ETV Bharat / state

6 ମାସ ଧରି ମିଳୁନି କାମ, ଜିଲ୍ଲାପାଳଙ୍କ ଅଫିସ ସାମନାରେ ଧାରଣା - ଜଗତପୁର ଶିଳ୍ପାଞ୍ଚଳ

ଛଅ ମାସ ଧରି ଭୋକ ଉପାସରେ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଜଗତପୁର ଶିଳ୍ପାଞ୍ଚଳଠାରେ କାମ ନମିଳିବାକୁ ନେଇ ଧାରଣା ଦେଇଛନ୍ତି ଶ୍ରମିକ । ଅଧିକ ପଢନ୍ତୁ..

6 ମାସ ଧରି ମିଳୁନି କାମ, ଜିଲ୍ଲାପାଳଙ୍କ ଅଫିସ ସାମନାରେ ଧାରଣା

author img

By

Published : Jun 22, 2020, 11:03 PM IST

କଟକ: ଜଗତପୁର ଶିଳ୍ପାଞ୍ଚଳ ଠାରେ କାମ ନମିଳିବାକୁ ନେଇ ଧାରଣା ଦେଇଛନ୍ତି ଶ୍ରମିକ । ଛଅ ମାସ ଧରି ଭୋକ ଉପାସରେ ଥିବା ଏମାନେ ଅଭିଯୋଗ କରିଛନ୍ତି । ଏହାସହ ଜିଲ୍ଲାପାଳଙ୍କ ଅଫିସ ସାମନାରେ ପରିବାରବର୍ଗ ସହ ବସି ରହିଛନ୍ତି ।

6 ମାସ ଧରି ମିଳୁନି କାମ, ଜିଲ୍ଲାପାଳଙ୍କ ଅଫିସ ସାମନାରେ ଧାରଣା

ଜଗତପୁର ଶିଳ୍ପାଞ୍ଚଳଠାରେ ବରୁଣ ବେଭରେଜ ଲିମିଟେଡର 107 ଜଣ ଶ୍ରମିକଙ୍କୁ ଗତ 6 ମାସ ଧରି କାମ ଦିଆଯାଇନଥିବା ଅଭିଯୋଗ ଆସିଛି । ସୋମବାର ଏହି ଶ୍ରମିକ ନିଜ ପରିବାରବର୍ଗଙ୍କ ସହିତ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ।

ଶ୍ରମ ଆଇନର ବିରୁଦ୍ଧାଚରଣ କରି ଶତାଧିକ ଶ୍ରମିକଙ୍କୁ ଭୋକ ଉପାସ ଆଡକୁ ଜବରଦସ୍ତି ଠେଲି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ଶ୍ରମିକ । ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାରୁ ଶ୍ରମିକ ସଂଘର 4 ଜଣ କର୍ମକର୍ତ୍ତାଙ୍କୁ ବିନା ନୋଟିସରେ କମ୍ପାନୀ ବାହାର କରିଦେଇଥିବା ମଧ୍ୟ ଅଭିଯୋଗ ଆସିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.