ETV Bharat / state

ଜଳଖିଆ ଦୋକାନୀର ନୃଶଂସପଣିଆ: ୧୨ଟି କୁକୁରଙ୍କୁ ବିଷ ଦେଇ ହତ୍ୟା - କଟକ କୁକୁର ମୃତ୍ୟୁ

୩ ଦିନ ଭିତରେ କଟକ ଜିଲ୍ଲା ଟାଙ୍ଗି ଚୌଦ୍ୱାର ବ୍ଲକ ଶଙ୍କରପୁର ପଞ୍ଚାୟତରେ ପ୍ରତିଦିନ ୩ରୁ ୪ କୁକୁର ମରୁଥିବାକୁ ନେଇ ଲୋକମାନେ ଏହାର କାରଣ ଖୋଜିବାରେ ଲାଗିଥିଲେ l ଯାହାର ସୁରାକ ଆଜି ମିଳିଛି । ଅଧିକ ପଢନ୍ତୁ...

ମଣିଷର ନୃଶଂସ ପଣିଆ, ବିଷ ମାରିଦେଲା 12 କୁକୁର
ମଣିଷର ନୃଶଂସ ପଣିଆ, ବିଷ ମାରିଦେଲା 12 କୁକୁର
author img

By

Published : Sep 22, 2021, 10:55 PM IST

କଟକ: ଅମାନବିକତାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି । ନିର୍ମମ ଭାବେ ପଶୁଙ୍କୁ ହତ୍ୟା ପରେ ମଣିଷପଣିଆ ଉପରେ ଉଠିଛି ପ୍ରଶ୍ନ ।ଏହିଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗି ଚୌଦ୍ୱାର ବ୍ଲକ ଶଙ୍କରପୁର ପଞ୍ଚାୟତରେ ।

ମଣିଷର ନୃଶଂସ ପଣିଆ, ବିଷ ମାରିଦେଲା 12 କୁକୁର

୩ ଦିନ ଭିତରେ ଏହି ଅଞ୍ଚଳରେ ପ୍ରତିଦିନ ୩ରୁ ୪ କୁକୁର ମରୁଥିବାକୁ ନେଇ ଲୋକମାନେ ଏହାର କାରଣ ଖୋଜିବାରେ ଲାଗିଥିଲେ l ଆଜି(ବୁଧବାର) ଜଣେ ଜଳଖିଆ ଦୋକାନୀ ତା’ର ଦୋକାନରେ କୁକୁରଙ୍କ ଉତ୍ପାତକୁ ନେଇ ସେ ଏହି କୁକୁରଙ୍କୁ ଖାଦ୍ୟରେ ବିଷ ଦେଇ ମାରୁଥିବାର ଜଣାପଡିଥିଲା । ପରେ ସ୍ଥାନୀୟ ଲୋକମାନେ କୁକୁର ମୃତ୍ୟୁ ସମ୍ପର୍କରେ ଚୌଦ୍ଵାର ଥାନାରେ ଏକ ଅଭିଯୋଗ ଦେବା ସହ ତଦନ୍ତ କରାଯାଇ ସମୁଦାୟ ମରିଥିବା ୧୨ଟି କୁକୁରର ମୃତ୍ୟୁ ରହସ୍ୟ ଉନ୍ମୋଚନ ସହିତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.