ETV Bharat / state

ମାଟ୍ରିକ ରେଜଲ୍ଟ, 82 ସ୍କୁଲରେ ପରୀକ୍ଷାଫଳ ଶୂନ

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ପରୀକ୍ଷାଫଳ ବୋର୍ଡ କାର୍ଯ୍ୟାଳୟରେ ଉନ୍ମୋଚିତ କଲେ ସଚିବ ପ୍ରଦୀପ ମହାପାତ୍ର । ଦିନ 11ଟାରୁ www.bseodisha.ac.in ଓ www.bseodisha.nic.in ଏହି ଦୁଇଟି ଓ୍ବେବସାଇଟରେ ଉପଲବ୍ଧ ହେବ ପରୀକ୍ଷା ଫଳ ।

author img

By

Published : May 21, 2019, 9:17 AM IST

Updated : May 21, 2019, 2:51 PM IST

ଡିଜାଇନ ଫଟୋ

କଟକ: ପ୍ରକାଶ ପାଇଲା ବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ । ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଉନ୍ମୋଚିତ କଲେ ଗଣଶିକ୍ଷା ସଚିବ ପ୍ରଦୀପ ମହାପାତ୍ର । ଚଳିତ ବର୍ଷ ମାଟ୍ରିକ ପାସ ହାର 70.78 ପ୍ରତିଶତ ରହିଛି । ରେଗୁଲାରରେ ପାସହାର 72.35 ପ୍ରତିଶତ ରହିଥିବା ବେଳେ ଏକ୍ସ ରେଗୁଲାର 37.43 ପ୍ରତିଶତ ପାସହାର ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଚଳିତ ବର୍ଷ 5ଲକ୍ଷ 62 ହଜାର 213 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ମୋଟ 3ଲକ୍ଷ 97 ହଜାର 125 ଜଣ ପାସ କରିଛନ୍ତି । 1 ଲକ୍ଷ 91 ହଜାର 655 ଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଛାତ୍ରୀଙ୍କ ମଧ୍ୟରେ 2ଲକ୍ଷ 05 ହଜାର 470 ପାସ ହୋଇଛନ୍ତି । ତେବେ ଚଳିତ ଥର ଛାତ୍ରୀଙ୍କ ପାସ ହାର ଛାତ୍ରଙ୍କ ଅପେକ୍ଷା ଅଧିକ ରହିଛି ।

A1 ଗ୍ରେଡରେ 1,180, A2ରେ 9 ହଜାର 938, B1 ରେ 24 ହଜାର 991, B2ରେ 46 ହଜାର 139 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ପାସ ହାର 85.48 ଥିବାବେଳେ ସର୍ବନିମ୍ନ କୋରାପୁଟ ଜିଲ୍ଲାର 50.61 ପ୍ରତିଶତ ରହିଛି ।

289ଟି ସ୍କୁଲରେ 100 ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ 82 ସ୍କୁଲରେ କେହିମଧ୍ୟ ପାସ କରିନାହାନ୍ତି । ଏଥିସହ ଷ୍ଟେଟ ଓପନ ସ୍କୁଲରେ 58.53 ପ୍ରତିଶତ ପାସହାର ରହିଥିବା ବେଳେ ମଧ୍ୟମ ସ୍କୁଲର ପାସହାର 84.62 ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

gdhdh

Conclusion:
Last Updated : May 21, 2019, 2:51 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.