ETV Bharat / state

Khelo India Fencing Ranking Tournament: କଟକରେ ହେବ ପ୍ରତିଯୋଗିତା, ଭାଗ ନେବେ 300ରୁ ଊର୍ଦ୍ଧ୍ବ ଖେଳାଳି

author img

By

Published : Feb 19, 2023, 4:43 PM IST

କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ହେବ ଦ୍ବିତୀୟ ଖେଲୋ ଇଣ୍ଡିଆ ମହିଳା ଲିଗର ଫେନ୍ସିଂ ରାଙ୍କିଂ ପ୍ରତିଯୋଗିତା । ଆସନ୍ତା ଫେବୃଆରୀ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଜାତୀୟସ୍ତରରୁ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଖେଳାଳି ଭାଗ ନେବେ । ଅଧିକ ପଢ଼ନ୍ତୁ

ରାଜ୍ୟ ଫେନ୍ସିଂ ରାଙ୍କିଂ ସଙ୍ଘର ସାମ୍ବାଦିକ ସମ୍ମିଳନୀ

ରାଜ୍ୟ ଫେନ୍ସିଂ ସଙ୍ଘର ସାମ୍ବାଦିକ ସମ୍ମିଳନୀ

କଟକ: ସିଲ୍‌ଭର ସିଟିରେ ଆୟୋଜନ ହେବ ମେଗା କ୍ରୀଡା ପ୍ରତିଯୋଗିତା । ଦ୍ବିତୀୟ ଖେଲୋ ଇଣ୍ଡିଆ ମହିଳା ଲିଗର ଫେନ୍ସିଂ ରାଙ୍କିଂ ପ୍ରତିଯୋଗିତା କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ହେବ । ଏହା ଆସନ୍ତା ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ରାଜ୍ୟ ଫେନ୍ସିଂ ସଂଘ, ଖେଲୋ ଇଣ୍ଡିଆ, SAI ଓ ଭାରତୀୟ ଫେନ୍ସିଂ ସଂଘର ମିଳିତ ଉଦ୍ୟମରେ ଏହି ମେଗା କ୍ରୀଡ଼ା ପ୍ରତିଯୋଗିତା କଟକରେ ଆୟୋଜନ ହେବାକୁ ଯାଉଛି ।

ସର୍ବଭାରତୀୟସ୍ତରରୁ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଖେଳାଳି ଏହି ମେଗା ପ୍ରତିଯୋଗିତାରେ ଭାଗ ନେବେ । କେବଳ ବାଳିକା ବର୍ଗରେ ଖେଳାଯିବ ସମସ୍ତ ମୁକାବିଲା । କ୍ୟାଡେଟ, ଜୁନିୟର ଓ ସିନିୟର ଭଳି ୩ଟି ବିଭାଗରେ ହେବ କଡ଼ା ମୁକବିଲା । ୩ଟି ଇଭେଣ୍ଟରେ ଏହି ସମସ୍ତ ମ୍ୟାଚ ଖେଳାଯିବ । ତେବେ ଯେଉଁ ଖେଳାଳି ମାନେ ଏହି ପ୍ରତିଯୋଗିତାରେ ଭାଗ ନେବେ, ସେମାନଙ୍କ ରହିବା ଓ ଖାଇବା ସେମାନେ ନିଜେ ବହନ କରିବେ । ଅଫିସିଆଲ ଓ ଟେକ୍ନିକାଲ ଟିମର ସମସ୍ତ ବ୍ୟବସ୍ଥା ରାଜ୍ୟ ଫେନ୍ସିଂ ସଙ୍ଘ ବହନ କରିବ । ଗତଥର ଜାତୀୟ ପୁରୁଷ ଟିମରେ ଶ୍ରେଷ୍ଠ ଦଳ ଗୁଡ଼ିକ ମଧ୍ୟରେ ୮ ନମ୍ବରରେ ଥିଲା ଓଡିଶା । ମହିଳା ବର୍ଗରେ ବର୍ତ୍ତମାନ ୧୬ ନମ୍ବର ରାଙ୍କରେ ରହିଛି ଓଡିଶା ଟିମ ।

ଏହି ରାଙ୍କିଂ ପ୍ରତିଯୋଗିତାରେ ଓଡିଶାରୁ ୧୨ ଜଣ ଖେଳାଳି ଭାଗ ନେଉଛନ୍ତି । ଜିଜ୍ଞାସା ମହାନ୍ତି, ଅନ୍ବେଷା ହୋତା, ସଂସ୍କୃତି ମହାନ୍ତିଙ୍କ ଭଳି ଉଦୀୟମାନ ଖେଳାଳି ଏହି ରାଙ୍କିଂ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଯେହେତୁ ଏହା ସର୍ବଭାରତୀୟସ୍ତରୀୟ ମ୍ୟାଚ, ସେଥିପାଇଁ ଏହି ମୁକାବିଲା ବେଶ ଆକର୍ଷଣୀୟ ହେବ ବୋଲି ଆଶା ରଖିଛି ଆୟୋଜନ କମିଟି । ରାଜ୍ୟ କ୍ରୀଡା ବିଭାଗର ସାହାଯ୍ୟ ଯୋଗୁଁ ଏପରି ଆୟୋଜନ ସମ୍ଭବ ବୋଲି କହିଛନ୍ତି ରାଜ୍ୟ ଫେନ୍ସିଂ ସଙ୍ଘର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ।

ତେବେ ଗତ କିଛିବର୍ଷ ତୁଳନାରେ ଓଡିଶାର ଫେନ୍ସିଂ କ୍ରୀଡାରେ ବ୍ୟାପକ ଉନ୍ନତି ପରିଲକ୍ଷିତ ହୋଇଛି । ନୂଆ କୋଚ, ନୂତନ ମାନର ଟେକ୍ନୋଲୋଜିର ବ୍ୟବହାର, ଅଭ୍ୟାସ ଓ ରୀତିମତ ମ୍ୟାଚ ଖେଳିବା ଦ୍ବାରା ଓଡିଶା ବର୍ତ୍ତମାନ ଜାତୀୟସ୍ତରରେ ଭଲ ପଦର୍ଶନ କରିପାରିଛି । ପୂର୍ବରୁ ୨ରୁ ୩ ଜଣ ରାଙ୍କିଂ ତାଲିକାରେ ଅନ୍ତର୍ଭୁକ୍ତ ହେଉଥିଲେ । କିନ୍ତୁ ବର୍ତ୍ତମାନ ୧୦ରୁ ଅଧିକା ଖେଳାଳି ଏହି ରେସରେ ସାମିଲ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଗର୍ବର ବିଷୟ । ତେବେ ଏହି ପ୍ରତିଯୋଗିତାରେ ବିଜେତାଙ୍କ ପାଇଁ ଆର୍ଥିକ ପୁରସ୍କାର ରଖାଯାଇଛି । ବର୍ତ୍ତମାନ ଓଡିଶା କ୍ରୀଡା ଦିଗରେ ବ୍ୟାପକ ଅଗ୍ରଗତି କରିଥିବା ବେଳେ ଆଗମୀ ଦିନରେ ଏପରି ଆହୁରି ମେଗା କ୍ରୀଡା ଆୟୋଜନ କରାଯିବ ବୋଲି କହିଛନ୍ତି ରାଜ୍ୟ ଫେନ୍ସିଂ ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.