ETV Bharat / state

ଡିମିରିଆ ମହାନଦୀ ଘାଟରେ ଦୁଇ କୁମ୍ଭୀର, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକ

author img

By

Published : Dec 12, 2021, 6:58 PM IST

କଟକ ଜିଲ୍ଲାରେ ପୁଣି ଦେଖା ଦେଇଛି କୁମ୍ଭୀର ଆତଙ୍କ । ନରସିଂହପୁର ବ୍ଲକ ଅନ୍ତର୍ଗତ ଡିମିରିଆ ମହାନଦୀ ଘାଟରେ ସ୍ଥାନୀୟ ଲୋକ ଦୁଇଟି କୁମ୍ଭୀର ଦେଖିବାକୁ ପାଇଛନ୍ତି । ଅଧିକ ପଢ଼ନ୍ତୁ

ଡିମିରିଆ ମହାନଦୀ ଘାଟରେ ଦୁଇ କୁମ୍ଭୀର, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକ
ଡିମିରିଆ ମହାନଦୀ ଘାଟରେ ଦୁଇ କୁମ୍ଭୀର, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକ

କଟକ: କଟକ ଜିଲ୍ଲାରେ ପୁଣି ଦେଖା ଦେଇଛି କୁମ୍ଭୀର ଆତଙ୍କ । ନରସିଂହପୁର ବ୍ଲକ ଅନ୍ତର୍ଗତ ଡିମିରିଆ ମହାନଦୀ ଘାଟରେ ସ୍ଥାନୀୟ ଲୋକ ଦୁଇଟି କୁମ୍ଭୀର ଦେଖିବାକୁ ପାଇଛନ୍ତି । ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସାତକୋଶିଆ ଗଣ୍ଡରୁ ଦୁଇଟି କୁମ୍ଭୀର ଏଠାକୁ ପଳାଇ ଆସିଥିବା ଅନୁମାନ କରାଯାଇଛି ।

ଏହାକୁ ନେଇ ସ୍ଥାନୀୟ ବନବିଭାଗକୁ ଖବର ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଆଖପାଖ ଅଞ୍ଚଳର ଲୋକଙ୍କୁ ବର୍ତ୍ତମାନ ପରିସ୍ଥିତିରେ ମହାନଦୀ ଘାଟକୁ ନଯିବା ପାଇଁ ବନ ବିଭାଗ ପକ୍ଷରୁ ନିବେଦନ କରାଯାଇଛି । ବନ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ଏକ ସତର୍କତା ସାଇନେଜ୍‌ ଲଗାଯାଇଛି । ତେବେ କୁମ୍ଭୀରକୁ ଦେଖିବା ପରେ ସ୍ଥାନୀୟ ଲୋକ ମଧ୍ୟ ଘାଟକୁ ଆସୁନଥିବା ଦେଖାଯାଇଛି । ଖୁବଶୀଘ୍ର ଏହାକୁ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବନ ବିଭାଗ ଅଧିକାରୀ । ସେତେବେଳ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ ଡିମିରିଆ ମହାନଦୀ ଘାଟକୁ ଯିବାକୁ ବାରଣ କରାଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.