ETV Bharat / state

ଚୋରି କରୁଥିଲା ପୋଲିସ...

author img

By

Published : Aug 23, 2019, 2:31 PM IST

ପୋଲିସ ସାଜିଲା ଲୁଟେରା। ଗାଡି ଚେକିଂ ବାହାନାରେ ଜଣେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟିବା ପରେ ଧରାପଡ଼ି ଟଙ୍କା ଫେରାଇଲେ 3 ପୋଲିସ କର୍ମଚାରୀ। କଟକ ନିର୍ଗୁଣ୍ଡି ଟୋଲଗେଟ୍ ନିକଟରେ ଘଟିଛି ଏଭଳି ଘଟଣା।

ଡିଜାଇନ ଫଟୋ

କଟକ: ଖାକି ବର୍ଦ୍ଦି ତଳେ ଚୋରି । ପୋଲିସ ସାଜିଥିଲା ଲୁଟେରା । ଗାଡି ଚେକିଂ ବାହାନାରେ ଲୁଟୁଥିଲା ଟଙ୍କା । ଏଭଳି ନିନ୍ଦନୀୟ ଘଟଣା ଘଟିଛି କଟକ ନିର୍ଗୁଣ୍ଡି ଟୋଲଗେଟ୍ ନିକଟରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ପୁରା ଘଟଣା ଏମିତି, ଗୁରୁବାର ରାତିରେ ଜଣେ ବ୍ୟବସାୟୀ କାରରେ ପୁରୀରୁ କୋଲକତା ଯାଉଥିଲେ । ହେଲେ ନିର୍ଗୁଣ୍ଡି ଟୋଲଗେଟ୍ ନିକଟରେ ତାଙ୍କୁ 3 ଜଣ ପୋଲିସ କର୍ମଚାରୀ ନିଜକୁ କମିଶନରେଟ୍ ପୋଲିସ କହି ଗାଡି ଅଟକାଇଥିଲେ । ଆଉ ଗାଡି ଚେକିଂ କହି କାରକୁ ଲୁଟିନେଇଥିଲେ ଦେଢଲକ୍ଷ ଟଙ୍କା । ଏନେଇ ସମ୍ପୃକ୍ତ ବ୍ୟବସାୟୀ ଟାଙ୍ଗୀ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି ।

ଏହି ଘଟଣାରେ ଟାଙ୍ଗି ପୋଲିସ 3 ପୋଲିସ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି । ଗିରଫ ପୋଲିସ କର୍ମଚାରୀ ହେଲେ ବ୍ରଜମୋହନ ପଣ୍ଡା,ସନ୍ତୋଷ ମଲ୍ଲିକ ଓ କନେଷ୍ଟବଳ ଯୋଗେନ୍ଦ୍ର ପାଣି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

xx

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.