ETV Bharat / state

ଆସନ୍ତା 8ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା - ମାଟ୍ରିକ

ଆସନ୍ତା 8 ତାରିଖରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ବର୍ଗରେ ପରୀକ୍ଷା ହେବା ନେଇ ବୋର୍ଡ କର୍ତ୍ତୁପକ୍ଷଙ୍କ ସୂଚନା । ତେବେ ଗୋଟିଏ ସିଟିଂ ଏବଂ ଗୋଟିଏ ପ୍ରଶ୍ନପତ୍ରରେ ଉଭୟ ବର୍ଗର ପରୀକ୍ଷା ହେବା ନେଇ ସୂଚନା ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jun 13, 2019, 1:56 PM IST

Updated : Jun 13, 2019, 7:13 PM IST

କଟକ: ଆସନ୍ତା 8 ତାରିଖରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ବର୍ଗରେ ପରୀକ୍ଷା ହେବା ନେଇ ବୋର୍ଡ କର୍ତ୍ତୁପକ୍ଷଙ୍କ ସୂଚନା । ତେବେ ଗୋଟିଏ ସିଟିଂ ଏବଂ ଗୋଟିଏ ପ୍ରଶ୍ନପତ୍ରରେ ଉଭୟ ବର୍ଗର ପରୀକ୍ଷା ହେବା ନେଇ ସୂଚନା ରହିଛି । ଏନେଇ ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବୋର୍ଡ ସୂଚନା ମୁତାବକ ସପ୍ଲିମେଣ୍ଟାରୀ ପରୀକ୍ଷା 8 ତାରିଖରୁ ଆରମ୍ଭ ହୋଇ 14 ତାରିଖରେ ଶେଷ ହେବ । ପରୀକ୍ଷାର ସମୟ ସକାଳ 9ଟାରୁ ଆରମ୍ଭ ହୋଇ 11.30 ପର୍ଯ୍ୟନ୍ତ ରହିବ । କେବଳ ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଅଧିକ 15 ମିନିଟ ସମୟ ଦିଆଯିବାର ବ୍ୟବସ୍ଥା ରହିଛି । ତେଣୁ ଗଣିତ ପରୀକ୍ଷାରେ 11.45ରେ ପରୀକ୍ଷା ସରିବା ନେଇ ସ୍ପଷ୍ଟ ହୋଇଛି ।

ପରୀକ୍ଷାସୂଚୀ ଅନୁଯାୟୀ 8 ତାରିଖରେ ଓଡିଆ, 9ରେ ଇଂରାଜୀ, 10ରେ ସଂସ୍କୃତ/ହିନ୍ଦୀ, 11ରେ ଗଣିତ, 12ରେ ସାଧାରଣ ବିଜ୍ଞାନ, 13ରେ ସାମାଜିକ ବିଜ୍ଞାନ ଏବଂ 14ରେ ଭିଜୁଆଲ ଆର୍ଟ ପରୀକ୍ଷା ରହିଛି । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟରେ ମଧ୍ୟ ପରୀକ୍ଷା 8ରୁ ଆରମ୍ଭ ହୋଇ 16ରେ ଶେଷ ହେବା ନେଇ ସୂଚନା ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

GSG

Conclusion:
Last Updated : Jun 13, 2019, 7:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.