କଟକ: 2022 ଜୁନ ମାସରେ ସରିବ ଜାଇକା କାମ । ଏ ନେଇ ସ୍ପଷ୍ଟ କରିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା । ଆଉ ଲୋକେ ଦେଖିବେନି କଷ୍ଟ । ଏହି କାମକୁ ୭ ବର୍ଷ ପୁରିଥିବାବେଳେ କାମ ଶେଷ ନ ହେବା ପରେ ପ୍ରକାଶ ପାଇଥିଲା ଅସନ୍ତୋଷ ।
କାରଣ ସ୍ବରେଜ କାମ ଜାରି ରହିଥିବାରୁ ଲୋକେ ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାଛଡ଼ା ଏହି ପ୍ରକଳ୍ପକୁ ବିତିଲାଣି ୭ ବର୍ଷ । ହେଲେ ଏଯାବତ ନିଷ୍କର୍ଷ ଦିଗ ସ୍ପଷ୍ଟ ହେଉନଥିଲା । ହେଲେ ଚଳିତବର୍ଷ ଏହି ପ୍ରକଳ୍ପ କାମ ଶେଷ ନିଶ୍ଚୟ । ଆଉ କଟକିଆଙ୍କ ମୁହଁରେ ହସ ଫୁଟିବ ବୋଲି ଆଶା କରାଯାଉଛି ।
ଏହା ବି ପଢନ୍ତୁ: ଜାଇକା ଜ୍ବାଳାରେ କଟକବାସୀ, ତେଜୁଛି ଅସନ୍ତୋଷ
ଜାଇକା ଜ୍ବାଳାରେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି କଟକବାସୀ । ଟିକିଏ ବର୍ଷା ହେଲେ କଟକରେ ହୋଇଯାଏ ଅଣ୍ଟାଏ ପାଣି । ଫଳରେ ଏତେ ଦିନ ଧରି କାମ ଶେଷ ହେଉନଥିବାରୁ ଲୋକେ ଧାରଣା ମଧ୍ୟ ଦେଇଥିଲେ । ତେବେ ଏହି କାମ ଖୁବଶୀଘ୍ର ଶେଷ ହେଉଛି ବୋଲି ଆଶା କରାଯାଉଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ