ETV Bharat / state

ଜଗାବଳିଆଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ଏସସିବି - କଟକ ଏସସିବିରେ ଜଗାବଳିଆ

ଶନିବାର ଏସସିବି ମେଡିକାଲରେ ଭର୍ତ୍ତି ହେବେ ଜଗବଳିଆ । ଉଭୟଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ପ୍ରସ୍ତୁତ କଟକ ଏସସିବି । ଏନେଇ ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 6, 2019, 3:11 PM IST

Updated : Sep 7, 2019, 7:08 AM IST

କଟକ: ଦୀର୍ଘ ଦିନ ଧରି ଦିଲ୍ଲୀ ଏମସ୍‌ରେ ଚିକିତ୍ସିତ ହେବା ପରେ ଫେରୁଛନ୍ତି ଜଗାବଳିଆ । ରାଜ୍ୟକୁ ଫେରିବା ପରେ ଉଭୟଙ୍କୁ ଶନିବାର କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯିବ । ଜଗାବଳିଆଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ପ୍ରସ୍ତୁତ କଟକ ଏସସିବି । ଏନେଇ ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଅନ୍ୟପଟେ ଜଗାବଳିଆଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଛି । ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିଛି । ଚିକିତ୍ସା କ୍ଷେତ୍ରରେ କୌଣସି ପ୍ରକାର ତ୍ରୃଟି ହେବନି ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମେହରଦା ।

ସୂଚନାଯୋଗ୍ୟ, ଯୋଡାମୁଣ୍ଡ ଜଗାବଳିଆ ଗତ 2017 ଜୁଲାଇ ମାସରେ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ଉଭୟଙ୍କ ଯୋଡ଼ା ମୁଣ୍ଡକୁ ଅଲଗା କରିବା ପାଇଁ ହୋଇଥିଲା ଏକ ଅବିଶ୍ଵସନୀୟ ଅସ୍ତ୍ରୋପଚାର । ଶେଷରେ ଏହି ଅସ୍ତ୍ରୋପଚାର ସଫଳ ମଧ୍ୟ ହୋଇଥିଲା । ତେବେ 2 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏମ୍ସରେ ରହିଲା ପରେ ଓଡିଶା ଫେରୁଛନ୍ତି ଦୁଇ ଭାଇ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଆସନ୍ତାକାଲି ଏସିବି ମେଡିକାଲ ରେ ଆଡ଼ମିଟ ହେବେ ଜଗାବଳିଆ । ଦୀର୍ଘ ଦିନ ଧରି ଏମ୍ସ ରେ ଚିକତ୍ସା ହେବା ପରେ ଆସନ୍ତାକାଲି ସେ ଏସିବି ମେଡିକାଲ ରେ ଭର୍ତ୍ତି ହେବେ ଉଭୟ । ଏନେଇ ମେଡିକାଲ କର୍ତ୍ତୃପକ୍ଷ ପକ୍ଷରୁ ମିଳିଛି ସୂଚନା ।ତେବେ ଉଭୟ ଜଗାବଳିଆ ଙ୍କ ଚିକିତ୍ସା ପାଇଁ ଏସିବି ପ୍ରସ୍ତୁତ ବୋଲି କହିଛନ୍ତି ଏସିବି ମେଡିକାଲ ସୁପରଟେଣ୍ଡ ସିଭିକେ ମହାନ୍ତି ।

ଅନ୍ୟପଟେ ଜଗାବଳିଆ ଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଛି । ଏହାସହିତ ଉଭୟଙ୍କ ପାଇଁ କୋୖଣସି ପ୍ରକାର ଅତ୍ୟାଧୁନିକ ଚିକତ୍ସା ପ୍ରକ୍ରିୟା ଵର୍ତମାନ ଲାଗୁ କରାଯିବ ନାହିଁ । କାରଣ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଭଲ ରହିଛି । ତେବେ ଚିକତ୍ସା କ୍ଷେତ୍ରରେ କୌଣସି ପ୍ରକାର ତ୍ରୁଟି ହେବନି ବୋଲି କହିଛନ୍ତି ସ୍ଵାସ୍ଥ୍ୟ ସଚିବ ପ୍ରୋମଦ ମେହେରଦା ।

ସୂଚନାଯୋଗ୍ୟ , ଜଗାବଳିଆ 2017 ଜୁଲାଇ ମାସ ରେ ଏମ୍ସ ରେ ଭର୍ତ୍ତି ହୋଇଥିଲେ ଉଭୟେ। ଯୋଡ଼ା ମୁଣ୍ଡ କୁ ଅଲଗା କରିବା ପାଇଁ ହୋଇଥିଲା ଏକ ଅବିଶ୍ଵସନୀୟ ଅସ୍ତ୍ରୋପଚାର । ଶେଷ ରେ ଏହି ଅସ୍ତ୍ରୋପଚାର ସଫଳ ମଧ୍ୟ ହୋଇଥିଲା । ତେବେ 2 ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଏମ୍ସ ରେ ରହିଲା ପରେ ଓଡିଶା ଫେରୁଛନ୍ତି ଦୁଇ ଭାଇ ।

Body:ବାଇଟ: ପ୍ରମୋଦ ମେହେରଦା (ସ୍ଵାସ୍ଥ୍ୟ ସଚିବ)
ବାଇଟ: ସିଭିକେ ମହାନ୍ତି( ଏସିବି ମେଡିକାଲ ସୁପରଟେଣ୍ଡ)

Conclusion:
Last Updated : Sep 7, 2019, 7:08 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.