ETV Bharat / state

ମାହାଙ୍ଗା ଅନ୍ନପୂର୍ଣ୍ଣା ମର୍ଡର ମାମଲା, ଜଣେ ଗିରଫ

author img

By

Published : Feb 24, 2021, 10:41 PM IST

ସାଲେପୁର ଅନ୍ନପୂର୍ଣ୍ଣା ମହାପାତ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ l ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତକୁ ଘଟଣାସ୍ଥଳରେ ନେଇ ତଦନ୍ତ କରିଛି । ଅଧିକ ପଢନ୍ତୁ...

mahanga women murder case accused arrested
ମାହାଙ୍ଗା ଅନ୍ନପୂର୍ଣ୍ଣା ମର୍ଡର ମାମଲା , ଜଣେ ଗିରଫ

କଟକ: ବହୁଚର୍ଚ୍ଚିତ ଭେଡା ସାଲେପୁର ଅନ୍ନପୂର୍ଣ୍ଣା ମହାପାତ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି l ଏହି ମାମାଲାରେ ପୋଲିସ ଜଣକୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତକୁ ଘଟଣାସ୍ଥଳରେ ନେଇ ତଦନ୍ତ କରିଛି ପୋଲିସ ।

ସୂଚନାଅନୁଯାୟୀ ଗତ 17 ତାରିଖ ରାତିରେ ମାହାଙ୍ଗା ଥାନା ଭେଡା- ସାଲେପୁର ଗାଁ'ର ବିଧବା ମହିଳା ଅନ୍ନପୂର୍ଣ୍ଣା ମହାପାତ୍ରଙ୍କୁ ଘରୁ ଡ଼ାକିନେଇ ଗାଁ ପାଖ ପାଟନାଳୀ ଭିତରେ ଅତି ନୃଶଂସ ଭାବେ ତଣ୍ଟିଚିପି ହତ୍ୟା କରାଯାଇଥିଲା । ଏହା ପରେ କାଦୁଅ ପଙ୍କ ଭିତରେ ମହିଳାଙ୍କ ମୃତଦେହକୁ ଫିଙ୍ଗି ଦିଆଯାଇଥିଲା l ଏହି ଘଟଣାରେ ମୃତ ମହିଳାଙ୍କ ପୁଅ ନିଜ ମା କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା ଦେଇଥିଲେ l ତେବେ ହତ୍ୟାକାରୀକୁ ପୋଲିସ ଅତି ଚତୁରତାର ସହିତ ସାଲେପୁର ଥାନା ତାଳପଦା ଗାଁରୁ ଗିରଫ କରିଛି । ଗିରଫ ପରେ ଘଟଣାସ୍ଥଳରେ ଅଭିଯୁକ୍ତ ଦୈତାରୀ ସ୍ବାଇଁ ଡେମୋ ଦେଖାଇଥିଲା l

ଅନ୍ନପୂର୍ଣ୍ଣା ଘର ତୋଳିବାପାଇଁ ତାଙ୍କ ସାନଭଉଣୀର ସ୍ବାମୀ ଦୈତାରୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଧାର ନେଇ ସୁଝିନଥିଲେ l ଏହି ଘଟଣାରେ ପ୍ରତିଶୋଧ ପରାୟଣ ହୋଇ ଦୈତାରୀ ନିଜ ଦେଢ଼ ଶାଳୀଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି l ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପ୍ରେସମିଟରେ ଅତିରିକ୍ତ ଏସପି ଅଲେଖ ପହି ସୂଚନା ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.