ETV Bharat / state

ଓଡିଆଙ୍କୁ ଅଣଦେଖା, ନେତାଜୀ ବସ ଟର୍ମିନାଲ ଲୋକାର୍ପଣରେ ସାମିଲ ହେବେନି ମୋକିମ

author img

By ETV Bharat Odisha Team

Published : Sep 16, 2023, 1:54 PM IST

ନେତାଜୀ ବସ ଟର୍ମିନାଲର ଉଦ୍ଘାଟନ ଉତ୍ସବରେ ଯୋଗ ଦେବେନି ମହମ୍ମଦ ମୋକିମ । କଟକିଆଙ୍କ ପ୍ରତି ଅଣଦେଖାକୁ ନଜର ରଖି ଏହି ମେଗା ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଡ଼ି ହେବେନି ବିଧାୟକ ମୋକିମ । ଓଡିଆ ଯୁବକ ଯୁବତୀଙ୍କୁ ଅଣଦେଖା କରି ତାମିଲ ଠିକାଦାରଙ୍କୁ କାମ ଦେବାକୁ ବିରୋଧ କରି ଉଦଘାଟନ କାର୍ଯ୍ୟକ୍ରମରୁ ଦୂରେଇ ରହିବେ ମୋକିମ ।

ନେତାଜୀ ବସ ଟର୍ମିନାଲ ଲୋକାର୍ପଣ ରେ ଯୋଗ ଦେବେନି ମୋକିମ

କଟକ: ନେତାଜୀ ବସ ଟର୍ମିନାଲର ଉଦ୍ଘାଟନ ଉତ୍ସବରେ ଯୋଗ ଦେବେନି ମହମ୍ମଦ ମୋକିମ । କଟକିଆଙ୍କ ପ୍ରତି ଅଣଦେଖାକୁ ନଜର ରଖି ଏହି ମେଗା ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଡ଼ି ହେବେନି ବିଧାୟକ ମୋକିମ । ତେବେ ସିଡିଏ ପକ୍ଷରୁ ନିମନ୍ତ୍ରଣ ଆସିଥିବା ସତ୍ତ୍ୱେ ଟର୍ମିନାଲ ଲୋକାର୍ପଣ କାର୍ଯ୍ୟକ୍ରମରୁ ଦୂରେଇ ରହିବେ ବୋଲି ମୋକିମ କହିଛନ୍ତି ।

ତେବେ ବସ ଟର୍ମିନାଲ କାର୍ଯ୍ୟକ୍ରମରେ ଓଡିଆ ଯୁବକ ଯୁବତୀଙ୍କୁ ଅଣଦେଖା କରି ତାମିଲ ଠିକାଦାରଙ୍କୁ କାମ ଦେବାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ମୋକିମ । କଟକରେ ଅନେକ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡିରହିଛି । ତରବରିଆ ଭାବେ ବାହାର ରାଜ୍ୟରୁ ଶ୍ରମିକ ଆଣି ବସ ଟର୍ମିନାଲ ନିର୍ମାଣ କରିବା ଓ ଏତେ ତରବରିଆ ଭାବେ ଏହାକୁ ଉଦ୍ଘାଟନ କରିବାକୁ ନିନ୍ଦନୀୟ ପ୍ରସଙ୍ଗ କହିବା ସହ ଉଦ୍ଘାଟନ କାର୍ଯ୍ୟକ୍ରମରୁ ଦୂରେଇ ରହିବା ନେଇ ସିଧାସଳଖ କହିଛନ୍ତି ମୋକିମ । ତାମିଲ ଠିକାଦାର ଓ ତାମିଲ କର୍ମଚାରୀ କଣ ପାଇଁ ବସ ଟର୍ମିନାଲ କାମ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମୋକିମ ।

ତେବେ ଆଜି(ଶନିବାର) ବହୁ ପ୍ରତିକ୍ଷୀତ ନେତାଜୀ ବସ ଟର୍ମିନାଲ ଉଦଘାଟନ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକରେ ଆଇନ ଶୃଙ୍ଖଳା ବ୍ୟବସ୍ଥା କଡାକଡି କରାଯାଇଛି । ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯାଇଛି । ଏହି ବସ ଟର୍ମିନାଲରେ 52ଟି ଦୂରଗାମୀ ରାତ୍ରିକାଳୀନ ବସ ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିସହ 20ଟି ମୋ ବସ ସହ ମୋଟ 191ଟି ବସ ମଧ୍ୟ ରହଣୀର ସୁବିଧା ରହିଛି ।

ଏହାମଧ୍ୟ ପଢନ୍ତୁ.. ନେତାଜୀ ବସ୍‌ ଟର୍ମିନାଲ୍‌ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ପ୍ରସ୍ତୁତିର ସମୀକ୍ଷା କଲା ପ୍ରଶାସନ

ଅନ୍ୟପଟେ ଖୁବଶୀଘ୍ର ଖାନନଗର ରିଂ-ରୋଡ଼ ରାସ୍ତା କୁ 6 ଲେନ ରାସ୍ତାରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହେବ । ତେବେ ଏହି କାର୍ଯ୍ୟକୁ ଚଳିତ ବର୍ଷ ଡିସେମ୍ବର ମାସ ମଧ୍ୟରେ ଶେଷ କରାଯିବ ବୋଲି ଯୋଜନା ରଖିଛି କଟକ ମହାନଗର ନିଗମ । ତେବେ କଟକର ଗୌରବ ଭିତ୍ତିଭୂମି ମଧ୍ୟରେ ଏହି ଟର୍ମିନାଲ ମଧ୍ୟ କଟକକୁ ଆଉ ଏକ ସ୍ୱତନ୍ତ୍ର ପରିଚୟ ଦେବ ।

ଟର୍ମିନାଲ ଛଡା ଅନ୍ୟ ମେଗା ପ୍ରକଳ୍ପର ମଧ୍ୟ ଆଜି(ଶନିବାର) ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ଆସିବାର ଯୋଜନା ରହିଥିବାରୁ ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବରେ ଗତ ସପ୍ତାହରେ ସମୀକ୍ଷା କରାଯାଇଛି। ଟର୍ମିନାଲ ସବୁ କାମ ଏକପ୍ରକାର ଶେଷ ହୋଇସାରିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.