ETV Bharat / state

ଜୟଦେବ ଗୌରବ ସମ୍ମାନ ଉଦଯାପିତ: ଡାଏଲଗରେ ଦିୱାନା କଲେ ଅଭିନେତା ସୁନୀଲ ଶେଟ୍ଟୀ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ - Suniel Shetty attend jayadev sanman

Jayadev gaurav sanman 2023: ଜୟଦେବ ଗୌରବ ସମ୍ମାନ ୨୦୨୩ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଥିଲେ ଦର୍ଶକ । ଶେଷ ସଂନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡର ‘ଆନ୍ନା’ । ଅଧିକ ପଢନ୍ତୁ

ଜୟଦେବ ଗୌରବ ସମ୍ମାନ ୨୦୨୩ ଉଦଯାପିତ
ଜୟଦେବ ଗୌରବ ସମ୍ମାନ ୨୦୨୩ ଉଦଯାପିତ
author img

By ETV Bharat Odisha Team

Published : Dec 23, 2023, 10:39 AM IST

Updated : Dec 23, 2023, 11:33 AM IST

ଡାଏଲଗରେ ଦିୱାନା କଲେ ଅଭିନେତା ସୁନୀଲ ଶେଟ୍ଟୀ

ନିଆଳି: ଉଦଯାପିତ ହୋଇଯାଇଛି ଜୟଦେବ ଗୌରବ ସମ୍ମାନ ୨୦୨୩ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ହାଇସ୍କୁଲ ଖେଳ ପଡିଆ ସଭା ମଣ୍ଡପରେ ତିନି ଦିନ ଧରି ଚାଲିଥିବା ଜୟଦେବ ଗୌରବ ସମ୍ମାନ-୨୦୨୩ ଗତକାଲି ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ଶେଷ ସଂନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ଏବଂ ଓଡିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ବିଦୁସ୍ମିତା । ଶୀତୁଆ ସନ୍ଧ୍ୟା ସାଙ୍ଗକୁ ଅଭିନେତ୍ରୀ, ଅଭିନେତା ତଥା ଅନ୍ୟାନ୍ୟ କଳାକାରଙ୍କ ଦ୍ବାରା ଅଭିନୟ ଏବଂ ନାଚ ଗୀତରେ ଦୁଲୁକି ଉଠିଥିଲା ମଞ୍ଚ ।

ତେବେ ଦୁଇ ଅଭିନେତାଙ୍କ ଡାଇଲଗ ଏବଂ ବିଦୁସ୍ମିତାଙ୍କ ଠୁମୁକା ଉପସ୍ଥିତ ଦର୍ଶକ ଢେର ମନୋରଞ୍ଜନ ଖୋରାକ ପାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କମେଡିଆନ ଗୁଲୁଆ ନିଜ ଚିରାଚରିତ ଢଙ୍ଗରେ ଉପସ୍ଥିତ ଦର୍ଶକମାନଙ୍କୁ ହସାଇଥିଲେ । କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ ରୋମାଣ୍ଟିକ ଗୀତରେ ଉପସ୍ଥିତ ଦର୍ଶକ ଝୁମିଥିଲେ । ସେହିପରି ଡ୍ୟାନ୍ସ ଗ୍ରୃପ ଏବଂ ଅନ୍ୟ କଳାକାରମାନଙ୍କ ନୃତ୍ୟ ଉପସ୍ଥିତ ଦର୍ଶକ ଭରପୁର ଉପଭୋଗ କରିଥିଲେ । ଜୟଦେବ ଅଞ୍ଚଳ ତଥା ଆଖପାଖ ବ୍ଲକର ମେଧାବୀ ପ୍ରତିଭା ଏବଂ କୃତି ଛାତ୍ରଛାତ୍ରୀ, କଳା, ସାହିତ୍ୟ, କବି, ଲେଖକ, କଳାକାର, ପ୍ରଶାସନିକ ଅଧିକାରୀ ଏବଂ ସମାଜସେବୀମାନଙ୍କୁ 'ଜୟଦେବ ଗୌରବ ସମ୍ମାନ-୨୦୨୩'ରେ ସମ୍ମାନିତ କରାଯାଇଥିଲା ।

'ଜୟଦେବ ଗୌରବ ସମ୍ମାନ ୨୦୨୩' ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଗୁଁ ଅଞ୍ଚଳର ବହୁ ପ୍ରତିଭା ନିଜର ପାରିଦର୍ଶିତା ପ୍ରଦର୍ଶନ ସହିତ ଅଞ୍ଚଳର ଭାଇଚାରା ସୃଷ୍ଟି ହେବ ବୋଲି କହିଥିଲେ ମଞ୍ଚ ଉପରେ ଉପସ୍ଥିତ ଅତିଥି । ତେବେ ଗତକାଲିର ଶେଷ ସନ୍ଧ୍ୟାରେ ବଲିଉଡ ତାରକା ସୁନୀଲ ଶେଟ୍ଟୀ ଓଡିଶା ଆସି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶେଷ ସନ୍ଧ୍ୟାରେ ଜମିଥିଲା ଦର୍ଶକଙ୍କ ଭିଡ ।

ଏହା ମଧ୍ୟ ପଢନ୍ତୁ- ଜୟଦେବ ଗୌରବ ସମ୍ମାନ ୨୦୨୩: ଦ୍ବିତୀୟ ସନ୍ଧ୍ୟାରେ ଧୁମ ମଚାଇଲେ ଓଲିଉଡ କଳାକାର, ଆଜିର ଅତିଥି ଅଭିନେତା ସୁନୀଲ ଶେଟ୍ଟୀ

ପ୍ରକାଶ ଥାଉକି,ଜୟଦେବ ନିର୍ବାଚନ ମଣ୍ଡଳୀ ହେଉଛି ଉତ୍କଳ ମାଟିର ପବିତ୍ର ସ୍ଥାନ । ଏହି ପବିତ୍ର ମାଟିରେ ଜନ୍ମ ନେଇଛନ୍ତି ମହାପୁରୁଷ ମାନେ ତଥା ସ୍ଵାଧୀନତା ସଂଗ୍ରାମୀ,କବି, ବିଶିଷ୍ଟ ରାଜନୀତିଜ୍ଞମାନେ ଯଥା, ଗୀତଗୋବିନ୍ଦ ରଚୟିତା ଜୟଦେବଙ୍କ ପରି ମହାପୁରୁଷ ଜନ୍ମ ନେଇଛନ୍ତି । ଏହି ପବିତ୍ର ମାଟିରେ ଅନନ୍ୟ ଐତିହ୍ୟ ପୀଠ ରହିଛି ଯାହାକି ସାରା ବିଶ୍ୱରେ ଜୟଦେବ ନିର୍ବାଚନ ମଣ୍ଡଳୀ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି ।

ତେଣୁ ମହାପୁରୁଷମାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ତଥା ଏହି ଅଞ୍ଚଳର ଐତିହ୍ୟ,ସଂସ୍କୃତି ଓ ପରିଚୟକୁ ବଞ୍ଚାଇ ରଖିବା ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏଥିସହ ଅନୁଷ୍ଠାନ ପକ୍ଷରୁ ଜୟଦେବ ନିର୍ବାଚନ ମଣ୍ଡଳୀର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ପ୍ରତିଭା ମାନଙ୍କୁ ମଧ୍ୟ ଜୟଦେବ ଗୌରବ ସମ୍ମାନ - ୨୦୨୩ ରେ ସମ୍ମାନିତ କରାଯାଇଛି । ‘ଇଟିଭି ଭାରତ’ ନିଆଳି ସମ୍ବାଦାତା ଉମେଶ ଚନ୍ଦ୍ର ମଲ୍ଲିକଙ୍କୁ ମଧ୍ୟ ଜୟଦେବ ଗୌରବ ସମ୍ମାନ ୨୦୨୩ରେ ସମ୍ମାନିତ କରାଯାଇଥିଲା ।‌

ଇଟିଭି ଭାରତ, ନିଆଳି

Last Updated : Dec 23, 2023, 11:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.