କଟକ: ନାବାଳିକା ଦୁଷ୍କର୍ମ ପୀଡିତାଙ୍କୁ ଭେଟିଛନ୍ତି ରାଜ୍ୟ ମହିଳା କମିଶନ ଅଧକ୍ଷା ଡ଼ଃ ମିନତୀ ବେହେରା । ବିଡାନାସୀ ସ୍ଥିତ ଶିଶୁ ଗୃହ ଠାରେ ପୀଡିତାଙ୍କୁ ଭେଟି ଆଲୋଚନା କରିଛନ୍ତି ଅଧ୍ୟକ୍ଷା ।
ଏହି ଘଟଣାକୁ ଦୃଢ଼ ଭାବରେ ନିନ୍ଦା କରିଛନ୍ତି ଅଧକ୍ଷା । ପୀଡିତାଙ୍କ ଦେହ ଏବେ ଭଲ ଥିବା ନେଇ ଅଧ୍ୟକ୍ଷା କହିଛନ୍ତି । ତେବେ ପୀଡିତାଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ସେ ଡିଏଲଏସ ଙ୍କୁ ଚିଠି ଲେଖିବେ ବୋଲି ଜଣାଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ