ETV Bharat / state

ମହାନଦୀରେ ବୁଡି ନାବାଳିକାଙ୍କ ମୃତ୍ୟୁ - Mahanadi river near Banki

ମହାନଦୀରେ ଗାଧୋଇବା ହେଲା କାଳ । ନଦୀରେ ବୁଡି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

Minor girl drowned in Mahanadi river near Banki
ମହାନଦୀରେ ବୁଡି ନାବାଳିକାଙ୍କ ମୃତ୍ୟୁ
author img

By

Published : Aug 3, 2020, 5:42 AM IST

କଟକ: ମହାନଦୀରେ ଗାଧୋଇବା ହେଲା କାଳ । ନଦୀରେ ବୁଡି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ବାଙ୍କି ସୁନାଦେଇ ନିକଟସ୍ଥ ମହାନଦୀରେ ଘଟିଛି ଏହି ଦୁଃଖଦ ଘଟଣା । ସୂଚନା ଅନୁଯାୟୀ ଗୋଟିଏ ପରିବାରର ୩ ଜଣ ସଦସ୍ୟ ବାପାଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ ।

ମହାନଦୀରେ ବୁଡି ନାବାଳିକାଙ୍କ ମୃତ୍ୟୁ

ଦୁଇ ଭଉଣୀ ଓ ଗୋଟିଏ ଭାଇ ନଦୀରେ ଗାଧୋଉଥିବା ବେଳେ ଜଣଙ୍କର ଗୋଡ଼ ଖସି ଯାଇଥିଲା । ଜଣଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଦୁଇ ଜଣ ନଦୀରେ ବୁଡି ଯାଇଥିଲେ । ପରେ ନଦୀରେ ମାଛ ମାରୁଥିବା କିଛି ଧୀବର ଏହାକୁ ଦେଖି ସଙ୍ଗେ ସଙ୍ଗେ ଦୁଇ ଜଣଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ ।

ମାତ୍ର ଅନ୍ୟଜଣେ ଭଉଣୀ ନିଖୋଜ ହୋଇଯାଇଥିଲେ । ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପ୍ରାୟ ଏକ ଘଣ୍ଟା ଖୋଜାଖୋଜି କରି ନିଖୋଜ ଥିବା ଭଉଣୀକୁ ମୃତ ଭାବରେ ଉଦ୍ଧାର କରିଥିଲେ ।

କଟକରୁ ନାରାୟଣ ସାହୁ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.