ETV Bharat / state

ଆଇନ ଛାତ୍ରଛାତ୍ରୀ ପଢିବେ ଅନୁସନ୍ଧାନର ଜ୍ଞାନ - ଅପରାଧିକ ମାମଲା ପରିଚାଳନା

ଏଣିକି ଆଇନ ଛାତ୍ରଛାତ୍ରୀମାନେ ଲାଭ କରିବେ ଅପରାଧିକ ମାମଲା ପରିଚାଳନା ତଥା ଅନୁସନ୍ଧାନର ଜ୍ଞାନ । ଆଇନ ବିଦ୍ୟାର୍ଥୀମାନଙ୍କ ଠାରୁ ପୋଲିସ ପାଇବ ପ୍ରଣୟନ ହେଉଥିବା ନୂଆ ନୂଆ ଆଇନ ତଥା ଆଇନରେ ଥିବା ଜଟିଳତାର ବିଦ୍ୟା । କ୍ରାଇମବ୍ରାଞ୍ଚ ଏବଂ କଟକ ସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ମଧ୍ୟରେ ଏମଓୟୁ ପରେ ଏହି ପରିକଳ୍ପନା ବାସ୍ତବ ରୂପ ନେବାକୁ ଯାଉଛି । ଅଧିକ ପଢନ୍ତୁ

ଆଇନ ଛାତ୍ରଛାତ୍ରୀ ପଢିବେ ଅନୁସନ୍ଧାନର ଜ୍ଞାନ
ଆଇନ ଛାତ୍ରଛାତ୍ରୀ ପଢିବେ ଅନୁସନ୍ଧାନର ଜ୍ଞାନ
author img

By

Published : Nov 19, 2022, 11:01 AM IST

କଟକ: ଏଣିକି ଆଇନ ଛାତ୍ରଛାତ୍ରୀମାନେ ଲାଭ କରିବେ ଅପରାଧିକ ମାମଲା ପରିଚାଳନା ତଥା ଅନୁସନ୍ଧାନର ଜ୍ଞାନ । ଆଇନ ବିଦ୍ୟାର୍ଥୀମାନଙ୍କ ଠାରୁ ପୋଲିସ ପାଇବ ପ୍ରଣୟନ ହେଉଥିବା ନୂଆ ନୂଆ ଆଇନ ତଥା ଆଇନରେ ଥିବା ଜଟିଳତାର ବିଦ୍ୟା । କ୍ରାଇମବ୍ରାଞ୍ଚ ଏବଂ କଟକ ସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ମଧ୍ୟରେ ଏମଓୟୁ ପରେ ଏହି ପରିକଳ୍ପନା ବାସ୍ତବ ରୂପ ନେବାକୁ ଯାଉଛି ।

ଆଇନ ଛାତ୍ରଛାତ୍ରୀ ପଢିବେ ଅନୁସନ୍ଧାନର ଜ୍ଞାନ

ଏହି ଏମଓୟୁ ମୁତାବକ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଶେଷ ବର୍ଷର ଆଇନ ଛାତ୍ରଛାତ୍ରୀମାନେ ଓଡ଼ିଶା ପୋଲିସର ମୁଖ୍ୟ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଜରିଆରେ ପୋଲିସ ବିଭାଗ ସହିତ ଯୋଡ଼ି ହେବେ । ଛାତ୍ରଛାତ୍ରୀମାନେ ପୁରା ଗୋଟିଏ ବର୍ଷ ଧରି କ୍ରାଇମବ୍ରାଞ୍ଚର କାର୍ଯ୍ୟ ପ୍ରଣାଳୀର ପ୍ରତ୍ୟକ୍ଷ ଅନୁଭୂତି ନେବେ । ବିଶେଷ କରି ରେଡ ସମୟରେ ଛାତ୍ରଛାତ୍ରୀମାନଙ୍କୁ କ୍ରାଇମବ୍ରାଞ୍ଚ ନିଜ ଟିମ ସହିତ ସାମିଲ କରିବ, ସେହି ଭଳି ଇଓଡବ୍ଲୁ ଓ ଏସଟିଏଫ ଏବଂ ଫରେନସିକ ଲ୍ୟାବ କିପରି କାର୍ଯ୍ୟ କରୁଛି ସେନେଇ ମଧ୍ୟ ଆଇନ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବ ଓଡିଶା ପୋଲିସ । ପ୍ରତି ବଦଳରେ ଆଇନ ଛାତ୍ରଛାତ୍ରୀମାନେ ଆଇନ ବାବଦରେ ଥିବା ନିଜ ଜ୍ଞାନକୁ ଅଦାଲତରେ ମାମଲା ପରିଚାଳନା ଦିଗରେ ପୋଲିସକୁ ସହାୟତା ପ୍ରଦାନ କରିବେ ।

ଏହା ସହିତ ଅପରାଧିକ ମାମଲା ସମ୍ପର୍କରେ ପ୍ରଣୟନ ହେଉଥିବା ନୂଆ ନୂଆ ଆଇନ ଏବଂ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସହ ବିଦେଶୀ ନ୍ୟାୟାଳୟରେ ଅପରାଧିକ ମାମଲା ପରିଚାଳନା ସମ୍ପର୍କିତ ଜ୍ଞାନ ମଧ୍ୟ ଆଇନ ଛାତ୍ରଛାତ୍ରୀମାନଙ୍କୁ ଠାରୁ ଜ୍ଞାନ ଆହରଣ କରିବ କ୍ରାଇମବ୍ରାଞ୍ଚ । ଏହି ଏମଓୟୁ ସ୍ବାକ୍ଷରିତ ହେବା ସମୟରେ ପୋଲିସ ଡିଜି ସୁନିଲ ବଂଶଲଙ୍କ ସହ ବହୁତ ଆଇପିଏସ ଅଧିକାରୀ ଓ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.