ETV Bharat / state

ଟୁଇନ ସିଟିରେ ଜମି କିଣି ଖୋଲା ପକାଇଥିଲେ ସାବଧାନ, ବିନା କାଗଜପତ୍ରରେ ହୋଇଯିବ ଜମି ବିକ୍ରି !

author img

By ETV Bharat Odisha Team

Published : Dec 15, 2023, 2:28 PM IST

Land scam in Twin city: ଟୁଇନ ସିଟିରେ ଜମି କିଣି ଖୋଲା ପକାଇଥିଲେ ସାବଧାନ । ମାତିଛନ୍ତି ଠକ । ଅସଲି ଜମିର ନକଲି ଦସ୍ତାବିଜ କରି ବିକି ଦେଉଛନ୍ତି ଜମି । ଅଧିକ ପଢ଼ନ୍ତୁ

Land scam in Twin city
ଟୁଇନ ସିଟିରେ ଜମି କିଣି ଖୋଲା ପକାଇଥିଲେ ସାବଧାନ
ବିନା କାଗଜପତ୍ରରେ ହୋଇଯିବ ଜମି ବିକ୍ରି !

ଭୁବନେଶ୍ବର: ଟୁଇନ ସିଟିରେ ଜମି କିଣି ଖୋଲା ପକାଇଥିଲେ ସାବଧାନ । ମାତିଛନ୍ତି ଜମି ଠକେଇ ଗ୍ୟାଙ୍ଗ୍‌ । ଅସଲି ଜମିର ନକଲ କାଗଜପତ୍ର ବାହାର କରି ଜାଲ ପାୱାର ଅଫ ଆର୍ଟନିଂ ଜରିଆରେ ଜମି ବିକ୍ରି କରି ଦେଉଛନ୍ତି ଠକ । ଏଭଳି ଏକ ଠକ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ବିକାଶ ପଣ୍ଡା ଗିରଫ ହୋଇଥିବା ବେଳେ ତାକୁ ରିମାଣ୍ଡରେ ଆଣି ପଚରା ଉଚରା ପରେ ଏନେଇ ତଥ୍ୟ ପାଇଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ଅନ୍ଯପଟେ ଏବେସୁଦ୍ଧା 26 ଜଣଙ୍କୁ ପାଖାପାଖି 50 ଲକ୍ଷ ଟଙ୍କା ଠକେଇ କରିବା ହୋଇଥିବା ନେଇ ଅଭିଯୋଗ ଆସିଛି । ଆହୁରି ଅଧିକ ଲୋକଙ୍କୁ ସମାନ ଭାବେ ଠକେଇ କରିଥିବା ନେଇ ମଧ୍ୟ ଜଣା ପଡ଼ିଛି । ଯେଉଁମାନେ ଠକେଇର ଶିକାର ହୋଇଛନ୍ତି ସେମାନେ ଆସି ଅଭିଯୋଗ କରିବା ପାଇଁ ସ୍ପେଶାଲ କ୍ରାଇମ୍ ୟୁନିଟ ନିବେଦନ କରିଛି ।

ଅତିରିକ୍ତ ଡିସିପି ସଞ୍ଜୀବ ଶତପଥୀଙ୍କ ସୂଚନା ଅନୁଯାୟୀ, "ସେପ୍ଟମ୍ବର ମାସରେ ଏହି ମାମଲାରେ 8ଜଣଙ୍କୁ ଗିରଫ କରାଯାଇଥିଲା । ଏନେଇ ତଦନ୍ତ ଜାରି ରହିଥିବା ବେଳେ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା । ବିକାଶ ପଣ୍ଡାଙ୍କୁ ରିମାଣ୍ଡ ଆଣି ପଚରାଉଚରା ବେଳେ ଜଣାପଡିଥିଲା ଯେ 26ରୁ ଉର୍ଦ୍ଧ୍ବ ଜଣଙ୍କୁ ସମାନ ଭାବେ ଠକାଯାଇଛି। ପାଖାପାଖି 50 ଲକ୍ଷ ଟଙ୍କା ଠକାଯାଇଥିବା ଜଣାପଡିଛି । ଜାଲ ଦସ୍ତାବିଜ ତିଆରି କରି ଏମାନେ ଜମି ବିକ୍ରି କରିଥିଲେ ।"

ଏହାମଧ୍ୟ ପଢନ୍ତୁ..ଜମି କିଣି ଠକାମୀର ଶିକାର ପୋଲିସ ଆଇଜି, ଅଭିଯୁକ୍ତକୁ ବାନ୍ଧିଲେ ଆଇଆଇସି

ପ୍ରକାଶଯୋଗ୍ୟ, ଏହା ପୂର୍ବରୁ ଭୁବନେଶ୍ବରରେ ଜମି କିଣି ଠକାମୀର ଶିକାର ହୋଇଥିଲେ ପୋଲିସ ଆଇଜି ବିଭୂତି ଭୂଷଣ ରାଉତ । ଅନ୍ୟର ପ୍ଲଟ ଦେଖାଇ ଆଇଜିଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଠକି ନେଇଥିଲା ଅଭିଯୁକ୍ତ । ତେବେ ଏହି ମାମଲାରେ ଅଭିଯୁକ୍ତ ବିଲଡର ଦୁର୍ଗା ଚରଣ ପ୍ରଧାନଙ୍କୁ ଗିରଫ କରାଯାଇଛି । ତେବେ ରାଜଧାନୀରେ ଘର କରିବାକୁ ଆଇଜି ବିଭୂତି ଭୂଷଣ ରାଉତ ଜମି କିଣିବା ପାଇଁ ଏକ ଖବର କାଗଜରୁ ଜମି କିଣାବିକାର ଏକ ବିଜ୍ଞାପନ ଦେଖିବା ପରେ ଆଇଜି ଓ ତାଙ୍କ ଭାଇ ସମ୍ପୃକ୍ତ ନମ୍ବରରେ ଯୋଗାଯୋଗ କରିଥିଲେ। ଏନେଇ ଦଲାଲ ସହରର ବିଭିନ୍ନ ସ୍ଥାନରେ ଭଳିକି ଭଳି ଜମି ବିଷୟରେ କହିଥିଲା । ଏନେଇ ଜଟଣୀ ଗେଟ୍ ପାଖ ଅଞ୍ଚଳର NH କଡ଼ରେ ଜମିଟିଏ କିଣିବାକୁ ଆଗ୍ରହୀ ହେଲେ ଆଇଜି । ଏହାପରେ ଜମି ବାବଦରେ ଅଗ୍ରୀମ ୨୦ଲକ୍ଷ ଟଙ୍କା ଦେବା ପାଇଁ କହିଥିଲେ ।

ଟଙ୍କା ଦେଇ ସାରିବା ପରେ ଯାଞ୍ଚ ବେଳେ ଆଇଜି କିଣି ଥିବା ପ୍ଲଟଟିର ସୀମା ନିର୍ଦ୍ଧାରଣ କରିବା ସମୟରେ ଉକ୍ତ ପ୍ଲଟଟି ଜାତୀୟ ରାଜପଥ କଡରେ ନଥିବା ଜଣାପଡିଥିଲା । ଠକାମୀର ଶିକାର ହୋଇଥିବା ଜାଣିପାରି ଏନେଇ ଭରତପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ତଦନ୍ତ ପରେ ଏହି ଠକାମି ଲିଙ୍କ ବିଷୟରେ ଜଣାପଡିଥିଲା ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.