କଟକ: ଆଜି ମହା ବିଷୁବ ସଂକ୍ରାନ୍ତି ଓ ମହାବୀର ଜୟନ୍ତୀ।ଏଥିପାଇଁ କଟକ ସହରର ବିଭିନ୍ନ ମନ୍ଦିର ବେଶ ଚଳଚଞ୍ଚଳ ହୋଇ ଉଠିଛି। ବିଶେଷକରି ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ ଲାଗି ଲାଗିରହିଥିଲା। ସକାଳୁ ସକାଳୁ ଶୁଦ୍ଧପୂତ ହୋଇ ହାତରେ ଧୂପ ଦୀପ ନୈବେଦ୍ୟ ନେଇ ପୂଜାର୍ଚ୍ଚନା କରିଛନ୍ତି ସହରବାସୀ। ଖାନ ନଗର ପଞ୍ଚମୁଖୀ ହନୁମାନ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ର ଆୟୋଜନ କରାଯାଇଥିବା ବେଳେ ବାଦାମବାଡ଼ି ହନୁମାନ ମନ୍ଦିରରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଓ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏନେଇ ହଜାର ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା। ସେହିପରି ପଣା ସଂକ୍ରାନ୍ତି ଅବସରରେ ଆଜି ବିଭିନ୍ନ ସ୍ଥାନରେ ପଣା ବଣ୍ଟନ ମଧ୍ୟ କରାଯାଇଥିଲା।
ତେବେ ଏହି ପର୍ବ କୁ ନେଇ ଭାଇଚାରାର ସହର କଟକ ଉତ୍ସବ ମୁଖର । ସହରର ସବୁଠାରୁ ବଡ଼ ହନୁମାନ ମନ୍ଦିର କୁହା ଯାଉଥିବା ଖାନ ନଗର ପଞ୍ଚମୁଖୀ ହନୁମାନ ମନ୍ଦିରରେ ଏନେଇ ଆଜି ସ୍ୱତନ୍ତ୍ର ପୂଜାର୍ଚନା କରାଯାଇଛି। ପ୍ରଭୁ ପଞ୍ଚମୁଖୀ ଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା କେବଳ କଟକ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଆସି ପ୍ରଭୁଙ୍କ ଦର୍ଶନ କରିଥିଲେ। ସମସ୍ତ ଭକ୍ତ ଧାଡିରେ ଯାଇ ଦର୍ଶନ କରିଥିବା ବେଳେ ଖରାକୁ ଖାତିର ନ କରି ପ୍ରଭୁଙ୍କର ଟିକେ ମହକ ପାଇବା ପାଇଁ ଲମ୍ବା ଲାଇନରେ ରହିଥିଲେ ଭକ୍ତ ।
ସେହିପରି ଖରା ପାଇଁ ମନ୍ଦିରକୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବିଶେଷକରି ଭକ୍ତ ଙ୍କ ଉପରେ ପାଣି ଛିଞ୍ଚିବା ପାଇଁ ମେସିନ ମଧ୍ୟ ରଖା ଯାଇଥିଲା। କେବଳ ସେତିକି ନୁହେଁ ଯେଉଁ ଭକ୍ତ ମାନେ ଆସୁଥିଲେ ସେମାନଙ୍କ ପାଇଁ ମାଗଣା ପଣା ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସେହିପରି ସମସ୍ତ ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବରେ ଦର୍ଶନ କରିବେ ସେନେଇ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୌଣସି ଅପ୍ରିତିକର ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସହରର ସମସ୍ତ ମନ୍ଦିର ନିକଟରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପ୍ରାୟ ୨୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିଲା।
ଇଟିଭି ଭାରତ, କଟକ