ETV Bharat / state

ପୂର୍ବ ପାରିବାରିକ ଶତ୍ରୁତାର ଭୟଙ୍କର ପରିଣତି, ପୁତୁରାର ଭୁଜାଲୀ ଚୋଟରେ ଖୁଡି ମୃତ

author img

By

Published : Aug 9, 2021, 5:20 PM IST

କଟକ ଜିଲ୍ଲା ନରସିଂହପୁର ଥାନା କାଠଖୁଣ୍ଟ ଗ୍ରାମରେ ପାରିବାରିକ ଶତ୍ରୁତାରୁ ମାରଣାସ୍ତ୍ରରେ ଆକ୍ରମଣ । ମା ମୃତ, ବାପ ପୁଅ ଗୁରୁତର । ଅଧିକ ପଢନ୍ତୁ...

ପାରିବାରିକ ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି, ପୁତୁରାର ଭୁଜାଲୀ ଚୋଟରେ ଖୁଡି ମୃତ

କଟକ: ରାତି ଅଧରେ ଗାଁରେ ବୁଲିଲା ଖଣ୍ଡା ଭୁଜାଲି, ଗଡିଲା ମୁଣ୍ଡ। ପୁତୁରାର ଭୁଜାଲି ଚୋଟରେ ଗଲା ଖୁଡିର ଜୀବନ । ଗୋଟିଏ ପରିବାରର ପୂର୍ବ ପାରିବାରିକ ସମସ୍ୟାରୁ ବଚସା ପରେ ହତ୍ୟାକାଣ୍ଡ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା କାଠଖୁଣ୍ଟ ଗ୍ରାମରେ। ମୃତକ ଜଣେ ମହିଳା ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଗ୍ରାମର ବାଦଲ ମହାଳିକ କାର୍ଯ୍ୟ ସାରି ଘରକୁ ଫେରିବା ସମୟରେ ଗାଁ ଭିତରେ ନିଜ ଦାଦା ପୁଅ ଆଲୋକ ମହାଳିକ ସହ ପୂର୍ବ ଶତ୍ରୁତା ଓ ଠିକାଦାରୀ କାମକୁ ନେଇ ବଚସା ହୋଇଥିଲେ। ଗ୍ରାମକୁ ଆସୁଥିବା ସରକାରୀ କାମର ଠିକାଦାରିକୁ ନେଇ ଉଭୟଙ୍କ ମଧ୍ୟରେ ଥିବା ପୂର୍ବ ଶତ୍ରୁତା ଗତକାଲି ଉଗ୍ରରୂପ ଧାରଣ କରିଥିଲା ।

ଆଜି ସକାଳୁ ବାଦଲ ପରିବାର ଲୋକେ ମିଶି ଆଲୋକ ସମେତ ତାଙ୍କର ମା‘ ବିନି ମହାଳିକ ବାପା ଶିବ ମହାଳିକକୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ମା ବିନିଙ୍କର ମୃତ୍ୟୁ ହୋଇଥିଲାବେଳେ ବାପା ଶିଵ ଏବଂ ପୁଅ ଆଲୋକ ଗୁରୁତର ଆହତ ହୋଇଥିଲେ । ଆହତ ବାପ ପୁଅଙ୍କୁ ପ୍ରଥମେ ସ୍ଥାନୀୟ ନରସିଂହପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଘଟଣା ଘଟାଇଥିବା ଅଭିଯୁକ୍ତ ବାଦଲ ସପରିବାର ଫେରାର ହୋଇଥିଲାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନରସିଂହପୁର ପୋଲିସ ସହ ଆଠଗଡ଼ SDPO ଦେବେନ୍ଦ୍ର ମଲ୍ଲିକ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.