ETV Bharat / state

ମିଳୁନି ଉଚିତ ପାରିଶ୍ରମିକ, ଜାତୀୟ ସଫେଇ କର୍ମଚାରୀ କମିଶନର ସମାଲୋଚନା

କଟକ ଗସ୍ତରେ ଜାତୀୟ ସଫେଇ କର୍ମଚାରୀ କମିଶନର ବରିଷ୍ଠ ସଦସ୍ୟ ଡକ୍ଟର. ପିପିଭାଭା । କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଉପରେ ସମୀକ୍ଷା କରି ରାଜ୍ୟ ସରକାରଙ୍କୁ କଲେ ତୀବ୍ର ସମାଲୋଚନା । ଅଧିକ ପଢ଼ନ୍ତୁ

କଟକ ଗସ୍ତରେ ଜାତୀୟ ସଫେଇ କର୍ମଚାରୀ କମିଶନର ବରିଷ୍ଠ ସଦସ୍ୟ ଡକ୍ଟର. ପି.ପି.ଭା.ଭା

author img

By

Published : Jun 15, 2023, 7:25 PM IST

କଟକ ଗସ୍ତରେ ଜାତୀୟ ସଫେଇ କର୍ମଚାରୀ କମିଶନର ବରିଷ୍ଠ ସଦସ୍ୟ ଡକ୍ଟର. ପି.ପି.ଭା.ଭା

କଟକ: ଓଡ଼ିଶାରେ ସଫେଇ କର୍ମଚାରୀଙ୍କୁ ମିଳୁନାହିଁ ଉଚିତ ପାରିଶ୍ରମିକ । ଏନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ଜାତୀୟ ସଫେଇ କର୍ମଚାରୀ କମିଶନର ବରିଷ୍ଠ ସଦସ୍ୟ । ଭାରତ ସରକାରଙ୍କର ସାମାଜିକ ନ୍ୟାୟ ଓ ସଶସ୍ତ୍ରୀକରଣ ମନ୍ତ୍ରଣାଳୟ ଅଧିନସ୍ଥ ଜାତୀୟ ସଫେଇ କର୍ମଚାରୀ କମିଶନର ବରିଷ୍ଠ ସଦସ୍ୟ ଡକ୍ଟର.ପିପିଭାଭା କଟକ ଗସ୍ତ କରିଛନ୍ତି । କଟକ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସମ୍ମିଳନୀ କକ୍ଷରେ ସଫେଇ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଉପରେ ସମୀକ୍ଷା କରି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।

ଜାତୀୟ ସଫେଇ କର୍ମଚାରୀ କମିଶନର ବରିଷ୍ଠ ସଦସ୍ୟ ଡକ୍ଟର. ପିପିଭାଭା କହିଛନ୍ତି,"ଓଡ଼ିଶାରେ ସଫେଇ କର୍ମଚାରୀମାନେ ସେମାନଙ୍କର ପାରିଶ୍ରମର ଉଚିତ ମୂଲ୍ୟ ପାଇ ପାରୁନାହାନ୍ତି । ଭାରତର ବିଭିନ୍ନ ରାଜ୍ୟରେ ସଫେଇ କର୍ମଚରୀମାନଙ୍କୁ ସେମାନଙ୍କ ପାରିଶ୍ରମିକ ବାବଦରେ 700 ଟଙ୍କାରୁ 800 ଟଙ୍କା ଦିଆଯାଉଛି । ହେଲେ ଓଡ଼ିଶା ସରକାର ସଫେଇ କର୍ମଚାରୀମାନଙ୍କୁ ପାରିଶ୍ରମିକ 340 ଟଙ୍କା ପ୍ରଦାନ କରୁଛି । ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ସହ ଏହାର ସମାଧାନ ପନ୍ଥା ବାହାର କରିବା ପାଇଁ ନିବେଦନ କରିବି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଭାରତ ସରକାର ସଫେଇ କର୍ମଚାରୀଙ୍କ ପାଇଁ ଆର୍ଥିକ ସହାୟତା ପାଇଁ ଯୋଜନା କରିଛନ୍ତି । ଏଥିପାଇଁ ସଫେଇ ବ୍ୟାଙ୍କ୍ ନିଗମ ସ୍ଥାପନ କରାଯାଇଛି । ଏହି ବ୍ୟାଙ୍କ୍ ନିଗମରେ ସଫେଇ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର 50 ପ୍ରତିଶତ ସବ୍‌ସିଡି ଯୋଗାଉଛନ୍ତି । କାର୍ଯ୍ୟରତ ସଫେଇ କର୍ମଚାରୀଙ୍କର ମୃତ୍ୟୁ ଘଟିଲେ ଏବଂ ସେମାନଙ୍କର ଚିକିତ୍ସା କ୍ଷେତ୍ରରେ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଉଛି । ବିଶେଷ କରି କର୍ମଚାରୀମାନଙ୍କ ସାମାଜିକ ସୁରକ୍ଷା ଉପରେ ଏହି ବୈଠକରେ ଗୁରୁତ୍ଵ ଦେଇଛନ୍ତି ।"

ଗତ 2021 ମସିହା ନଭେମ୍ବର ମାସ 17 ତାରିଖ ଦିନ କଟକ ମହାନଗର ନିଗମ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ଆଗତ ହୋଇଥିବା ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଜିର ବୈଠକରେ ଆଲୋଚନା କରାଯାଇଥିଲା । ଏହାଛଡ଼ା କଟକ ଜିଲ୍ଲାର ବାଙ୍କୀ, ଆଠଗଡ଼ ଏବଂ ଚୌଦ୍ୱାର ମ୍ୟୁନିସପାଲଟିରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ବୁଝିଥିଲେ ଡକ୍ଟର. ପିପିଭାଭା । ଏହି ବୈଠକରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ କଟକ ମହାନଗର ନିଗମ କମିଶନର ନିଖିଲ ପବନ କଲ୍ୟାଣ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଆମ୍ବର କର, ଏସିପି ଅନିଲ ମିଶ୍ର, ସିଡିଏମ ଓ ଡ.ସତ୍ୟବ୍ରତ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.