ETV Bharat / state

ଚୌଦ୍ୱାର ଜେଲରେ ଜେଲ ବିଭାଗ ଡିଜି, ଗୋପାଳର ସୁରକ୍ଷା ବ୍ୟବସ୍ଥା କଲେ ଯାଞ୍ଚ

author img

By

Published : Feb 15, 2023, 10:07 PM IST

କଟକ ଚୌଦ୍ବାର ଜେଲରେ ପହଞ୍ଚି ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଜେଲ ବିଭାଗ ଡିଜି ମନୋଜ ଛାବ୍ରା । ଗତକାଲି ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତ ଗୋପାଳକୁ ଚୌଦ୍ଵାର ଜେଲ୍‌କୁ ଅଣାଯାଇଥିଲା । ଆଜି ଏନେଇ ଡିଜି ଜେଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

ଚୌଦ୍ୱାର ଜେଲରେ ଗୋପାଳର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଜେଲ ବିଭାଗ ଡିଜି

କଟକ: ଚୌଦ୍ବାର ଜେଲରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଜେଲ ବିଭାଗ ଡିଜି ମନୋଜ ଛାବ୍ରା । ଜେଲର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଯାଞ୍ଚ୍ କରିଛନ୍ତି ବିଭାଗୀୟ ଡିଜି । ଗୋପାଳ ଦାସ ରହୁଥିବା ୩ ନମ୍ବର ସେଲକୁ ଜେଲ ଡିଜି ନିଜେ ତନଖି ଥିବାବେଳେ ଗୋପାଳକୁ କଡ଼ାକଡ଼ି ନଜର ରଖିବା ପାଇଁ ଜେଲ କର୍ତ୍ତୃପକ୍ଷଙ୍କୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଗୋପାଳ ରହୁଥିବା ସେଲରେ ସିସିଟିଭି କ୍ୟାମେରା ଲଗାଯାଇ ତାକୁ କଡ଼ା ନଜର ଭିତରେ ରଖିଛନ୍ତି ଜେଲ କର୍ତ୍ତୃପକ୍ଷ । ଗତକାଲି ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତ ଗୋପାଳକୁ ଚୌଦ୍ଵାର ଜେଲ୍‌କୁ ଅଣାଯାଇଥିଲା । ଆଜି ଏନେଇ ଡିଜି ଜେଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।

ତେବେ ଗତକାଲି ରାତିରେ ଝାରସୁଗୁଡ଼ା ଜେଲ୍‌ରୁ କଟକ ଚୌଦ୍ବାର ମଣ୍ଡଳ କାରାଗାରରେ ପହଞ୍ଚିଥିଲା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାର ଅଭିଯୁକ୍ତ । ଚୌଦ୍ବାର ଜେଲ୍‌ର ୩ ନମ୍ବର ସେଲ୍‌ରେ ଅଭିଯୁକ୍ତକୁ ରଖାଯାଇଛି । ଏଥିପାଇଁ ଜେଲ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଚୌଦ୍ବାର ଜେଲ୍‌ରେ ସ୍ବତନ୍ତ୍ର ସିସିଟିଭି ସର୍ଭିଲାନ୍ସରେ ଗୋପାଳକୁ ରଖାଯାଇଛି । ଝାରସୁଗୁଡ଼ା ଏସଡିଜେଏମ୍‌ କୋର୍ଟଙ୍କ ଅନୁମତି ପରେ ସ୍ଥାନୀୟ ସବ୍‌ଜେଲରୁ ମଙ୍ଗଳବାର ଗୋପାଳକୁ ସ୍ଥାନାନ୍ତର କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ସ୍ଥାନାନ୍ତର ପାଇଁ କୋର୍ଟ ଅନୁମତି ଦେଇଥିଲେ । ଏହାପରେ ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ବାର ଜେଲ୍‌ରେ ଏକ ହାଇ ସିକ୍ୟୁରିଟି ସେଲ୍‌ରେ ରଖାଯାଇଛି । ଏକ ସ୍ବତନ୍ତ୍ର ଟିମ୍‌ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି ।

ପ୍ରଥମେ ଜେଲ ବିଭାଗ ତରଫରୁ ଗୋପାଳ ଦାସକୁ ଝାରସୁଗୁଡ଼ା ସବ୍‌ଜେଲରୁ ସ୍ଥାନାନ୍ତର କରିବା ପାଇଁ ଝାରସୁଗୁଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରାଯାଇଥିଲା । ତେବେ ଜେଲ ବିଭାଗ ଡିଜିପି ମନୋଜ ଛାବ୍ରାଙ୍କ ସୂଚନା ଅନୁସାରେ ଝାରସୁଗୁଡ଼ା ନବ ଦାସଙ୍କ ଅଞ୍ଚଳ ହୋଇଥିବାରୁ ଗୋପାଳ ମଧ୍ୟ ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ସେଠାରୁ ସ୍ଥାନାନ୍ତର ହେବା ପାଇଁ କୋର୍ଟଙ୍କୁ ଜଣାଇଥିଲା । ତେବେ ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ କଟକ ଚୌଦ୍ବାର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର ପାଇଁ ମଙ୍ଗଳବାର ଅନୁମତି ଦେଇଥିଲେ ଝାରସୁଗୁଡ଼ା କୋର୍ଟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.