ETV Bharat / state

ଜଗତପୁର ପୋଲିସ ହାତରେ ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ

author img

By

Published : Apr 19, 2021, 8:37 PM IST

ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଜଗତପୁର ଥାନା ପୋଲିସ । ପୋଲିସ ସୂଚନା ଅନୁଯାୟୀ ଗତ ଫେବୃଆରୀ ୧୬ ତାରିଖରେ ଜଗତପୁର ଥାନା ଅଞ୍ଚଳର ରମେଶ ଚନ୍ଦ୍ର ସାମଲ ନାମକ ଜଣେ ବ୍ୟକ୍ତି ତାଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଅଧିକ ପଢନ୍ତୁ...

ଜଗତପୁର ପୋଲିସ ହାତରେ ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ
ଜଗତପୁର ପୋଲିସ ହାତରେ ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ

କଟକ: ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଜଗତପୁର ଥାନା ପୋଲିସ । ଏକ ଲୁଟ ଘଟଣାର ତଦନ୍ତ କରି ଏହି ଲୁଟେରା ଗ୍ୟାଙ୍ଗ ପାଖରେ ପହଞ୍ଚି ପାରିଛି କମିଶନରେଟ ପୋଲିସ । ପୋଲିସ ସୂଚନା ଅନୁଯାୟୀ ଗତ ଫେବୃଆରୀ ୧୬ ତାରିଖରେ ଜଗତପୁର ଥାନା ଅଞ୍ଚଳର ରମେଶ ଚନ୍ଦ୍ର ସାମଲ ନାମକ ଜଣେ ବ୍ୟକ୍ତି ତାଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ।

ରାତିରେ ଘର ତାଡି ସୁନା ଅଳଙ୍କାର ଆଦି ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ କରି ଲୁଟେରା ଗ୍ୟାଙ୍ଗ ପାଖରେ ପହଞ୍ଚିଥିଲା ପୋଲିସ । ଏହି ଲୁଟ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଜଗତପୁର ଥାନା ପୋଲିସ । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ରହିଛି । ଲୁଟିବା ପୂର୍ବରୁ ଦିନ ବେଳା ପ୍ରଥମେ ଠାବ କରନ୍ତି ଓ ରାତି ବେଳା ଗାଡି ଭଡାରେ ଆଣି କଳାକନା ବୁଲାଇଥାଆନ୍ତି ଏମାନେ । ତେବେ ସେମାନଙ୍କ ନିକଟରୁ ଗୋଟିଏ ବୋଲେରୋ ଗାଡି, ଗୋଟିଏ ପଲସର ବାଇକ, ୪ ଟି ଛୋଟ ଛୋଟ ପାଣି ମଟର, ୮ଟି ସୁନା ମୁଦି, ୧୦ଟି କାନଫୁଲ, ୧୦ଟି ମୋବାଇଲ, ଗୋଟିଏ ଲାପଟପ ଓ ଗୋଟିଏ ଇନଭର୍ଟରକୁ ଜବତ କରିଛି ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.