କଟକ: ମାହାଙ୍ଗା ଅଞ୍ଚଳରେ ମହିଳାଙ୍କୁ ନିର୍ଯାତନା ଅଭିଯୋଗ । ମାହାଙ୍ଗା ଥାନା ଅନ୍ତର୍ଗତ ଇଟାମୁଣ୍ତଳି ଗ୍ରାମରେ ଜଣେ ମହିଳାଙ୍କ ପିଲା ନହେବାରୁ ତାଙ୍କ ଶାଶୁଘର ଲୋକେ ନିର୍ଯାତନା ଦେଉଥିବା ଥାନାରେ ପୀଡ଼ିତା ବୋହୂ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ଇଟାମୁଣ୍ତଳି ଗ୍ରାମର ଚୌଧୁରୀ ମହେନ୍ଦ୍ର ଦାସ ନିଜ ବୋହୂ ସ୍ବର୍ଣ୍ଣଲତା ସାହୁଙ୍କୁ ଦୀର୍ଘଦିନ ହେବ ପିଲା ନହେବାରୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇ ଆସୁଥିବାର ଅଭିଯୋଗ କରିଛନ୍ତି ବୋହୂ । ଆଜି ଶ୍ବଶୁର, ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ବୋହୂ ସ୍ବର୍ଣ୍ଣଲତା ।
ନିଜକୁ ବଞ୍ଚାଇବାକୁ ଯାଇ ଜୋରରେ ପାଟି କରିବାରୁ ଘଟଣାସ୍ଥଳରେ ତାଙ୍କ ସ୍ବାମୀ ସାରଦା ପ୍ରସାଦ ପହଞ୍ଚିଥିଲେ । ପରେ ଶ୍ବଶୁର ଉଭୟ ପୁଅ ବୋହୂଙ୍କୁ ମାଡ଼ ମାରିଥିଲେ ବୋଲି ଥାନାରେ ଅଭିଯୋଗ କରିବା ସହ ନ୍ୟାୟ ନମିଳିଲେ ଉଭୟ ସ୍ବାମୀ ସ୍ତ୍ରୀ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ