ETV Bharat / state

ସାନଭାଇ ଆକ୍ରମଣରେ ଗଲା ବଡଭାଇର ଜୀବନ ! ଅଭିଯୁକ୍ତକୁ ଗିରଫ ଦାବିରେ ୩ ଘଣ୍ଟା ରାସ୍ତାରୋକ

author img

By

Published : Dec 4, 2022, 1:16 PM IST

ଜମିଜମା ବିବାଦକୁ କେନ୍ଦ୍ରକରି ସାନଭାଇ ଆକ୍ରମଣରେ ବଡଭାଇର ମୃତ୍ୟୁ ଅଭିଯୋଗ । ଅଭିଯୁକ୍ତ ଭାଇକୁ ଗିରଫ ଦାବିରେ ୩ ଘଣ୍ଟା ରାସ୍ତାରୋକ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ସାନଭାଇ ଆକ୍ରମଣ ବଡଭାଇର ମୃତ୍ୟୁ ଅଭିଯୋଗ, ଅଭିଯୁକ୍ତକୁ ଗିରଫ ଦାବିରେ ୩ ଘଣ୍ଟା ରାସ୍ତାରୋକ

ନିଆଳି: କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ତଣ୍ଡିକଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜମିଜମା ବିବାଦକୁ କେନ୍ଦ୍ର କରି ଏଠାରେ ବଡଭାଇକୁ ସାନଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଗ୍ରାମର ଭଗବାନ ସ୍ବାଇଁ । ଦୁଇ ଦିନ ତଳେ ଜମିଜମା କେନ୍ଦ୍ରକରି ଭଗବାନଙ୍କ ସାନଭାଇ ନାରାୟଣ ସ୍ବାଇଁ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ବଡଭାଇ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏନେଇ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଶେଷରେ ଗତକାଲି(ଶନିବାର) କଟକ ବଡ ମେଡିକାଲରେ ବଡଭାଇର ମୃତ୍ୟୁ ଘଟିଥିଲା ।

ଏହାପରେ ପୋଲିସ ଅଭିଯୁକ୍ତ ସାନଭାଇକୁ କଟକରୁ ଗିରଫ କରିବା ପରେ ସେ ପୋଲିସ ହେପାଜତରୁ ଖସି ଯାଇଥିଲେ । ଏହା ଜାଣିବା ପରେ ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ତଣ୍ଡିକଣା ଗ୍ରାମର ଶତାଧିକ ଲୋକେ ଶନିବାର ସନ୍ଧ୍ୟାରେ ଅଡଶପୁର-କସର୍ଦ୍ଦା ରାସ୍ତାର ତଣ୍ଡିକଣା ବ୍ରିଜ ଉପରେ ମୃତଦେହ ରଖି ଦୀର୍ଘ ୩ ଘଣ୍ଟା କାଳ ରାସ୍ତାରୋକ କରିଥିଲେ । ତେବେ ପୋଲିସ ସାନଭାଇକୁ ଗିରଫ କରିଥିବା ସୂଚନା ଦେବା ପରେ ଏହି ରାସ୍ତାରୋକ ହଟିଥିବା ଜଣାପଡିଛି ।

ଅଭିଯୋଗ ଅନୁସାରେ, କଣ୍ଟାପଡା ବ୍ଲକ ଅଧୀନ ଉରାଢ ଗ୍ରାମପଞ୍ଚାୟତ ତଣ୍ଡିକଣା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ବଡଭାଇ ଭଗବାନ ସ୍ବା‌ଇଁ କୌଣସି ପୁତ୍ରସନ୍ତାନ ନଥିଲେ । ତେଣୁ ତାଙ୍କ ଭାଗ ସମ୍ପତ୍ତି ପାଇବାକୁ ସାନଭାଇ ନାରାୟଣ ସ୍ବାଇଁ ଚକ୍ରାନ୍ତ କରିଥିଲେ । ନାରାୟଣ ନିଜ ସାନପୁଅ ନାମରେ ସମ୍ପତ୍ତି କରିବାକୁ ଭାଇକୁ କହିଥିଲେ । ମାତ୍ର ଏଥିରେ ଭଗବାନ ସ୍ବାଇଁ ରାଜି ନହେବାରୁ ଦୀର୍ଘ ଦିନ ହେବ କଳହ ଲାଗି ରହିଥିଲା ।

ଏହାମଧ୍ୟ ପଢନ୍ତୁ: ସମ୍ପର୍କରେ କଳଙ୍କ: ଝିଅକୁ ଦୁଷ୍କର୍ମ କରି ବାପା ଗିରଫ

ଏପରିକି ଦୁଇଦିନ ପୂର୍ବେ ଭଗବାନ ଓ ତାଙ୍କ ପତ୍ନୀଙ୍କୁ ସେମାନେ ଆକ୍ରମଣ କରିଥିଲେ । ଏହାକୁ ନେଇ ଭଗବାନ ଗୋବିନ୍ଦପୁର ଥାନାରେ ଏତଲା ଦେଇଥିଲେ । ମାତ୍ର ପୋଲିସ ଏହାକୁ ଅଣଦେଖା କରିଥିଲା । ଗତକାଲି ଭଗବାନଙ୍କ ମୃତ୍ୟୁ ହୋଇଥିବାବେଳେ ପୋଲିସ ହେପାଜତରୁ ସାନଭାଇ ନାରାୟଣ ଖସିଯାଇଥିଲା । ଏହି ଘଟଣା ପ୍ରଘଟ ହେବା ପରେ ତଣ୍ଡିକଣା ପୋଲ ଉପରେ ଗ୍ରାମବାସୀ ଅଡଶପୁର-କସର୍ଦ୍ଦା ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ମଧ୍ୟ ଲୋକମାନେ ଏଥିରେ ରାଜି ହୋଇନଥିଲେ । ପରେ ନାରାୟଣକୁ ଗିରଫ କରିଥିବା ସୂଚନା ଦେବା ପରେ ଆନ୍ଦୋଳନରୁ ଓହରି ଥିଲେ ଗ୍ରମାବାସୀ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.