କଟକ: ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ପ୍ରସଙ୍ଗକୁ ନେଇ ପୁଣି ଥରେ ଭାରତୀୟ ପ୍ରଶ୍ନତତ୍ତ୍ୱସର୍ବେକ୍ଷଣ ସଂସ୍ଥା (ଏଏସଆଇ)କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ଫେବୃଆରୀ 18 ତାରିଖରେ କୋଣାର୍କ ମନ୍ଦିର ସଂରକ୍ଷଣ ଓ ମରାମତି ପାଇଁ ରହିଥିବା ଯୋଜନା ସମ୍ପର୍କରେ ଏସଏସଆଇ ମହାନିର୍ଦ୍ଦେଶକ ସତ୍ୟପାଠ ଦାଖଲ କରିଥିଲେ । ଏ ସମ୍ପର୍କରେ ଆବେଦନକାରୀଙ୍କ ପକ୍ଷରୁ ମଙ୍ଗଳବାର ଜନସ୍ୱାର୍ଥମାମଲାର ଶୁଣାଣି ସମୟରେ ଦର୍ଶାଯାଇଥିଲା ।
ପ୍ରକାଶ ଯେ, ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ମଙ୍ଗଳବାର ଏକ ଖଣ୍ଡପୀଠ ଗଠିତ ହୋଇଥିଲା । କିନ୍ତୁ ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ସମୟ ନିର୍ଘଣ୍ଟ ଅନୁସାରେ ମରାମତି କାର୍ଯ୍ୟ ଆଗେଇ ନାହିଁ। ଏପରି ପରିସ୍ଥିତିରେ ପରବର୍ତ୍ତୀ ଶୁଣାଣି ସମୟରେ କୋଣାର୍କ ମରାମତି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ଏଏସଆଇକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ ୬ରେ କରାଯିବା ନେଇ ଧାର୍ଯ୍ୟ କରାଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ