ETV Bharat / state

Choudwar jail Visit: ଜେଲ ବୁଲିଲେ ଜେଲ ଡିଜି, ବିଭିନ୍ନ ପ୍ରକଳ୍ପର କଲେ ଉଦଘାଟନ

author img

By

Published : Nov 4, 2022, 10:52 PM IST

ଜେଲ ବୁଲିଲେ ଜେଲ ଡିଜି । ଚୌଦ୍ବାର ମଣ୍ଡଳ କାରାଗାର ପରିଦର୍ଶନ କରିଛନ୍ତି ଜେଲ ଡିଜି ମନୋଜ ଛାବ୍ରା । ବିଭିନ୍ନ ପ୍ରକଳ୍ପର କଲେ ଉଦଘାଟନ । ଅଧିକ ପଢନ୍ତୁ

Choudwar jail Visit: ଜେଲ ବୁଲିଲେ ଜେଲ ଡିଜି, ବିଭିନ୍ନ ପ୍ରକଳ୍ପର କଲେ ଉଦଘାଟନ
Choudwar jail Visit: ଜେଲ ବୁଲିଲେ ଜେଲ ଡିଜି, ବିଭିନ୍ନ ପ୍ରକଳ୍ପର କଲେ ଉଦଘାଟନ

କଟକ: ଜିଲ୍ଲାର ଚୌଦ୍ବାର ମଣ୍ଡଳ କାରାଗାର ପରିଦର୍ଶନ କରିଛନ୍ତି ଜେଲ ଡିଜି ମନୋଜ ଛାବ୍ରା । ଏହାସହିତ ଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଥିବା ଜଣାପଡ଼ିଛି । ଉଦଘାଟନୀ କାର୍ଯ୍ୟକ୍ରମରେ ଚୌଦ୍ବାର ଜେଲ ସୁପରିଟେଣ୍ଡେଣ୍ଟ ପ୍ରଦୀପ୍ତ ବେହେରାଙ୍କ ସହ ଜେଲର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।

ଜେଲ ଭିତରେ ଅନ୍ତେବାସୀମାନଙ୍କ ପାଇଁ ସ୍କିଲ ଡେଭଲମେଣ୍ଟ ଜରିଆରେ ପ୍ରସ୍ତୁତ ହୋଇଥିବା କ୍ଷୁଦ୍ର ଶିଳ୍ପ ଗୁଡ଼ିକର ବୁଲି ଦେଖିବା ସହ ପ୍ରଥମ ପର୍ଯ୍ୟାୟରେ ଅନ୍ତେବାସୀ ମାନେ ୱେଲ୍ଡିଙ୍ଗ ଶିଖିବା ପାଇଁ କଟକ ଆଇଟିଆଇ ସହିତ ମିଳିତ ସହଯୋଗରେ ଏକ ୱେଲ୍ଡିଙ୍ଗ ୟୁନିଟ ଓ ହେୟାର କଟିଙ୍ଗ ଏବଂ ବିୟୁଟି ଆସିଷ୍ଟାଣ୍ଟ ପାଇଁ ଇଣ୍ଡଲ୍ସ ବିଉଇଟି ଚେନ୍ ସହଯୋଗରେ ମହିଳା ଓ ପୁରୁଷ କଏଦୀ ଏହି ଶିକ୍ଷା ଲାଭ କରିପାରିବେ ବୋଲି ଜେଲ ଡିଜି କହିଛନ୍ତି । ଚୌଦ୍ୱାର୍ ଜେଲ ଓଡ଼ିଶାର ଶ୍ରେଷ୍ଠ ଜେଲ ମଧ୍ୟରୁ ଅନ୍ୟତମ ।

ଏହା ବି ପଢନ୍ତୁ- ଇ କୁମ୍ଭ ପୋର୍ଟାଲର ଉନ୍ମୋଚନ କରିବେ ରାଷ୍ଟ୍ରପତି, ଓଡ଼ିଆ ଭାଷାରେ ଯୋଡି ହେବ ନୂଆ ଫର୍ଦ୍ଦ

ଏହି ଜେଲରେ ଥିବା ଅନ୍ତେବାସୀ ମାନଙ୍କୁ ନୂତନ ଜ୍ଞାନ କୌଶଳ ମାଧ୍ୟମରେ ପ୍ରଶିକ୍ଷଣ ଦେବା ଓ ଆତ୍ମ ନିର୍ଭର ଶିଳ ହେବା ପାଇଁ ସ୍କିଲ ଡେଭଲପେମେଣ୍ଟ ଜରିଆରେ କ୍ଷୁଦ୍ର ଶିଳ୍ପର ପ୍ରତିଷ୍ଠା କରାଯାଇଛି । ଯାହାଦ୍ଵାରା ଜେଲରେ ରହୁଥିବା ୧୨ ହଜାର ରୁ ଉର୍ଦ୍ଧ୍ବ ଆଜୀବନ ଓ ବିଚାରଧୀନ କଏଦୀ ମାନେ ଉପକୃତ ହୋଇ ପାରିବେ । ଏ ନେଇ ଜେଲ ଡିଜି ମନୋଜ ଛାବ୍ରା କହିଛନ୍ତି, " ଜେଲ ଭିତରେ ବିଭିନ୍ନ ପ୍ରକାର କଳା କୌଶଳ ବିକାଶ ପାଇଁ ଉଦ୍ୟମ କରାଯାଉଛି । ୱେଲ୍ଡିଂ ଶିଖିବା ପାଇଁ ଆଇଟିଆଇ କଟକ ସହିତ ଯୋଗାଯୋଗ କରାଯାଇଛି । ଆଗ୍ରହୀ ବନ୍ଦୀମାନଙ୍କୁ ଏଗୁଡି଼କର ତାଲିମ ଦିଆଯାଉଛି । "

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.