ETV Bharat / state

କନ୍ଦରପୁର ସଶସ୍ତ୍ର ଡକାୟତି ଘଟଣା , 7 ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ - କଟକ ଡିସିପି ପିନାକ ମିଶ୍ର

କନ୍ଦରପୁରଠାରେ ଘଟିଥିବା ସଶସ୍ତ୍ର ଡକାୟତି ଘଟଣା । ମାଷ୍ଟର ମାଇଣ୍ଡ ସହ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅଧିକ ପଢ଼ନ୍ତୁ

କନ୍ଦରପୁର ସଶସ୍ତ୍ର ଡକାୟତି ଘଟଣା
କନ୍ଦରପୁର ସଶସ୍ତ୍ର ଡକାୟତି ଘଟଣା
author img

By ETV Bharat Odisha Team

Published : Sep 17, 2023, 6:36 PM IST

କନ୍ଦରପୁର ସଶସ୍ତ୍ର ଡକାୟତି ଘଟଣାରେ 7 ଗିରଫ

କଟକ: କନ୍ଦରପୁର ଡକାୟତି ଘଟଣାର ପର୍ଦ୍ଦଫାଶ କଲା କମିଶନରେଟ ପୋଲିସ । ଏହି ମାମଲା ଡକାୟତ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ମନୋଜ ମହାରଣାକୁ ଦୁଇ ଦିନ ତଳେ ପୋଲିସ ଏନ୍‌କାଉଣ୍ଟର୍‌ କରିଥିଲା । ଏବେ ଏହ କୁଖ୍ୟାତ ଗ୍ୟାଙ୍ଗର ଅନ୍ୟ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗତ 6 ତାରିଖ ଦିନ କନ୍ଦରପୁର ମତଗଜପୁର ଅଞ୍ଚଳର ସୁନା ବ୍ୟବସାୟୀ ବିକାଶ ପାତ୍ରଙ୍କୁ ଗୁଳି ଚଳାଇ ଏହି ଗ୍ୟାଙ୍ଗ ଲୁଟ କରିଥିଲା । ବିକାଶଙ୍କଠାରୁ ପ୍ରାୟ 5 ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଓ 25 ହଜାର ଟଙ୍କା ନଗଦ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା ।

କଟକ ଡିସିପି ପିନାକ ମିଶ୍ର କହିଛନ୍ତି, "କନ୍ଦରପୁର ଡକାୟତି ମାମଲାରେ 6 ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଦୁଇଟି ସୁନା ଚୁଡ଼ି, କିଛି ରୂପା ଅଳଙ୍କାର ଓ 3ଟି ରାଉଣ୍ଡ ଗୁଳି ଜବତ ହୋଇଛି । ତେବେ ମଙ୍ଗୁ ଏକ ଗ୍ୟାଙ୍ଗ ତିଆରି କରି ଅପରାଧୀକ କାର୍ଯ୍ୟକଳାପ କରିବା ପାଇଁ ଯୋଜନା ପ୍ରସ୍ତୁତ କରେ । ଗ୍ୟାଙ୍ଗର ଅନ୍ୟ ସଦସ୍ୟ ତାର ଯୋଜନା ଅନୁଯାୟୀ କାର୍ଯ୍ୟ କରନ୍ତି । ଗତ 6 ତାରିଖ ଦିନ ବିକାଶ ପାତ୍ର ନାମକ ଜଣେ ଅଳଙ୍କାର ବ୍ୟବସାୟୀ ନିଜର ଦୁଇ ଚକିଆ ଗାଡ଼ି ଯୋଗେ ମତଗଜପୁର ଦେଇ ବ୍ୟବସାୟ କରିବା ପାଇଁ ଯାଉଥିଲେ । ଏହି ସମୟରେ 3ଟି ଦୁଇ ଚକିଆ ଯାନରେ ଆସିଥିବା 6 ଜଣ ଦୁବୃର୍ତ୍ତ ତାଙ୍କୁ ପିଛା କରିଥିଲେ । ଡକାୟତ ମତ୍ତଗଜପୁର ରେଳଫାଟକ ପାର ହେବା ପରେ ବିକାଶ ଚଳାଉଥିବା ଗାଡ଼ିକୁ ପଛପଟୁ ଧକ୍କା ଦେଇଥିଲେ । ଏହାପରେ ବିକାଶ ତଳେ ପଡ଼ିଯିବାରୁ ତାଙ୍କୁ ମାଡ଼ ମାରିବା ସହ ବାଇକ ଡିକି ଭାଙ୍ଗି ସେଥିରେ ଥିବା 31 ଗ୍ରାମର ସୁନା ଓ 1800 ଗ୍ରାମର ରୂପା ଅଳଙ୍କାର ସହ ନଗଦ 25 ହଜାର ଟଙ୍କା ଲୁଟ କରି ନେଇଥିଲେ । ବିକାଶ ଏହାର ପ୍ରତିବାଦ କରିବାରୁ ତାଙ୍କ ଆଡକୁ ଲକ୍ଷ କରି ଦୁବୃର୍ତ୍ତମାନେ 4 ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ ।"

ଏହା ମଧ୍ୟ ପଢନ୍ତୁ..ଏନକାଉଣ୍ଟର ପରେ ଚାଲିଛି ମଙ୍ଗୁର ଚିକିତ୍ସା, ଅନେକ ଡକାୟତି ମାମଲାରେ ଥିଲା ସମ୍ପୃକ୍ତ

ସେ ଆହୁରି ମଧ୍ୟ କହିଛନ୍ତି, "ଘଟଣାର ମାଷ୍ଟରମାଇଣ୍ଡ କୁଖାତ ଡକାୟତ ମନୋଜ ମହାରଣା ଓରଫ ମଙ୍ଗୁକୁ ଶୁକ୍ରବାର ରାତିରେ ଏନକାଉଣ୍ଟର କରାଯାଇଥିଲା । ଏହି ଏନକାଉଣ୍ଟରରେ ମନୋଜର ବାମ ଗୋଡ଼ରେ ଗୁଳି ବାଜିଛି । ଆହତ ଅବସ୍ଥାରେ ଏସ୍‌ସିବି କାଜୁଏଲଟିରେ ମନୋଜକୁ ଭର୍ତ୍ତି କରାଯାଇଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.