ନବ ଦାସ ହତ୍ୟା ମାମଲାକୁ ଏକ ମାସ ପୁରିବାକୁ ବସିଲାଣି । ହେଲେ ଏଯାବତ୍ ହତ୍ୟାକାଣ୍ଡ ପଛର ରହସ୍ୟ ଉନ୍ମୋଚନ କରିପାରୁନି କ୍ରାଇମବ୍ରାଞ୍ଚ । ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା ଥମୁନଥିବା ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ

question raises on crime branch investgation process

Naba Das Murder

କଟକ: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ଥମୁନାହିଁ ଚର୍ଚ୍ଚା । ଗୋପାଳ କାହିଁକି ହତ୍ୟା କଲା ? ସତରେ କ'ଣ ନିଜର ଶତ୍ରୁତା ପାଇଁ ସେ ହତ୍ୟା କରିଲା ? ଯଦି ସେ ଜଣେ ମାନସିକ ରୋଗୀ ତେବେ କେବଳ ମନ୍ତ୍ରୀଙ୍କୁ କାହିଁକି ହତ୍ୟା କଲା ? ଜଣେ ମାନସିକ ରୋଗୀ କଣ ପୁରୁଣା କଥାକୁ ଏପରି ମନେପକାଇ ସୁଯୋଗ ଉଣ୍ଡି ହତ୍ୟା କରିପାରେ ? ଏହା ପଛର କାରଣ କ'ଣ ? ନା ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ? ଏପରି ଅନେକ କଥାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଉପରେ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । କହିବାକୁ ଗଲେ କ୍ରାଇମବ୍ରାଞ୍ଚ ଯେଉଁ ଢଙ୍ଗରେ ଏହି ଘଟଣାର ତଦନ୍ତ କରୁଛି ତାକୁ ନେଇ ଏବେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି ।

ବିଶେଷକରି ଗୋପାଳ ମାନସିକ ସ୍ଥିତିକୁ ତନଖିବା ପାଇଁ କ୍ରାଇମବ୍ରାଞ୍ଚ ଏଯାବତ ସଫଳ ହୋଇନଥିବା ବେଳେ ଏହିଭଳି ସ୍ଥିତିରେ ଗୋପାଳ ବୟାନ କେଉଁ ପରିସ୍ଥିତିରେ ରେକର୍ଡ କରାଗଲା ଏବଂ ତା'ର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କେମିତି ହେଲା ଏହାକୁ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ । ଏନେଇ କ୍ରାଇମବ୍ରାଞ୍ଚ ତଦନ୍ତକୁ କଡା ସମାଲୋଚନା କରିଛନ୍ତି ହାଇକୋର୍ଟର ବରିଷ୍ଠ ଆଇନଜୀବୀ । ବରିଷ୍ଠ ଆଇନଜୀବୀ ଦେବସ୍ନାନ ଦାସଙ୍କ କହିବା ଅନୁଯାୟୀ କ୍ରାଇମବ୍ରାଞ୍ଚ ଯେଉଁ ଢଙ୍ଗରେ ତଦନ୍ତ କରୁଛି ସେଥିରୁ କୌଣସି ଫଳପ୍ରଦ ହେବ ନାହିଁ ।

ନବ ଦାସ ହତ୍ୟା ମାମଲାକୁ ଏକ ମାସ ପୁରିବାକୁ ବସିଲାଣି, ହେଲେ ହତ୍ୟାକାରୀ ଗୋପାଳର ମାନସିକ ସ୍ଥିତିକୁ ନେଇ ଏବେ ପୁଣି ଦ୍ବନ୍ଦ ଉପୁଜିଛି । ଏହି ଦ୍ଵନ୍ଦ ଦୂର ହେବା ପରିବର୍ତ୍ତେ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି । ଗୋପାଳ ଜଣେ ସୁସ୍ଥ ମସ୍ତିଷ୍କଧାରୀ ବ୍ୟକ୍ତି ନା ଜଣେ ବିକାରଗ୍ରସ୍ତ ତାହା ଏଯାବତ ସ୍ପଷ୍ଟ ହୋଇପାରିଲା ନାହିଁ । ଏହି ପ୍ରସଙ୍ଗ ଏବେ ଏକ ଭିନ୍ନ ମୋଡ଼ ନେଇଛି । ଗୋପାଳର ମାନସିକ ସ୍ଥିତି ସନ୍ଦେହ ଘେରରେ ଥିବାବେଳେ କ୍ରାଇମବ୍ରାଞ୍ଚ ତା'ର ନାର୍କୋ ଓ ପଲିଗ୍ରାଫ ପରୀକ୍ଷା କିପରି କଲା ସେନେଇ ଏକ ନୂଆ ବିବାଦ ଏବେ ସାମ୍ନାକୁ ଆସିଛି ।

ବରିଷ୍ଠ ଆଇନଜୀବୀ ଦେବସ୍ନାନ ଦାସଙ୍କ କହିବା ଅନୁଯାୟୀ, ଗୋପାଳର ମାନସିକ ସ୍ଥିତିକୁ ନେଇ ଏବେ କୋର୍ଟରେ ଯେଉଁ ଆବେଦନ କରାଯାଉଛି ତାହା ପ୍ରଥମରୁ କରିବା କଥା । ଅର୍ଥାତ ଗୋପାଳ ଯଦି ମାନସିକ ରୋଗୀ ବୋଲି ତଦନ୍ତକାରୀ ଟିମ୍ ଭାବନ୍ତି ତେବେ କୋର୍ଟରେ ପ୍ରଥମ ଦିନରୁ ହିଁ ଏହା ଉପରେ ଯାଞ୍ଚ ପାଇଁ ଆବେଦନ କରିବା କଥା । କ୍ରାଇମବ୍ରାଞ୍ଚ ଯେଉଁଦିନ ଗୋପାଳକୁ କୋର୍ଟ ଚାଲାଣ କରିଲା ସେହି ଦିନ ହିଁ ସିଆରପିସିର ଧାରା ୩୨୮ରେ ସେ ପାଗଳ କି ନାହିଁ ତାର ଯାଞ୍ଚ ପାଇଁ କୋର୍ଟରେ ଆବେଦନ କରିବା କଥା । ମାତ୍ର କ୍ରାଇମବ୍ରାଞ୍ଚ ଏହି ପ୍ରକ୍ରିୟାକୁ ସଠିକ ଭାବରେ କରିନାହିଁ ।

ଜଣେ ମାଜିଷ୍ଟ୍ରେଟଙ୍କ ପାଖରେ ଏହି ଆବେଦନ ପ୍ରଥମରୁ କରିବାର ଥିଲା । କେବଳ ସେତିକି ନୁହେଁ, ଗୋପାଳର ମଧ୍ୟ ୧୬୪ ବୟାନ ରେକର୍ଡ କରାଯାଇ ସାରିଛି । ଅର୍ଥାତ ଏତେ ସବୁ ପ୍ରକ୍ରିୟା ଶେଷ ହେବା ପରେ ଏବେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ଏବେ କୋର୍ଟରେ ଆବେଦନ କରିବା ବିଷୟ କ୍ରାଇମବ୍ରାଞ୍ଚ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ଆଇନଜୀବୀ ମତ ଦେଇଛନ୍ତି । ବିଶେଷକରି ଜଣେ ମାନସିକ ରୋଗୀର ବୟାନକୁ ସମ୍ମତି ବୋଲି ବିବେଚନା କରାଯାଏ ନାହିଁ । ତେଣୁ କେଉଁ ପରିସ୍ଥିତିରେ ଗୋପାଳର ସମ୍ମତି ନେଇ ତାର ଏହି ସବୁ ପରୀକ୍ଷା କଲାଗଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ ।

ଅନ୍ୟପଟେ ଗୋପାଳଙ୍କ ମାନସିକ ସ୍ଥିତିର ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ବୁଧବାର ଝରସୁଗୁଡ଼ା ଜିଲ୍ଲା ଦୌରାଜଜ କୋର୍ଟରେ ଆବଦେନ କରିଥିବା ବେଳେ ଗୋପାଳର ଭାଇ ତାଙ୍କୁ ଚୌଦ୍ବାର ଜେଲରେ ଭେଟିବା ସହ ଉପଯୁକ୍ତ ଆଇନ ସେବା ଯୋଗାଇ ଦେବା ପାଇଁ ଓକିଲ ମଧ୍ୟ ପରିବର୍ତ୍ତନ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.